ହାଇଦ୍ରାବାଦ: ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ ଜାରି ରହିଛି । ବଲିଉଡର ଅନେକ ଅଭିନେତ୍ରୀ ଉର୍ବଶୀ ରୌତେଲା, ଐଶ୍ୱର୍ଯ୍ୟା ରାୟ ଚଳିତ ଥର କାନ୍ସରେ ନିଜର ଜଲୱା ଜାରି ରଖିଥିବା ବେଳେ ବର୍ତ୍ତମାନ କିଆରା ଆଡଭାନୀ ଡେବ୍ୟୁ କରିଛନ୍ତି । ଏହି ଅଭିନେତ୍ରୀ କାନ୍ସର ରେଡ ସି ଫିଲ୍ମ ଫାଉଣ୍ଡେସନର ୱିମେନ ଇନ ସିନେମା ଗାଲା ଡିନରରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ସମୟରେ କିଆରା ନିଜ ଦମଦାର ଲୁକ ସହ ଇଭେଣ୍ଟରେ ଚାରଚାନ୍ଦ ଲଗାଇଛନ୍ତି । ଇଭେଣ୍ଟରୁ କିଆରା ନିଜ ଲୁକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ତାଙ୍କର ବେଶ ପ୍ରଶଂସା କରିଛନ୍ତି ।
କିଆରାଙ୍କ କାନ୍ସ ଡେବ୍ୟୁ ଲୁକ୍
ଏପ୍ରିଲ ୧୭ରେ କିଆରା ଆଡଭାନୀ କାନ୍ସରେ ଡେବ୍ୟୁ କରିଥିଲେ । ପ୍ରଥମ ଦିନରେ ସେ ରେଡ କାର୍ପେଟରେ ଏକ ହ୍ୱାଇଟ ରଙ୍ଗର ଗାଉନରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜ ଇନଷ୍ଟାଗ୍ରାମରେ ସେ ନିଜ କାନ୍ସ ଲୁକର ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଷ୍ଟାଇଲିଷ୍ଟ ଲକ୍ଷ୍ମୀ ଲେହର କିଆରାଙ୍କ ଏହି ଆଉଟଫିଟ ପ୍ରସ୍ତୁତ କରିଥିବା ବେଳେ ଏଥିରେ ସେ କୌଣସି ପରୀଠାରୁ କମ ଲାଗୁନଥିଲେ । ତେବେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି ।
ଦ୍ୱିତୀୟ ଦିନରେ କିଆରାଙ୍କ ଜଲୱା
ଦ୍ୱିତୀୟ ଦିନରେ ମଧ୍ୟ କିଆରା ନିଜ କାତିଲାନା ଅନ୍ଦାଜ ସହ ଲାଇମଲାଇଟରେ ରହିଛନ୍ତି । କିଆରା ଆଡଭାନୀ ରେଡ ସି ଫିଲ୍ମ ଫାଉଣ୍ଡେସନର ୱିମେନ ଇନ ସିନେମା ଗାଲା ଡିନରରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଏକ ପିଙ୍କ ଏବଂ ବ୍ଲାକ ରଙ୍ଗର ଗାଉନରେ ବାର୍ବି ଲୁକରେ ନଜର ଆସିଥିଲେ । ପାପାରାଜି ସହ କଥାବାର୍ତ୍ତା ବେଳେ କିଆରା ଆଡଭାନୀ କହିଛନ୍ତି, ''ଏହା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ । ଏହି ବର୍ଷ ବଲିଉଡରେ ମୋର କ୍ୟାରିୟର ଦଶ ବର୍ଷ ପୂରଣ କରିବାକୁ ଯାଉଛି ଏବଂ ଏହି ବର୍ଷ ମୁଁ ପ୍ରଥମ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେଇଛି । ତେଣୁ ଏହା ମୋ ପାଇଁ ଗର୍ବର ବିଷୟ ।''
କିଆରାଙ୍କ ଆଗାମୀ ପିଲ୍ମ
ଖୁବଶୀଘ୍ର କିଆରା 'ଗେମଚେଞ୍ଜର'ରେ ନଜର ଆସିବେ । ଏହି ଫିଲ୍ମରେ ସେ ସାଉଥ ତାରକା ରାମ ଚରଣଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସେ ରଣଭୀର ସିଂଙ୍କ ସହ 'ଡନ ୩'ରେ ନଜର ଆସିବେ । ଫରହାନ ଅଖତର 'ଡନ ୩' ନିର୍ଦ୍ଦେଶନା ଦେବା ସହ ଏହାକୁ ଲେଖିଛନ୍ତି । ଏହି ଚଳଚ୍ଚିତ୍ର ୨୦୨୫ରେ ରିଲିଜ ହେବ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: 'ଡନ ୩'ରେ କିଆରାଙ୍କ ଏଣ୍ଟ୍ରି, ରଣଭୀର ସିଂଙ୍କ ବିପକ୍ଷରେ ଆସିବେ ନଜର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ