ETV Bharat / entertainment

ଭୁବନେଶ୍ୱରରେ ଫିଲ୍ମ 'ବନବାସ' ପ୍ରମୋସନ କଲେ ଅଭିନେତା ଉତ୍କର୍ଷ ଶର୍ମା, ଓଡ଼ିଶାର କଲେ ଭୂୟସୀ ପ୍ରଶଂସା - UTKARSH SHARMA IN ODISHA

ଭୁବନେଶ୍ୱରରେ ବଲିଉଡ ଅଭିନେତା ଉତ୍କର୍ଷ ଶର୍ମା । ଆଗାମୀ ଫିଲ୍ମ 'ବନବାସ'ର କଲେ ପ୍ରମୋସନ । ଓଡ଼ିଶାର କଲେ ଭୂରି ଭୂରି ପ୍ରଶଂସା ।

Utkarsh Sharma Promoted His Film Vanvaas In Bhubaneswar
Utkarsh Sharma Promoted His Film Vanvaas In Bhubaneswar (ETV Bharat Odisha)
author img

By ETV Bharat Entertainment Team

Published : Nov 21, 2024, 4:32 PM IST

ଭୁବନେଶ୍ୱର: ଭୁବନେଶ୍ୱର ବଲିଉଡ ଅଭିନେତା ଉତ୍କର୍ଷ ଶର୍ମା । ଓଡ଼ିଶା ଆସି ଆଗାମୀ ଫିଲ୍ମ 'ବନବାସ' ପ୍ରମୋସନ କରିଛନ୍ତି ଅଭିନେତା । ସୁପର୍‌ହିଟ୍ ଫିଲ୍ମ 'ଗଦର 2'ରେ ନିଜର ଅଭିନୟର ଜଲୱା ଦେଖାଇ ଲୋକପ୍ରିୟ ହାସଲ କରିଥିବା ବେଳେ ବର୍ତ୍ତମାନ 'ବନବାସ' ପୁଣି ପରଦାକୁ ଫେରୁଛନ୍ତି । ଫିଲ୍ମ ପ୍ରମୋସନ ସମୟରେ ସେ ପିଲାମାନଙ୍କ ସହ 'ଗଦର 2' ଗୀତ 'ମେ ନିକଲା ଗଡ଼ି ଲେକେ' ଡ୍ୟାନ୍ସ କରି ସମସ୍ତଙ୍କ ଦୃଦୟ ଜିତିଛନ୍ତି । ଏଥିସହ ସେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ବେଶ ପ୍ରଶଂସା କରିଛନ୍ତି ଉତ୍କର୍ଷ ।

Utkarsh Sharma Promoted His Film Vanvaas In Bhubaneswar (ETV Bharat Odisha)

ଓଡ଼ିଶା ପ୍ରଶଂସାରେ ଉତ୍କର୍ଷ ଶର୍ମା

ଉତ୍କର୍ଷ ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ''ମୋର ସବୁବେଳେ ଇଚ୍ଛା ଥିଲା ମୁଁ କେବେ ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବି । ଏବେ ତାହା ପୂରଣ ହୋଇଛି । ଓଡ଼ିଶା ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମୋତେ ବେଶ ଖୁସି ଲାଗୁଛି । ଭୁବନେଶ୍ଵର ଏକ ସବୁଜିମାଭରା ସହର । ଏଠାରେ ବିଭିନ୍ନ ମନ୍ଦିର ତଥା ଛକରେ ଥିବା ପ୍ରସ୍ତର କଳା ଓ କାନ୍ଥରେ ଥିବା ଚିତ୍ରକଳା ସହରକୁ ଆହୁରି ଆକର୍ଷଣୀୟ କରୁଛି । ଏହାସହ ଓଡ଼ିଶାର ଲୋକମାନେ ବହୁତ ବଢିଆ । ଏଠାକାର ସବୁ ଖାଦ୍ୟ ମତେ ବେଶ ଆକର୍ଷିତ କରିଛି ବା ମୋତେ ବେଶ ଭଲ ଲାଗୁଛି ବୋଲି କହିଛନ୍ତି । ଓଡ଼ିଶା ଖାଦ୍ୟରେ ଦହିବରା ମୋତେ ବେଶ ବଢିଆ ଲାଗିଛି । ମୁଁ ପ୍ରଥମ ଥର ଓଡ଼ିଶା ଆସିଛି । ହେଲେ ମୁଁ କହିବି ଯେ ଏହା ମୋର ଶେଷ ହେବ ନାହିଁ ।''

ପିଲାଙ୍କ ସହ ଡ୍ୟାନ୍ସ କଲେ ଉତ୍କର୍ଷ

ଏହି ସମୟରେ ଢୋଲ ବାଜାରେ ଉତ୍କର୍ଷଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ କୁନି କୁନି ଛାତ୍ରଛାତ୍ରୀ 'ଗଦର 2' ଗୀତ 'ମେ ନିକଲା ଗଡ଼ି ଲେକେ' ପରିବେଷଣ କରିଥିଲେ । ପରେ ଅଭିନେତା ମଧ୍ୟ ତାଙ୍କ ସହ ସାମିଲ ହୋଇ ଏହି ଗୀତରେ ଠମକା ଲଗାଇଥିଲେ । ଯାହା ବେଶ ଆକର୍ଷଣୀୟ ଥିଲା । ଏହା କରି ଉତ୍କର୍ଷ ଲୋକଙ୍କ ମନ ଜିତିଥିଲେ ।

'ବନବାସ' ନେଇ ଦର୍ଶକଙ୍କୁ ଏହା କଲେ ଅପିଲ୍

ନିଜର ଆଗାମୀ ଫିଲ୍ମ 'ବନବାସ' ନେଇ ଉତ୍କର୍ଷ କହିଛନ୍ତି, ''ଚଳଚ୍ଚିତ୍ର ‘ବନବାସ' ହେଉଛି ବର୍ତ୍ତମାନ ଯୁବପିଢିର ଏକ ଭାବନା । ବର୍ତ୍ତମାନ ଅଧିକାଂଶ ପରିବାରରେ ପିଲାମାନେ ନିଜ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ଦେଇ ଚାଲିଯାଉଛନ୍ତି । ସେହି ପିଲାମାନଙ୍କ ବାପା ମା'ଙ୍କ ଗୁରୁତ୍ୱକୁ ଚଳଚ୍ଚିତ୍ର ମାଧ୍ୟମରେ ସଚେତନତା କରିବା ସହିତ ପରିବାର ଯୋଡ଼ିବା ଏହି ଚଳଚ୍ଚିତ୍ରର ଲକ୍ଷ୍ୟ । ଏହି ଫିଲ୍ମରେ ସୋସିଆଲ ମେସେଜ ମଧ୍ୟ ରହିଛି । ଯାହା ସମସ୍ତଙ୍କୁ ବେଶ ଭଲ ଲାଗିବ ବୋଲି ଆଶା କରୁଛି । ଏଣୁ ଦର୍ଶକଙ୍କୁ ମୁଁ ଅନୁରୋଧ କରୁଛି ଯେ ସମସ୍ତେ ଏହି ଫିଲ୍ମକୁ ହଲରେ ଯାଇ ଦେଖନ୍ତୁ । ଏହି ଫିଲ୍ମ ଡିସେମ୍ୱର 20ରେ ରିଲିଜ ହେବାକୁ ଥିବା ବେଳେ ଖ୍ରୀଷ୍ଟମାସ ଏହି ଫିଲ୍ମ ସହ ପାଳନ କରନ୍ତୁ ।''

ବଲିଉଡରେ ପରିବାରବାଦକୁ ନେଇ ଏହା କହିଲେ

ବଲିଉଡରେ ପରିବାରବାଦ ଏକ ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ଉତ୍କର୍ଷ କହିଛନ୍ତି,''ପାରିବାରିକ ଅଭିନୟ ପରମ୍ପରା ହୋଇଥାଏ ପାରେ କିନ୍ତୁ କୌଣସି ନୂଆକଳାକାର ଆସିଲେ, ଲୋକଙ୍କର ଉତ୍ସୁକତା ନିଶ୍ଚିତ ଭାବେ ରହେ ସେଭଳି କେହି ସଫଳ ହେଲେ, ଚର୍ଚ୍ଚା ହୁଏ । ତେବେ ମୁଁ ସବୁବେଳେ ବିଶ୍ଵାସ କରେ ଯେ କୌଣସି କାର୍ଯ୍ୟ କରିବାବେଳେ ନିଜର ଶତ ପ୍ରତିଶତ ଦେବା ଉଚିତ । ଇଞ୍ଜିନିୟରିଂ ପାଠ ସରିବା ପରେ ଯେତେବେଳେ ମୁଁ ଅଭିନୟକୁ ନିଜର କ୍ୟାରିଅର କରିବା କଥା ଭାବିଲେ, ସେତେବେଳେ ନିଜ କଳାକୁ ବିକଶିତ କରିବା ପାଇଁ ବିଭିନ୍ନ ଥିଏଟରର ଅଭିନୟ ଶିଖିବା ସହିତ ଆମେରିକାରେ ମଧ୍ୟ ଥିଏଟରରେ ଅଭିନୟ କରିଥିଲି ମୋର କେବଳ ଗୋଟିଏ ଲକ୍ଷ୍ୟ ଥିଲା ଯେ ଭାରତୀୟ ଚଳଚ୍ଚିତ୍ରକୁ କିଭଳି ମୁଁ ବିଶ୍ୱସ୍ତରକୁ ନେବି ତେଣୁ ମୁଁ ସେଠାରୁ ଆସି ମୁଁ ଏଭଳି ଫିଲ୍ମର ତଲାସରେ ରହିଛି, ଯାହା ସମାଜକୁ ପ୍ରଭାବିତ କରୁଥିବ ।''

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ କେବେ କରିବେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି, ଜାଣନ୍ତୁ

କୌଣସି ଓଡ଼ିଆ ଫିଲ୍ମର ଅଫର୍ ମିଳିଲେ ଗ୍ରହଣ କରିବେ ?

ଭଲ କାହାଣୀ ଥିଲେ ନିଶ୍ଚୟ ଗ୍ରହଣ କରିବି । କାରଣ ଭାରତୀୟ ଚଳଚ୍ଚିତ୍ରରେ ଭାଷା ନୁହେଁ, କାହାଣୀ ଗୁରୁତ୍ବ ବହନ କରେ । ନିକଟ ଅତୀତରେ ଜାତୀୟ ପୁରସ୍କାର ପ୍ରାପ୍ତକରିଥିବା ‘କାନ୍ତାରା' ଚଳଚ୍ଚିତ୍ର ଏହାର ପ୍ରମୁଖ ଉଦାହରଣ ଯଦି କୌଣସି ଚଳଚ୍ଚିତ୍ରରେ ଭାରତୀୟ ସଂସ୍କୃତି, ପ୍ରଥା ଓ ପରମ୍ପରା ଠିକ୍ ଭାବରେ ଦର୍ଶାଯାଇଛି, ତାହା ଦର୍ଶକଙ୍କ ନିକଟରେ ପହଞ୍ଚିଛି । ତେଣୁ ଭଲ କାହାଣୀ ଥିଲେ ମୁଁ ଓଡ଼ିଆ ଫିଲ୍ମରେ ନିଶ୍ଚୟ ଅଭିନୟ କରିବି ବୋଲି କହିଛନ୍ତି ଅଭିନେତା ଉତ୍କର୍ଷ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.