ହାଇଦ୍ରାବାଦ: ଆଉ ମାତ୍ର ୪ ଦିନ ବାକି । ଜାନୁଆରୀ ୨୮ରେ ଅନୁଷ୍ଠିତ ହେବ ବିଗ ବସ୍ ୧୭ର ଗ୍ରାଣ୍ଡ ଫାଇନାଲ । ଏହି ଦିନ 'ବିଗ ବସ ୧୭'କୁ ମିଳିବ ନୂଆ ବିଜେତା । ଶୋ' କୁ ବର୍ତ୍ତମାନ ୫ଜଣ ଟପ୍ ପ୍ରତିଯୋଗୀ ମିଳିସାରିଲେଣି । ଅଙ୍କିତା ଲୋଖଣ୍ଡେ, ମୁନାୱାର ଫାରୁକି, ଅଭିଷେକ କୁମାର, ଅରୁଣ ମହାଶେଟ୍ଟି, ମନାରା ଚୋପ୍ରାଙ୍କ ମଧ୍ୟରେ ଏବେ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ଏହି ପାଞ୍ଚଜଣଙ୍କ ମଧ୍ୟରୁ କିଏ ମାରିବ ବାଜି? ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଫାଇନାଲ୍ ୬ ଘଣ୍ଟା ହେବ
ଏଥର ଗ୍ରାଣ୍ଡ ଫାଇନାଲ୍ ଏପିସୋଡ୍ ଘଣ୍ଟାଏ କିମ୍ବା ୨ ଘଣ୍ଟା ନୁହଁ ବରଂ ୬ ଘଣ୍ଟା ଯାଏଁ ଚାଲିବ । ନିର୍ମାତା ଏକ ଲାଟେଷ୍ଟ ପ୍ରମୋ ସେୟାର କରି ଶୋ'ର ଗ୍ରାଣ୍ଡ ଫାଇନାଲ ନେଇ ସୂଚନା ଦିଆଯାଇଛି । ଭାରତୀ ସିଂ, ହର୍ଷ ଲିମ୍ବାଚିୟା ଏବଂ ଇଣ୍ଟରନେଟ୍ ସେନ୍ସେସ୍ ଉରି ଏହି ପ୍ରୋମୋରେ ସମୟ ପ୍ରକାଶ କରିଛନ୍ତି । ଜାନୁଆରୀ ୨୮ ରେ, ବିଗ୍ ବସ୍ ର ଗ୍ରାଣ୍ଡ୍ ଫାଇନାଲ୍ ପାର୍ଟି ସନ୍ଧ୍ୟା ୬ ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ମଧ୍ୟରାତ୍ର ୧୨ଟାରେ ସଲମାନ ଶୋ' ବିଜେତାଙ୍କ ନାଁ ଘୋଷଣା କରିବେ । ତେବେ ଏହା ପ୍ରଥମ ଥର ହେବ ଯେ ବିଗ୍ ବସ ଫାଇନାଲ୍ ଏପିସୋଡ୍ ୬ ଘଣ୍ଟା ଚାଲିବ ।
ପୁରସ୍କାର ରାଶି କେତେ ହେବ ଏବଂ କେଉଁଥିରେ ଦେଖିପାରିବେ ଲାଇଭ?
ରିପୋର୍ଟ ଅନୁଯାୟୀ, ଏହି ଶୋ'ର ବିଜେତା ୩୦ ଲକ୍ଷରୁ ୪୦ ଲକ୍ଷ ଟଙ୍କା ମଧ୍ୟରେ ପୁରସ୍କାର ରାଶି ପାଇବେ । ନିର୍ମାତା ପୁରସ୍କାର ରାଶି ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି । ଏହି ଶୋ'କୁ କେବଳ କଲର୍ସ ଟିଭିରେ ନୁହଁ ଏହାକୁ ଜିଓ ସିନେମାରେ ବି ମାଗଣାରେ ଦେଖିପାରିବେ । 'ବିଗ୍ ବସ୍ 17'ର ଭୋଟିଂ ଲାଇନ ଖୋଲା ଅଛି । ପ୍ରତିଯୋଗୀଙ୍କୁ ଭୋଟ୍ ଦେବାକୁ ହେଲେ ଅନଲାଇନ୍ ଭୋଟିଂ ଏବଂ SMS ଭୋଟିଂ ସହ ଏକାଧିକ ଭୋଟିଂ ପ୍ଲାଟଫର୍ମ ମାଧ୍ୟମରେ ଭୋଟ ଦେଇହେବ ।
ଏହା ମଧ୍ୟ ପଢନ୍ତୁ: ବ୍ୟକ୍ତିଗତ ଜୀବନୀକୁ ନେଇ ଅଙ୍କିତା ଲୋଖଣ୍ଡେଙ୍କ ଖୁଲାସା, 'ସମ୍ପର୍କରେ ମୋତେ ବି ମିଳିଛି ଧୋକା'
କିଏ ବିଜେତା ହେବ?
ବିଗ୍ ବସ୍ ୧୭ ର ଫାଇନାଲ୍ ପାଇଁ ପ୍ରଶଂସକମାନେ ଅତ୍ୟଧିକ ଉତ୍ସାହିତ ହୋଇଛନ୍ତି । ସୋସିଆଲ ମିଡିଆରେ ମୁନାୱର, ଅଙ୍କିତା ଏବଂ ଅଭିଷେକଙ୍କ ନାଁ ଟ୍ରେଣ୍ଡ କରୁଛି । ଏହି ତିନି ଖେଳାଳି ବିଜେତା ରେସରେ ଆଗୁଆ ରହିଛନ୍ତି । ମୁନାୱର ଫାରୁକି ରିଆଲିଟି ଶୋ' ଲକଅପ୍ ର ବିଜେତା ରହିସାରିଛନ୍ତି । ଏଣୁ ତାଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ସେ ବିଗ୍ ବସ୍ ଜିତି ରିଆଲିଟି ଶୋ' କିଙ୍ଗ ହେବେ। ଏଥିସହିତ ଅଙ୍କିତାଙ୍କର ଜଣେ ସଂସ୍କାରୀ ବୋହୂ ହୋଇଥିବା ବେଳେ ଏହି ଶୋ'ରେ ତାଙ୍କର ଜିତିବାର ମଧ୍ୟ ସୁଯୋଗ ରହିଛି । ସେହିପରି ଅନେକ ଫ୍ୟାନ୍ସ ଅଭିଷେକଙ୍କୁ ବିଜେତା ହେବେ ବୋଲି ଅନୁମାନ କରିଛନ୍ତି ।