ETV Bharat / entertainment

'ଭକ୍ଷକ' ଟ୍ରେଲର ରିଲିଜ; ସାମ୍ବାଦିକା ହୋଇ ନ୍ୟାୟ ପାଇଁ ଲଢିବେ ଭୂମି - ଭକ୍ଷକ ଟ୍ରେଲର ରିଲିଜ

Bhakshak Trailer: ଭୂମି ପେଡନେକରଙ୍କ ଫିଲ୍ମ 'ଭକ୍ଷକ'ର ଟ୍ରେଲର ରିଲିଜ ହୋଇଛି । ସତ ଘଟଣାକୁ ଆଧାର କରି ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଅଭିନେତ୍ରୀ ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିଛନ୍ତି । ଦେଖନ୍ତୁ 'ଭକ୍ଷକ' ଦମଦାର ଟ୍ରେଲର,

'ଭକ୍ଷକ' ଟ୍ରେଲର ରିଲିଜ; ସାମ୍ବାଦିକା ହୋଇ ନ୍ୟାୟ ପାଇଁ ଲଢିବେ ଭୂମି

author img

By ETV Bharat Odisha Team

Published : Jan 31, 2024, 4:40 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଓଟିଟିରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । 'ଭକ୍ଷକ' ସହ ଓଟିଟିରେ ନଜର ଆସିବେ ଭୂମି ପେଡନେକର । ଫେବୃଆରୀ ୯ରେ ଏହି ଫିଲ୍ମ ରିଲିଜ ହୋବାକୁ ଥିବା ବେଳେ ବର୍ତ୍ତମାନ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । ବିହାରର ଏକ ସତ ଘଟଣାକୁ ଆଧାର କରି ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଅଭିନେତ୍ରୀ ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

ବଲିଉଡ କିଙ୍ଗଖାନ ନିଜ ଇନଷ୍ଟାଗ୍ରାମରେ ଭୂମି ପେଡନେକରଙ୍କ ଫିଲ୍ମ 'ଭକ୍ଷକ' ର ଟ୍ରେଲର ରିଲିଜ କରିଛନ୍ତି । ଫିଲ୍ମର ଟ୍ରେଲର ସେୟାର କରି କିଙ୍ଗ ଖାନ କ୍ୟାପସନରେ ଲେଖିଛନ୍ତି, 'ପରିବର୍ତ୍ତନର କାହାଣୀ ଯାହା କହିବା ଆବଶ୍ୟକ । ପ୍ରକୃତ ଘଟଣା ଦ୍ବାରା ଅନୁପ୍ରାଣିତ ଏହି ଚଳଚ୍ଚିତ୍ର ଫେବୃଆରୀ ୯ ରେ କେବଳ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ଏହି ଚଳଚ୍ଚିତ୍ରରେ ବଂଶୀ ସାହୁଙ୍କ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ଶ୍ରୀବାସ୍ତବ ଏକ ଆଶ୍ରମ ଚଳାନ୍ତି । କିନ୍ତୁ ସେହି ଆଶ୍ରମରେ ରହୁଥିବା ଝିଅମାନଙ୍କ ସହ ଜଘନ୍ୟ ଅପରାଧ ଘଟୁଛି । ଭୂମି ପେଡନେକର ଏହି ରହସ୍ୟ ଖୋଜିବାକୁ ଏକ ମିଶନ ଆରମ୍ଭ କରନ୍ତି ଏବଂ ଝିଅମାନଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ ଆରମ୍ଭ କରନ୍ତି ।

କହିରଖୁଛୁ କି, ନିର୍ଦ୍ଦେଶକ ପୁଲକିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ଏହି ଫିଲ୍ମରେ ଭୂମି ପେଡନେକରଙ୍କ ବ୍ୟତୀତ ସଞ୍ଜୟ ମିଶ୍ର, ଆଦିତ୍ୟ ଶ୍ରୀବାସ୍ତବ ଏବଂ ସାଇ ତମନକରଙ୍କ ସହ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫେବୃଆରୀ ୯ ରେ 'ଭକ୍ଷକ' ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ । ଏହି ଫିଲ୍ମରେ ଭୂମି ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିଛନ୍ତି । ସେହିପରି ସଞ୍ଜୟ ମିଶ୍ର ଜଣେ କ୍ୟାମେରାମ୍ୟାନ୍ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସାଇ ତମନକର ଜଣେ ପୋଲିସ୍ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଭକ୍ଷକ' ରିଲିଜ ପୂର୍ବରୁ ମା' କାମାକ୍ଷାଙ୍କ ଆଶୀର୍ବାଦ ନେଲେ ଭୂମି

'ଭକ୍ଷକ'ର କାହାଣୀ ବିହାରର ଏହି ଘଟଣା ଉପରେ ଆଧାରିତ

୨୦୧୮ରେ, ବିହାରର ମୁଜଫରପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ବିହାର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା ​​ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ମୁଜଫରପୁର ଆଶ୍ରମରେ ନାବାଳିକାଙ୍କୁ ଶୋଷଣ କରାଯାଉଥିଲା । ଏହି ମାମଲାରେ କରାଯାଇଥିବା ଡାକ୍ତରୀ ପରୀକ୍ଷଣରେ ମୁଜଫରପୁର ବାଳିକା ଘରେ ରହୁଥିବା ୪୨ଜଣ ବାଳିକାଙ୍କ ମଧ୍ୟରୁ ୩୪ଜଣଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ସହ ଅନ୍ୟ ୧୮ଜଣଙ୍କୁ ବି ଦଣ୍ଡିତ କରାଯାଇଛି । ଏହି ମାମଲା ସମଗ୍ର ଦେଶକୁ ଦୋହାଲାଇ ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.