ETV Bharat / entertainment

ରିଲ୍ ଡ୍ରାଇଭର ଚଳାଇଲେ ରିୟଲ ଅଟୋ, ହେଲେ କାହିଁକି ? - Promotion In Unique Way

author img

By ETV Bharat Odisha Team

Published : Aug 1, 2024, 9:29 PM IST

Promotion In Unique Way: ଅଗଷ୍ଟ ୯ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଭଗିଆ ଭାରିଯା'। ଏହା ପୂର୍ବରୁ ମାଷ୍ଟର କ୍ୟାଣ୍ଟିନ ଅଟୋ ଷ୍ଟାଣ୍ଡରେ ଅଭିନେତ୍ରୀ ଦେବଯାନୀଙ୍କୁ ଅଭିନେତା ହରିହର ଅଟୋରେ ବସାଇ ନେଉଥିବା ଦେଖିବାକୁ ମିଳିଛି । ପଢନ୍ତୁ ପୂରା ଖବର

Unique Promotion
Unique Promotion (ETV Bharat Odisha)

ଭୁବନେଶ୍ବର: ଅଗଷ୍ଟ ୯ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଭଗିଆ ଭାରିଯା'। ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭିତରେ ଥିବା ଦୃଢ଼ ଆତ୍ମବିଶ୍ବାସକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି । ରିଲିଜ ପୂର୍ବରୁ ସିନେମା ଭିତରେ ଥିବା ସଚେତନତା ଓ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମଧୁର ପ୍ରେମର ବାର୍ତ୍ତାକୁ ନିଆରା ଢଙ୍ଗରେ ବିଭିନ୍ନ ପ୍ଲାଟଫର୍ମରେ ଫିଲ୍ମର ପ୍ରଚାର ପ୍ରସାର କରାଯାଉଛି । ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ଅଟୋଚାଳକଙ୍କ ସହ ଫିଲ୍ମର ପ୍ରମୋସନ କରିଛନ୍ତି ମୁଖ୍ୟ ଚରିତ୍ରରେ ଥିବା ହରିହର ମହାପାତ୍ର ଓ ଦେବଜାନୀ । ରିଲ ଲାଇଫ ଅଟୋ ଚାଳକ ରିୟଲ ଲାଇଫର ଅଟୋଚାଳକଙ୍କ ସହ ମିଶି ଫିଲ୍ମର ପ୍ରଚାର କରିଛନ୍ତି । ଆଉ ଓଡ଼ିଶାର ପାଣି ପବନକୁ ନେଇ ପ୍ରସ୍ତୁତ ଏହି ମୌଳିକ କାହାଣୀର ସିନେମା ଦେଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Unique Promotion (ETV Bharat Odisha)

ରିଲ୍ ଅଟୋ ଡ୍ରାଇଭର ଚଳାଇଲେ ରିଏଲ ଅଟୋ:

ଭଗିଆ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ହରିହର ମହାପାତ୍ର ନିଜେ ଅଟୋ ଚଳାଇ ଦେବଯାନୀଙ୍କୁ ଅଟୋରେ ବସାଇ ନେଉଥିବା ଦେଖିବାକୁ ମିଳିଥିଲା । ଅନଲାଇନ ସ୍ମାର୍ଟ ଅଟୋ ଆସୋସିଏସନ ଅଟୋ ଚାଳକଙ୍କ ସହ ମିଶି ପ୍ରମୋସନ କରିଛନ୍ତି । ଏହାସହ ଉଭୟ ନାୟକ ଓ ନାୟିକା କେକ କାଟି ସେଲିବ୍ରେସନ କରିଛନ୍ତି । ଯାହା ଅଟୋଚାଳକଙ୍କ ଖୁସିକୁ ଦ୍ବିଗୁଣିତ କରିବା ସହ ଚଳଚ୍ଚିତ୍ର ଦେଖିବାକୁ ସେମାନଙ୍କୁ ଉତ୍ସାହିତ କରିଛି ।

ନିର୍ଦ୍ଦେଶକ ଓ ପ୍ରଯୋଜକ କିଏ?
ଏହି ଫିଲ୍ମ ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ହରିହର ମହାପାତ୍ର । ଏଥିରେ ସେ ଭଗିଆ ଚରିତ୍ରରେ ନଜର ଆସିବେ । ଏଥିରେ ତାଙ୍କର ନାୟିକା ଅଛନ୍ତି ଦେବଯାନୀ । ଯିଏକି ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ବବି ମିଶ୍ର ଓ ପୂପିନ୍ଦରଙ୍କୁ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର । ଡିଓପିରେ ମାନସ ମିଶ୍ର ଥିବାବେଳେ ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର ମଳୟ ମିଶ୍ର । ଚଳଚ୍ଚିତ୍ର ଟାଇଟଲ ଟ୍ରାକଟି ଏବେ ଟ୍ରେଣ୍ଡିଂରେ ରହିଛି । ସମ୍ପାଦନା ଦାୟିତ୍ବରେ ଅଛନ୍ତି ରାଜେଶ ଦାଶ । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୂର ଉପାଦାନ ରହିଥିବା କହିଛି ପ୍ରଯୋଜନା ସଂସ୍ଥା ।

ଏହା ବି ପଢନ୍ତୁ...'ତୋ ପାଇଁ ମୁଁ ଗାଉଛି ଗୀତ'ର ଶୁଭ ମହୁରତ, ଦର୍ଶକ ଦେଖିବେ ବଙ୍ଗୀୟ ହିରୋଇନ ଓ ଛତିଶଗଡ଼ୀ ହିରୋଙ୍କ କେମେଷ୍ଟ୍ରି - To Pain Mu Gauchhi Geeta

ଫିଲ୍ମର କାହାଣୀ:
ଚଳଚ୍ଚିତ୍ରଟି ଏକ ନିଛକ କାହାଣୀକୁ ନେଇ ଗତିଶୀଳ ହେଉଥିବାବେଳେକିଭଳି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବଦଳେ ତାହା ଦର୍ଶାଯାଇଛି । ପରସ୍ପରକୁ ସମର୍ଥନ କରି କିପରି ସଂସାରକୁ ଆଗେଇ ନିଅନ୍ତି ଆଉ ଉଭୟ ଉଭୟଙ୍କ କାର୍ଯ୍ୟକୁ ସଫଳ କରନ୍ତି ତାହାହିଁ ଏଥିରେ ଦେଖିବାକୁ ମିଳିବ। ଆଜିକାଲି ରିଲ୍ସ ବନେଇ ସୋସିଆଲ ମିଡିଆରେ ଛାଡ଼ିବା ଏକ ଫ୍ୟାସନ ହେଇଗଲାଣି । ହେଲେ ସମସ୍ତେ ଯେ ଏଥିରେ ମାତି ଖରାପ ବାର୍ତ୍ତା ଦେଉଛନ୍ତି ତାହା ନୁହେଁ, ଅନେକ ଭଲ ବାର୍ତ୍ତା ବି ଦେଉଛନ୍ତି। ସେହିପରି ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯାକୁ ଏହି ନିଶା ଘାରିଛି । ରିଲ୍ସ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ସେ ଲକ୍ଷ୍ୟ ରଖିଛି। ହେଲେ ସେ ଲକ୍ଷ୍ୟ କେବେ ପୂରଣ ହେଉଛି ନା ସଂଘର୍ଷର କ୍ଷତି ପଥରରେ କଷି ହୋଇ ସେ ହାରିଯାଉଛି ତାହା ଏଥିରେ ଦେଖିବାକୁ ପାଇବେ ଦର୍ଶକ । ଜଣେ ଅଟୋଚାଳକଙ୍କ ସଂଘର୍ଷ ଓ ପରିବାର ସମର୍ଥନ ବି ଏଥିରେ ଥିବାରୁ ଅଟୋ ଚାଳକଙ୍କ ସହ ନିଜକୁ ବେଶ ସାମଞ୍ଜସ୍ୟ ଦର୍ଶାଇ ହରିହର ତାଙ୍କ ସହ ଚଳଚ୍ଚିତ୍ରର ପ୍ରଚାର କରିଛନ୍ତି । ଯାହା ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.