ETV Bharat / entertainment

ପରଦାରେ ବ୍ୟାଡ ନ୍ୟୁଜ, ଦର୍ଶକଙ୍କ ମନ ଜିତିଲା ବିକି-ତ୍ରିପ୍ତୀଙ୍କ କେମେଷ୍ଟ୍ରି - BAD NEWZ

author img

By ETV Bharat Odisha Team

Published : Jul 19, 2024, 5:32 PM IST

Bad Newz Release: ଅପେକ୍ଷାର ହେଲା ଅନ୍ତ । ପରଦାକୁ ଆସିଲା ବିକି କୌଶଲ ଏବଂ ତ୍ରିପ୍ତୀ ଡିମ୍ରିଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ' । ତେବେ ଫିଲ୍ମରେ ବିକି-ତ୍ରିପ୍ତୀଙ୍କ ଲଭ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତୁଛି । ଅଧିକ ପଢନ୍ତୁ

ରିଲିଜ ହେଲା 'ବ୍ୟାଡ୍ ନ୍ୟୁଜ', ଦର୍ଶକଙ୍କ ମନ ଜିତୁଛି ବିକି-ତ୍ରିପ୍ତୀଙ୍କ କେମେଷ୍ଟ୍ରି
ରିଲିଜ ହେଲା 'ବ୍ୟାଡ୍ ନ୍ୟୁଜ', ଦର୍ଶକଙ୍କ ମନ ଜିତୁଛି ବିକି-ତ୍ରିପ୍ତୀଙ୍କ କେମେଷ୍ଟ୍ରି (Film Poster)

ହାଇଦ୍ରାବାଦ: 'ଆନିମଲ' ପରେ ପୁଣି ପରଦାକୁ ଫେରିଛନ୍ତି ତ୍ରିପ୍ତୀ ଡିମ୍ରି । ସେ ଏଥର ରଣଭୀରଙ୍କ ସହ ନୁହଁ ବରଂ ବିକି କୌଶଲଙ୍କ ସହ ରୋମାନ୍ସର ତଡକା ଲଗାଇଥିବା ଦେଖିବାକୁ ମିଳିଛି । ଆଜି ଅର୍ଥାତ୍ ଜୁଲାଇ ୧୯ରେ ଫିଲ୍ମ ରିଲିଜ ହୋଇଛି । ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ଥିଏଟରରେ ଭିଡ଼ ଜମିଛି । ଲୋକଙ୍କ ମନ ଜିତୁଛି ବିକି ଏବଂ ତ୍ରିପ୍ତୀଙ୍କ ଏହି କେମଡି ରୋମାଣ୍ଟିକ ଫିଲ୍ମ । ସୋସିଆଲ ମିଡିଆରେ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ସମେତ ଦର୍ଶକ ପ୍ରତିକ୍ରିୟା ଦେଇ ପ୍ରଶଂସା କରିଛନ୍ତି ।

'ବ୍ୟାଡ ନ୍ୟୁଜ' ରିଭ୍ୟୁ

ତରଣ ଆଦର୍ଶ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଫିଲ୍ମକୁ ସେ ୪ ଷ୍ଟାର ଦେଇଛନ୍ତି ଏବଂ ଫିଲ୍ମଟି ବେଶ ଏଣ୍ଟଟେନ ଦେବା ସହ ମଜାଳିଆ ଅଟେ । ଏନେଇ ସେ ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କୁ ପ୍ରଶଂସା କରିଛନ୍ତି । ଏଥିସହ ବିକି କୌଶଲ, ତ୍ରିପ୍ତୀ ଡିମ୍ରି ଏବଂ ଆମି ଭିର୍କଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି । ସେହିପରି ଅନେକ ଦର୍ଶକ ଫିଲ୍ମକୁ 'Full Entertainment Pakage' ବୋଲି କହିଛନ୍ତି । ଜଣେ ଦର୍ଶକ ଏକ୍ସରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଫିଲ୍ମ କେମଡି ଏବଂ ବେଶ ମନୋରଞ୍ଜନ ଦାୟକ ଅଟେ । ବିକି ଏବଂ ଆମି ଭିର୍କ, ତିପ୍ତୀଙ୍କ କେମେଷ୍ଟ୍ରି ଦମଦାର ରହିଛି । ପଇସା ବସୁଲ ଫିଲ୍ମ ।

ପ୍ରଥମ ଦିନରେ ଏତିକି କୋଟି ଆୟ କରିପାରେ ଫିଲ୍ମ

ରିପୋର୍ଟ ଅନୁଯାୟୀ, ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆଡଭାନ୍ସ ବୁକିଂରେ ୮୦୭୯ ସ୍କ୍ରିନିଂ ପାଇଁ 983,924 ଟିକେଟ୍ ବିକ୍ରି ହୋଇଥିଲା ଏବଂ ଫିଲ୍ମଟି ହିନ୍ଦୀରେ 2.67 କୋଟି ଟଙ୍କା ଆୟ କରିଥିଲା । ପ୍ରଥମ ଦିନ ପାଇଁ ଜୁଲାଇ 19 ତାରିଖ ଦିନ 6 ଟା ପର୍ଯ୍ୟନ୍ତ ତଥ୍ୟ ରେକର୍ଡ କରାଯାଇଥିଲା । ବୁକିଂ ନମ୍ବର ଉପରେ ଆଧାର କରି ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଫିଲ୍ମଟି ପ୍ରଥମ ଦିନରେ ୮ରୁ ୯ କୋଟି ଆୟ କରିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ମାଆ ହେବେ କି କ୍ୟାଟ୍ରିନା ? ବିକି କୌଶଲ କହିଲେ, ମୁଁ ଖୁସି.....

'ବ୍ୟାଡ ନ୍ୟୁଜ'ର କାହାଣୀ

ବିଶ୍ୱାସ କରାଯାଉଥିଲା ଯେ ଏହି ଚଳଚ୍ଚିତ୍ର ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ଚଳଚ୍ଚିତ୍ର 'ଗୁଡ୍ ନ୍ୟୁଜ୍'ର ସିକ୍ୱେଲ୍ ଅଟେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବରଂ ଏହି ଚଳଚ୍ଚିତ୍ର ଷଡଯନ୍ତ୍ର ବ୍ରାଜିଲିଅନ ୱେବ୍ ସିରିଜ୍ 'ଡେସେପେରେଟ ଲାଇଜ'ରୁ ଆସିଛି । ଚଳଚ୍ଚିତ୍ରର କାହାଣୀ (Heteropaternal superfecundation)ହେଟେରୋପାଟେରାଲ୍ ସୁପରଫେକଣ୍ଡେସନ୍ର ଚିକିତ୍ସା ସମସ୍ୟା ସହିତ ଜଡିତ, ଯାହାର ଅର୍ଥ ହେଉଛି ଦୁଇ ଜଣଙ୍କ ସହିତ ପୃଥକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କର ଯାଆଁଳା ସନ୍ତାନ ଏବଂ ଉଭୟଙ୍କର ଭିନ୍ନ ପିତା ଅଛନ୍ତି । ଏହି ଫିଲ୍ମରେ ବିକି, ତ୍ରିପ୍ତୀଙ୍କୁ ବିବାହ କରିଥିବା ବେଳେ କିନ୍ତୁ ତ୍ରିପ୍ତୀ ଦୁଇ ଯାଆଁଳା ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଯାହାର ଆଉ ଜମେ ପିତା ହେଉଛନ୍ତି ଆମି । ୟାହା ପରେ କାହାଣୀରେ ଟ୍ୱିଷ୍ଟ ଆସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.