ETV Bharat / entertainment

'ଦେବଦାସୀ' ପୋଷ୍ଟର ରିଲିଜ; ଖୁବଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଫିଲ୍ମ, ପ୍ରଭୁ ଜଗନ୍ନାଥ ସଂସ୍କୃତିର ଝଲକ ଦେଖିବେ ଦର୍ଶକ - NEW ODIA FILM DEVADAASI - NEW ODIA FILM DEVADAASI

New Odia Film Devadaasi: ଖୁବଶୀଘ୍ର ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ଦେବଦାସୀ'। ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅକୁହା କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଭକ୍ତ ଭଗବାନଙ୍କ ଭିତରେ ଥିବା ନିଆରା ଆବେଗକୁ ଚଳଚ୍ଚିତ୍ରରେ ଦେଖିବେ ଦର୍ଶକ । ତେବେ ଏହି ଫିଲ୍ମ କେଉଁ ନିର୍ଦ୍ଦେଶକ ନିର୍ଦ୍ଦେଶାନ ଦେବେ ଏବଂ ଏହାର କାହାଣୀ କ'ଣ? ଜାଣନ୍ତୁ,

ଅଶ୍ୱିନ ତ୍ରିପାଠୀ ନୂଆ ଓଡ଼ିଆ ଫିଲ୍ମ 'ଦେବଦାସୀ' ପୋଷ୍ଟର ରିଲିଜ
ଅଶ୍ୱିନ ତ୍ରିପାଠୀ ନୂଆ ଓଡ଼ିଆ ଫିଲ୍ମ 'ଦେବଦାସୀ' ପୋଷ୍ଟର ରିଲିଜ (ETV Bharat Odisha)
author img

By ETV Bharat Entertainment Team

Published : Sep 2, 2024, 12:33 PM IST

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ଦେବଦାସୀ' । ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅକୁହା କାହାଣୀକୁ ନେଇ ନୂଆ ଓଡ଼ିଆ ଚଳଚିତ୍ର 'ଦେବଦାସୀ'ର ପୋଷ୍ଟର ରିଲିଜ ହୋଇଯାଇଛି । ଏସ୍ ଆର୍ ଏଣ୍ଟରପ୍ରାଇଜର୍ସ ଓ ସିକ୍‌ସ୍ଥ ଏଲିମେଣ୍ଟସ୍‌‌ ଏଲ ଏଲ ସିର ମିଳିତ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଦେବଦାସୀ '। ଭୁବନେଶ୍ୱରର ଏକ ହୋଟେଲରେ ଫିଲ୍ମର ଟାଇଟଲ ଘୋଷଣା ସହ ପୋଷ୍ଟର ଉନ୍ମୋଚିତ କରାଯାଇଥିବା ବେଳେ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ନିର୍ଦ୍ଦେଶିକା ସ୍ୱପ୍ନା ପତି ।

ଅଶ୍ୱିନ ତ୍ରିପାଠୀ ନୂଆ ଓଡ଼ିଆ ଫିଲ୍ମ 'ଦେବଦାସୀ' ପୋଷ୍ଟର ରିଲିଜ (ETV Bharat Odisha)

ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ଦେବଦାସୀ ପରମ୍ପରାର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅଶ୍ୱିନ ତ୍ରିପାଠୀ ଏବଂ ନିର୍ଦ୍ଦେଶିକା ସ୍ୱପ୍ନା ପତି । ସେ ମଧ୍ୟ ଏହାର କାହାଣୀକାର ଅଛନ୍ତି । ପ୍ରଯୋଜନାରେ ଅଛନ୍ତି ତିନି ଜଣ।ରାଜେଶ ମହାନ୍ତି, ସୁସ୍ମିତା ଜେନା ଓ କୃପାଲ ସିଂ। ସଂଳାପ ରଚନା କରିଛନ୍ତି ଅଭିଜ୍ଞ ବିଜୟ ମଲ୍ଲ । 'ସରକାର ଥ୍ରୀ' ଓ 'ପରଦେଶ' ଫେମ ନିରଜ ପାଠକ ଏଥିରେ ସ୍କ୍ରିପ୍ଟ ଡକ୍ଟର ଭାବରେ ଦାୟିତ୍ୱ ତୁଲାଇବେ ।

ଦୁଇଟି ଭାଷାରେ ଆସିବ 'ଦେବଦାସୀ'

ଏସ୍ ଆର୍ ଏଣ୍ଟରପ୍ରାଇଜର୍ସର ଅନେକ ହିତ ହିନ୍ଦୀ ସିନେମା ନିର୍ମାଣ କରିଥିବା ବେଳେ ଏହା ହେଉଛି ପ୍ରଥମ ଓଡ଼ିଆ ଫିଲ୍ମ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଏହାକୁ ନିର୍ମାଣ କରାଯିବ । ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଓଡ଼ିଶାରେ ହିଁ ସୁଟିଂ ହେବ । ଓଡ଼ିଶାର ବିଭିନ୍ନ ମନୋରମପୂର୍ଣ୍ଣ ଦର୍ଶନୀୟ ସ୍ଥାନକୁ ଏଥିରେ ନୂଆ ରୂପରେ ପ୍ରଦର୍ଶିତ କରାଯିବ । ଖୁବ ଶୀଘ୍ର 'ଦେବଦାସୀ' ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ବାବାଜୀ କା ଠୁଲ୍ଲୁ'; ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ କମେଡି ତଡକା ଦେଖିବେ ଦର୍ଶକ

'ଦେବଦାସୀ' କାହାଣୀ
ଦେବଦାସୀ ଫିଲ୍ମକୁ ନେଇ ସଂଳାପକାର ବିଜୟ ମଲ୍ଲ କହିଛନ୍ତି ଏହି ଚଳଚିତ୍ରଟି ଦେବଦାସୀ ପରମ୍ପରା ବିଷୟରେ ନୁଁହେ ବରଂ ତାଙ୍କ ଜୀବନର ଅନେକ ଅକୁହା କାହାଣୀକୁ ନେଇ ନିର୍ମାଣ ହୋଇଛି । ଯେଉଁଥିରେ ଦେବଦାସୀର ଜଗନ୍ନାଥ ଙ୍କ ପ୍ରତି ଥିବା ସମର୍ପଣ ଭାବ , ସ୍ୱାମୀ ରୂପେ ବରଣ କରି କିଭଳି ସାରା ଜୀବନ କଟାଇଦେଉଥିଲା ସେଇ ଭିତିରି କଥାକୁ ଚଳଚିତ୍ର ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ । ଯାହା ଆମ ଭିତରେ ଥିବା ଜଗନ୍ନାଥଙ୍କୁ ସ୍ୱାମୀସମ ମାନି ପୂଜା କରିବାର ଭାବକୁ ଓ ଆବେଗକୁ ପୁଣି ଥରେ ୟୁଜିବିତ କରିବ । କାରଣ ଜଗନ୍ନାଥଙ୍କୁ ସ୍ୱାମୀ କହିବାର ଧାରା ଏହି ଦେବଦାସୀ ପରମ୍ପରା ହିଁ ସୃଷ୍ଟି ହୋଇଥିଲା । ତେଣୁ ଏହି ଫିଲ୍ମ ମାଧ୍ୟମରେ ପୁରାତନ ଏକ ପରମ୍ପରା ପୁଣି ଥରେ ସମସ୍ତେ ଜାଣିପାରିବେ । ମୋଟାମୋଟି ଭାବେ ଦେବଦାସୀ ଭିତରେ ଥିବା ଆବେଗ, ଚେତନା,ଭଲପାଇବାର କଥା ଏଥିରେ ଦେଖାଯିବ । ଭକ୍ତ ଓ ଭଗବାନଙ୍କ ପ୍ରତି ଥିବା ଭକ୍ତି ଭାବର ନିଆରା ପରିଭାଷାକୁ ନେଇ ସିନେମାଟି ଆସୁଥିବା ବେଳେ ଏଥିରେ ଜଣେ ବିଦେଶିନୀଙ୍କ ଭକ୍ତିର ଭାବ ଦେଖିବାକୁ ପାଇବେ ଦର୍ଶକ । ତେଣୁ ଏଭଳି ଜଗନାଥ ଚେତନାର ଫିଲ୍ମ ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ବିଜୟ ମଲ୍ଲ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.