ହାଇଦ୍ରାବାଦ: ଆଜି ମାର୍ଚ୍ଚ ୭ରେ ବଲିଉଡ ଲୋକପ୍ରିୟ ଅଭିନେତା ଅନୁପମ ଖେର ନିଜ ୬୯ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେଲିବ୍ରିଟିଙ୍କ ଠାରୁ ଫ୍ୟାନ୍ସ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ସେପଟେ ଅଭିନେତା ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବିଶେଷ ଉପହାର ଦେଇଛନ୍ତି । ଆଜି ସେ ନୂଆ ଫିଲ୍ମ ସହ ନିର୍ଦ୍ଦେଶନାରେ କମବ୍ୟାକ କରିବା ନେଇ ଘୋଷଣା କରିଛନ୍ତି । ସେ 'ତନଭି ଦ ଗ୍ରେଟ୍' ଫିଲ୍ମ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ସେ ସୂଚନା ଦେଇଛନ୍ତି ।
ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଘୋଷଣାର ଭିଡିଓ ସେୟାର କରିଛନ୍ତି । ସେ ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ତନଭି ଦ ଗ୍ରେଟ୍' ଆଜି ମୋର ଜନ୍ମଦିନରେ ମୁଁ ଗର୍ବର ସହ ଏହି ଫିଲ୍ମର ନାମ ଘୋଷଣା କରିଛି ଯାହାକୁ ମୁଁ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଇଛି । କିଛି କାହାଣୀ ସେମାନଙ୍କ ବାଟ ଖୋଜିଥାଏ ଏବଂ ଏହାକୁ ବିଶ୍ୱ ସହ ସେୟାର କରିବାକୁ ବାଧ୍ୟ କରିଥାଏ । ମୁଁ ମୋ ମାଆ ଏବଂ ବାପଙ୍କ ଆଶୀର୍ବାଦ ନେଇ ଏକ ନୂଆ ଆରମ୍ଭ କରିବାକୁ ଯାଉଛି ।
ସେ ଆହୁରି ଲେଖିଛନ୍ତି, ମୁଁ ଗତ ତିନିବର୍ଷ ଧରି ଉତ୍ସାହ, ସାହସ ଏବଂ ଆନନ୍ଦର ଏହି ମ୍ୟୁଜିକାଲ ଷ୍ଟୋରୀ ଉପରେ କାର୍ଯ୍ୟ କରିଆସୁଛି । ତେବେ ବର୍ତ୍ତମାନ ପୁଣି ନିର୍ଦ୍ଦେଶନାକୁ ଫେରୁଥିବା ବେଳେ ମହାଶିବରାତ୍ରୀର ଶୁଭ ଦିନ ଅର୍ଥାତ୍ ଆସନ୍ତାକାଲିଠାରୁ ସୁଟିଂ ଆରମ୍ଭ ହେବ । ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ଶ୍ରେଷ୍ଠ ଦିନ । ଏଣୁ ଦୟାକରି ଆପଣମାନେ ମୋତେ ଭଲପାଇବା, ଶୁଭେଚ୍ଛା ଏବଂ ଆଶୀର୍ବାଦ ଦିଅନ୍ତୁ । ଓମ୍ ନାମ ଶିବାୟ । ସୂଚନା ଥାଉ କି, ଫିଲ୍ମର କାହାଣୀ ଏବଂ ଷ୍ଟାର କାଷ୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ।
ଏହା ମଧ୍ୟ ପଢନ୍ତୁ: ୩୯ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଦେଖି ଭାବବିହ୍ୱଳ ହେଲେ ଅନୁପମ
କହିରଖୁଛୁ କି, ପୂର୍ବରୁ ଅନୁପମ ଖେର 'ଓମ ଜୟ ଜଗଦିଶ' ଫିଲ୍ମ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ୨୦୦୨ ମସିହାରେ ରିଲିଜ ହୋଇଥିବା ବେଳେ ଫିଲ୍ମଟି ଏକ ପାରିବାରିକ କାହାଣଈକୁ ନେଇ ନିର୍ମିତ ହୋଇତିଲା । ଏହି ଫିଲ୍ମ ହିଟ୍ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଫିଲ୍ମରେ ଅନୀଲ କପୁର, ଅଭିଷେକ ବଚ୍ଚନ, ୱାଦିଦା ରେହମାନ ଭଳି ଅନେକ ତାରକ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ଏହା ପରେ ବର୍ତ୍ତମାନ ଅନୁପମ 'ତନଭି' ସହ ପୁଣି ନିର୍ଦ୍ଦେଶନାକୁ ଫେରିବାକୁ ପ୍ରସ୍ତୁତ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: 539ତମ ଫିଲ୍ମ ଘୋଷଣା କଲେ ଅନୁପମ ଖେର, ସାମ୍ନାକୁ ଆସିଲା ପ୍ରଥମ ଲୁକ୍