ETV Bharat / entertainment

ଅନନ୍ତ-ରାଧିକା ସଂଗୀତ ସେରମନି: ରୁମର୍‌ ଗଲଫ୍ରେଣ୍ଡ ସହ ଠୁମକା ଲଗାଇଲେ ଭାଇଜାନ - anant radhika sangeet ceremony

Anant-Radhika Sangeet:ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସେରେମନିରେ ଚର୍ଚ୍ଚାରେ ସଲମାନଙ୍କ ଡ୍ୟାନ୍ସ । କେଉଁ ଅଭିନେତ୍ରୀଙ୍କ ସହ ନଜର ଆସିଥିଲେ ଭାଇଜାନ ଜାଣନ୍ତୁ ।

author img

By ETV Bharat Odisha Team

Published : Jul 6, 2024, 8:49 PM IST

Salman Khan
Salman Khan (ETV Bharat)

ମୁମ୍ବାଇ: ଚର୍ଚ୍ଚାରେ ରହିଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ବିବାହ । ଏହା ପୂର୍ବରୁ ହୋଇଥିବା ସଂଗୀତ ସେରେମନି ମଧ୍ୟ ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇଜାନ ସଲମାନ ଖାନ ଓ ୟୁଲିଆ ୱନ୍ତୁରଙ୍କ ସମ୍ପର୍କକୁ ନେଇ ଆଜିକାଲି ଜୋରଦାର ଚାଲିଛି ଆଲୋଚନା । ଯଦିଓ ଉଭୟଙ୍କ ପକ୍ଷରୁ କେହିବି ଏନେଇ ଅଫିସିଆଲି ଘୋଷଣା କରିନାହାନ୍ତି, ତଥାପି ଅନନ୍ତ ଅମ୍ବାନିଙ୍କ ସଙ୍ଗୀତ ସେରେମନିରେ ଉଭୟଙ୍କ ଅନ୍ଦାଜକୁ ନେଇ ବେଶ ଚର୍ଚ୍ଚା ।

କହିରଖୁଛୁ, କିଛି ବର୍ଷ ଧରି ୟୁଲିଆ ୱନ୍ତୁର ଓ ସଲମାନ ଖାନଙ୍କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି । ହେଲେ ସାଧାରଣତଃ ଉଭୟଙ୍କୁ କୌଣସି କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିନଥାଏ । ହେଲେ ଏଥର ଅମ୍ବାନିଙ୍କ ସଂଗୀତ କାର୍ଯ୍ୟକ୍ରମରେ ଠୁମକା ଲଗାଇ ଏହି ଯୋଡି ଚାରଚାନ୍ଦ ଲଗାଇଛନ୍ତି । 'ଓ ଓ ଜାନେ ଯାନା' ଗୀତରେ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି ସଲମାନ ଓ ୟୁଲିଆ । ହାତରେ ଗ୍ଲାସ ଧରି ସଲମାନ ୟୁଲିଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ...ବିଶ୍ବକପ ବିଜୟ ଉତ୍ସବ ପାଲଟିଲା ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ ସେରିମନି, ଭାବବିହ୍ବଳ ହେଲେ ପରିବାର - Ambanis honour T20 World Cup heroes

ଭାଇଜାନଙ୍କ ଫ୍ୟାନ୍ସମାନେ ଏହି ଭିଡିଓରେ ଅନେକ କମେଣ୍ଟ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ସଲମାନଙ୍କ ଡ୍ୟାନ୍ସ ଭିଡିଓରେ ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, କ୍ୟା ବାତ୍ ହୈ ଭାଇଜାନ' । ଆଉ ଜଣେ ୟୁଜର ଲେଖିଛନ୍ତି, 'ଆପ କୀ ଯୋଡି କମାଲ କୀ ହୈ' । କହିରଖୁଛୁ, ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ମୁକେଶ ଅମ୍ବାନିଙ୍କ ଲାଡଲା ଅନନ୍ତ ଅମ୍ବାନିଙ୍କ ଗ୍ରାଣ୍ଡ ୱେଡିଂ । ଏହି ଉତ୍ସବରେ ସାମିଲ ହେବାକୁ ବହୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା ଓ ନାମୀ ବ୍ୟବସାୟୀମାନେ ସାମିଲ ହୋଇଛନ୍ତି । ସେପଟେ ଶୁକ୍ରବାର ହୋଇଥିବା ଏହି ସଂଙ୍ଗୀତ ସେରିମନିରେ ନୀତା ଅମ୍ବାନୀ ବିଶ୍ବକପ ଚମ୍ପିଆନ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଷ୍ଟେଜକୁ ଡାକି ସମ୍ବର୍ଦ୍ଧିତ କରିବା ସହ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଅନନ୍ତ ଅମ୍ବାନିଙ୍କ ବିବାହ ଉତ୍ସବ, ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର - Invitaion To Ambani Wedding

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.