ETV Bharat / entertainment

ଅନନ୍ତ-ରାଧିକାଙ୍କ ସରିଲା ବିବାହ: ଠୁମକା ଲଗାଇଲେ ବଲିଉଡ ତାରକା, ଆଜି ଗ୍ରାଣ୍ଡ ରିସେପସନ୍ - Anant Radhika Wedding

author img

By ETV Bharat Odisha Team

Published : Jul 13, 2024, 8:10 AM IST

Anant Radhika Wedding: ଦେଶ ଦେଖିଲା ସବୁଠାରୁ ମହଙ୍ଗା ବାହାଘର । ବିବାହ ବନ୍ଧନରେ ବାନ୍ଧି ହେଲେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ । ଅଧିକ ପଢନ୍ତୁ

Anant Radhika Wedding
Anant Radhika Wedding (ETV BHARAT ODISHA)

ମୁମ୍ବାଇ: ବାଜା ବାଜିଲା...ରୋଷଣୀ ଆସିଲା... ମାଳ ମାଳ ଅତିଥିଙ୍କ ମେଳରେ ବିବାହ ବେଦୀରେ ବସି ସାତ ଜନ୍ମର ସାଥି ହେଲେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ । ଦିନେ ଥିଲେ ବନ୍ଧୁ ହାତଗଣ୍ଠି ପରେ ହେଲେ ଜନ୍ମଜନ୍ମାନ୍ତର ସାଥି । ଦେଶ ଦେଖିଲା ସବୁଠାରୁ ମହଙ୍ଗା ବାହାଘର । ଚକା ଚକା ଲାଇଟ, ଆଖି ଖୋସି ହୋଇଗଲା ପରି ବିବାହ ସାଜସଜ୍ଜା ସମସ୍ତଙ୍କ ମନ ମୋହି ନେଉଥିଲା । ମୁମ୍ବାଇର ଜିଓ ଓ୍ବାର୍ଲ୍ଡ କନଭେନସ ସେଣ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ସହ ବ୍ୟବସାୟୀ ବିରେନ ମର୍ଚାଣ୍ଟଙ୍କ ଝିଅଙ୍କ ବିବାହ ହୋଇଯାଇଛି । ଦେଶ ବିଦେଶର ବହୁ ନାମୀ ଦାମୀ ହଲିଉଡ, ବଲିଉଡ କଳାକାର, ବ୍ୟବସାୟୀ ଓ ରାଜନେତା ବିବାହ ଉତ୍ସବରେ ସାମିଲ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି ।

Anant Radhika Wedding
Anant Radhika Wedding (Instagram)

ଆଜି ଗ୍ରାଣ୍ଡ ରିସେପ୍ସନ୍: ବିବାହ ମଣ୍ଡପରେ ବର କନ୍ୟା ଫୁଲମାଳ ପରସ୍ପରକୁ ପିନ୍ଧାଇଥିଲେ । ସମସ୍ତ ଉପସ୍ଥିତ ଅତିଥି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ବିବାହ ଉତ୍ସବର ପ୍ରଥମ ଦିନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ହେବ ଗ୍ରାଣ୍ଡ ସେଲିବ୍ରେସନ । ଶୁଭ ଆଶିର୍ବାଦ ନାମରେ ରିସେପ୍ସନ୍ ପାର୍ଟି ରହିଛି । ଭିଭିଆଇପି ଅତିଥି ଏଥିରେ ସାମିଲ ହୋଇ ବରକନ୍ୟାଙ୍କୁ ଆଶିର୍ବାଦ ଦେବେ ।

ଏହା ମଧ୍ୟ ପଢନ୍ତୁ-ଆଜି ଅନନ୍ତ-ରାଧିକା ବିବାହ; ସାମିଲ ହେବେ ଦେଶ-ବିଦେଶର ଏହି ସେଲିବ୍ରିଟି, ପରସା ଯିବ ୨୫୦୦ ପ୍ରକାର ବ୍ୟଞ୍ଜନ - Anant Ambani Radhika Wedding

ବରଯାତ୍ରୀରେ ନାଚିଲେ ସେଲିବ୍ରେଟି: ଅନନ୍ତଙ୍କ ବରାତର ନୃତ୍ୟ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ତାରକା ମାନେ ନୃତ୍ୟ କରିଥିଲେ । ପ୍ରିୟାଙ୍କା ଚୋପ୍ରା, ନିକି ଜୋନ, ରଣବୀର ସିଂ, ଜାହ୍ନବି କପୁର, ସଞ୍ଜଦତ୍ତ, ଅର୍ଜୁନ କପୁରଙ୍କ ପରି ତମାମ ସେଲିବ୍ରେଟି ଡ୍ୟାନ୍ସ କରିଥିଲେ । ହନି ସିଂଙ୍କ ଗୀତରେ ନାଚିଥିଲେ ରଣବୀର ।

ବିବାହରେ ସାମିଲ ହେଲେ କ୍ରିକେଟର-ସିନେତାରକା-ବ୍ୟବସାୟୀ-ରାଜନେତା: ବଲିଉଡ ତାରକାଙ୍କ ସହ ସାଉଥ ସେଲିବ୍ରେଟି, ରାଜନେତା, କ୍ରିକେଟର ମାନେ ମଧ୍ୟ ଏହି ମହଙ୍ଗା ବିବାହରେ ସାମିଲ ହୋଇଥିଲେ । କ୍ରିକେଟ ଦୁନିଆର ଭାରତୀୟ ଟିମ୍‌ର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଫିଫା ପ୍ରେସିଡେଣ୍ଟ ଗିଆନି ଇନଫାଣ୍ଟିନୋ ସାମିଲ ହୋଇଥିଲେ । ସେହିପରି ରାଜନେତାଙ୍କ ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, ଲାଲୁ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଅଜିତ ପାଓ୍ବାର ବିବାହରେ ଯୋଗ ଦେଇଥିଲେ । ମହେଶ ବାବୁ , ବେଙ୍ଗଟସ, କେଜିଏଫ ଷ୍ଟାର ୟଶ, କିଆରା ଆଡଭାନୀ, ମାଧୁରୀ, ସିଧାର୍ଥ, ସଲମାନ ଖାନ, ଶାହାରୁଖ ଖାନ, ରଜନିକାନ୍ତ ମଧ୍ୟ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.