ETV Bharat / entertainment

ବିଗ ବିଙ୍କ Ai ଜେନେରେଟେଡ ଭିଡିଓ ଭାଇରାଲ, ସୋସିଆଲ ମିଡିଆ ନେଇ କ୍ରିପ୍ଟିକ ପୋଷ୍ଟ କଲେ ଅଭିନେତା - Amitabh Bachchan On Social Media

author img

By ETV Bharat Odisha Team

Published : Apr 17, 2024, 1:25 PM IST

Amitabh Bachchan On Social Media: ଅମିତାଭ ବଚ୍ଚନଙ୍କ Ai ଜେନେରେଟେଡ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଅଭିନେତା ନିଜେ ସୋସିଆଲ ମିଡିଆରେ ସେୟାର କରିବା ସହ ଏନେଇ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ବି ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅଧିକ ପଢନ୍ତୁ

ବିଗ ବିଙ୍କ Ai ଜେନେରେଟେଡ ଭିଡିଓ ଭାଇରାଲ, ସୋସିଆଲ ମିଡିଆ ନେଇ କ୍ରିପ୍ଟିକ ପୋଷ୍ଟ କଲେ ଅଭିନେତା

ହାଇଦ୍ରାବାଦ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ନିଜ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆକୁ ନେଇ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି । ନିକଟରେ ଅଭିନେତାଙ୍କ ଏକ Ai ଜେନେରେଟେଡ ଭିଡିଓ ଭାଇରାଲ ହୋଇଛି । ଏହାକୁ ଅଭିନେତା ନିଜେ ସୋସିଆଲ ମିଡିଆରେ ସେୟାର କରିବା ସହ ଏହି କ୍ରିପ୍ଟିକ ପୋଷ୍ଟ ସେୟାର କରିଥିବା ଜଣାପଡିଛି ।

ଅମିତାଭ ବଚ୍ଚନ ଏକ୍ସରେ ସେୟାର କରିଥିବା କ୍ରିପ୍ଟିକ ପୋଷ୍ଟରେ ଲେଖିଛନ୍ତି, ''ସୋସିଆଲ ମିଡିଆ ନ୍ୟୁଜ୍ ବନ୍ଦ କରିଦେଲା ।'' ବାସ୍ତବରେ, ବିଗ୍ ବି ଏହି ପୋଷ୍ଟରେ ଟେକ୍ନୋଲୋଜି ବିକାଶ ବିଷୟରେ କହୁଛନ୍ତି । ବିଗ୍ ବି ସିଧାସଳଖ AI ଟେକ୍ନୋଲୋଜିକୁ ଟାର୍ଗେଟ୍ କରିଛନ୍ତି । କାରଣ ନିକଟରେ ବିଗ୍ ବିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତାଙ୍କ ଏକ ଫଟୋକୁ Ai ଟେକ୍ନୋଲୋଜି ସାହାଯ୍ୟରେ ପରିବର୍ତ୍ତିତ କରାଯାଇଛି ।

ଏହି ଭିଡିଓ ଇନଷ୍ଟାଗ୍ରାମରେ ବିଗ ବି ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, AIର ଚମତ୍କାର.. ମୋର ଫଟୋ କିପରି ଆନିମେଟେଡ ହୋଇଛି । କେହି ମୋ ଫଟୋରେ ଏପରି କରିଛନ୍ତି, ଏହା ହେଉଛି ଫଳାଫଳ । ମୁଁ କିଛି କରିନାହିଁ । ପରବର୍ତ୍ତୀ ସମୟରେ କ’ଣ ଘଟିବ ସେ ବିଷୟରେ କୌଣସି ଧାରଣା ନାହିଁ । ଏହାପରେ ସେ ଏକ୍ସରେ ସୋସିଆଲ ମିଡିଆକୁ ନେଇ ମନ୍ତବ୍ୟ ଦେଇଥିଲେ । ଯାହାପରେ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଖବର ଏବଂ ଜିନିଷ ସେୟାର କରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ବିଗ ବିଙ୍କ କ୍ୟାରିଅରକୁ ପୁରିଲା 55 ବର୍ଷ, AI ଦେଲା ଏମିତି ଉପହାର

ବିଗ ବିଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ଅମିତାଭ ବଚ୍ଚନଙ୍କୁ ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ଗଣପଥରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ବିଗ୍ ବିଙ୍କ ଆଗାମୀ ପ୍ରୋଜେକ୍ଟ ପ୍ରଭାସଙ୍କ ସହ 'କଲ୍କି 2898 AD' । ଏହି ଫିଲ୍ମ ଆସନ୍ତା ମେ' ମାସରେ ରିଲିଜ ହେବ । ଏଥିସହ ରଜନୀକାନ୍ତଙ୍କ ସହ 'ଥଲାଇୱର୍ 170' ମଧ୍ୟ ରହିଛି । ଏଥିସହ ବିଗ ବି 'କେବିସି ସିଜନ ୧୬'ରେ ମଧ୍ୟ ନଜର ଆସିବେ । ଗତକାଲି ଏହାର ଘୋଷଣା ହୋଇଥିବା ବେଳେ ରେଜିଷ୍ଟ୍ରେସନ ଆସନ୍ତା ୨୬ ଏପ୍ରିଲରୁ ରାତି ୯ଟାରୁ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.