ETV Bharat / entertainment

ମଧ୍ୟରାତ୍ରୀରେ ସପରିବାର ଜନ୍ମଦିନ ପାଳିଲେ ଜୟା ବଚ୍ଚନ, ହୃଦୟସ୍ପର୍ଶୀ ନୋଟ୍ ଲେଖି ୱିସ୍ ଜଣାଇଲେ ବିଗ ବି - Jaya Bachchan Birthday

Jaya Bachchan Birthday: ଆଜି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କ ଜନ୍ମଦିନ । ତେବେ ଏହି ବିଶେଷ ଅବସରରେ ଜୟାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଖାସ୍ ଅନ୍ଦାଜରେ ପତ୍ନୀଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ବିଗ୍ ବି ।

ମଧ୍ୟରାତ୍ରୀରେ ସପରିବାର ସହ ଜନ୍ମଦିନ ପାଳିଲେ ଜୟା ବଚ୍ଚନ, ହୃଦୟସ୍ପର୍ଶୀ ନୋଟ୍ ଲେଖି ୱିସ୍ ଜଣାଇଲେ ବିଗ ବି

author img

By ETV Bharat Odisha Team

Published : Apr 9, 2024, 5:28 PM IST

ହାଇଦ୍ରାବାଦ: ବଲିଉଡ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ ଆଜି ଅର୍ଥାତ୍ ଏପ୍ରିଲ ୯ରେ ତାଙ୍କ ୭୬ତମ ଜନ୍ମଦିନ ପାଳନ କରୁଛନ୍ତି । ଜୟା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେବା ସହ ନିଜ ଅଭିନୟରେ ଏବେ ବି ଲୋକଙ୍କ ମନରେ ରାଜ କରୁଛନ୍ତି । କେବଳ ଅଭିନୟର ନୁହଁ ରାଜନୀତିରେ ମଧ୍ୟ ସେ ଖୁବ ସକ୍ରିୟ ରହିଛନ୍ତି । ତେବେ ଆଜି ଅଭିନେତ୍ରୀଙ୍କ ଜନ୍ମଦିନରେ ଖାସ୍ ଅନ୍ଦାଜରେ ତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ସ୍ୱାମୀ ବିଗ୍ ବି । ଜୟାଙ୍କ ସ୍ୱାମୀ ତଥା ବଲିଉଡ ସମ୍ରାଟ ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପୁଅ ଅଭିଷେକ ବଚ୍ଚନ ମଧ୍ୟ ନିଜ ମା'ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଜୟାଙ୍କ ପାଇଁ ବିଗ ବିଙ୍କ ହୃଦୟସ୍ପର୍ଶୀ ନୋଟ୍

ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କ ଜନ୍ମଦିନରେ ନିଜ ବ୍ଲଗରେ ହୃଦୟସ୍ପର୍ଶୀ ନୋଟ୍ ଲେଖି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ବିଗ୍ ବି ଲେଖିଛନ୍ତି, "ଏହା ଆଉ ଜଣେ ପରିବାର ସଦସ୍ୟଙ୍କ ଜନ୍ମର ସକାଳ । ଯାହା ପାଇଁ କୌଣସି ବ୍ୟାଖ୍ୟା ଆବଶ୍ୟକ ନାହିଁ । ମୋର ପତ୍ନୀ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆମେ ସମଗ୍ର ପରିବାର ମଧ୍ୟରାତ୍ରିରେ ଏକାଠି ହୋଇ ଆମେ ତାଙ୍କ ଜନ୍ମଦିନ ପାଳନ କରିଥିଲୁ । ରାତି କିପରି କଟିଗଲା ଜାଣିପାରିଲୁ ନାହିଁ । ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ସମସ୍ତ ଇଚ୍ଛା ପୂରଣ ହେଉ।" ସେହିପରି ଅଭିଷେକ ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ମାଆ ଜୟା ବଚ୍ଚନଙ୍କ ଏକ ଥ୍ରୋବ୍ୟାକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କେବଳ ରିଅଲ୍ ନୁହଁ ରିଲ୍ ଲାଇଫରେ ମଧ୍ୟ ବିଗ ବି-ଜୟାଙ୍କ ଯୋଡ଼ି ହିଟ୍

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ୩ ଜୁନ୍ ୧୯୭୩ ରେ ବିବାହ କରିଥିଲେ । ଅମିତାଭ-ଜୟା ଯୋଡ଼ି କେବଳ ବାସ୍ତବ ଜୀବନରେ ନୁହେଁ ବରଂ ରିଲ ଲାଇଫରେ ମଧ୍ୟ ହିଟ୍ ହୋଇଥିଲେ । ଅନ-ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନରେ ବିଗ୍ ବି ଏବଂ ଜୟା ବଚ୍ଚନ ଅନ୍ୟତମ ଲୋକପ୍ରିୟ ଦମ୍ପତି । ଏଥିସହ ସେ ଅନେକ ଆଇକନିକ ଚଳଚ୍ଚିତ୍ରର ଅଂଶ ମଧ୍ୟ ହୋଇଛନ୍ତି । 'ଅଭିମାନ' ଠାରୁ 'ଶୋଲେ', 'ଜଞ୍ଜୀର' ଏବଂ 'କଭି ଖୁସି କବି ଗମ' ଭଳି ଅନେକ ଫିଲ୍ମରେ ଏହି ଯୋଡି ସେମାନଙ୍କର ଅଭିନୟରେ ଲୋକଙ୍କ ମନ ଜିତିଛନ୍ତି ।

ଜୟା ବଚ୍ଚନଙ୍କ ଫିଲ୍ମି କ୍ୟାରିଅର

ଜୟା ବଚ୍ଚନଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ବଙ୍ଗାଳୀ ସିନେମାରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ୧୫ ବର୍ଷ ବୟସରେ ବଙ୍ଗଳା ଚଳଚ୍ଚିତ୍ର 'ମହାନଗର' ସହ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ୧୯୭୧ ର 'ଗୁଡ୍ଡି'ରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଶୋର, କୋଶିଶ, ଜବାନୀ ଦିୱାନୀ, ବାୱାର୍ଚି, ପିଆ କା ଘର, ପାରିକାଇ, ଫାଗୁନ୍, ଅନାମିକା, ଲାଗା ଚୁନରିରେ ମେ ଦାଗ୍, କି ଆଣ୍ଡ କା ଏବଂ ରକି ଔର ରାନୀ କି ପ୍ରେମ କାହାନୀ ସମେତ ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କେବିସି ମଞ୍ଚରେ ଏମିତି କଣ କହି‌ଦେଲେ ପତ୍ନୀ ଜୟା, କାନ୍ଦି ପକାଇଲେ ବିଗ୍‌ ବି

ଜୟା ବଚ୍ଚନଙ୍କ ରାଜନୈତିକ କ୍ୟାରିଅର

ଚଳଚ୍ଚିତ୍ର ବ୍ୟତୀତ ଅଭିନେତ୍ରୀ ବର୍ତ୍ତମାନ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସଦସ୍ୟ । ରାଜ୍ୟସଭା ସଦସ୍ୟ ଭାବରେ ଏହା ତାଙ୍କର ପଞ୍ଚମ କାର୍ଯ୍ୟକାଳ। ଜୟା ପ୍ରଥମେ ୨୦୦୪ରେ ସମାଜବାଦୀ ପାର୍ଟିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ, ଯାହା ମାର୍ଚ୍ଚ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାରେ ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ। ସେ ଜୁନ୍ ୨୦୦୬ରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସମାପ୍ତ କରିଥିଲେ। ଏହା ପରେ ସେ ପୁଣି ୨୦୧୨ରେ ତୃତୀୟ ଥର ପାଇଁ ଏବଂ ପରେ ୨୦୧୮ରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୨୪ ରେ ସେ ପୁଣି ୫ମ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.