ETV Bharat / entertainment

ବଲିଉଡରେ ବିଗ ବିଙ୍କ କ୍ୟାରିଅରକୁ ପୁରିଲା 55 ବର୍ଷ, AI ଦେଲା ଏମିତି ଉପହାର

author img

By ETV Bharat Odisha Team

Published : Feb 17, 2024, 11:41 AM IST

AI Gives Interpretation To Big-B: ହିନ୍ଦୀ ସିନେମା ଜଗତରେ ବିଗ-ବି ଅମିତାଭ ବଚ୍ଚନଙ୍କ 55 ବର୍ଷ ପୂରଣ ହୋଇଛି । ଏହି ଅସବରରେ AI ଦ୍ବାରା ପ୍ରସ୍ତୁତ ତାଙ୍କର ଏକ ଫଟୋ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

Amitabh Bachchan
Amitabh Bachchan

ହାଇଦ୍ରାବାଦ: ବଲିଉଡ ଜଗତରେ ବିଗ ବି ଅମିତାଭ ବଚ୍ଚନଙ୍କ 55 ବର୍ଷ ପୂରଣ ହୋଇଛି । କ୍ୟାରିଅରକୁ 55 ବର୍ଷ ପୂର୍ତ୍ତି ଉପଲକ୍ଷେ କୃତ୍ରିମ ବୁଦ୍ଧିମତା (AI) ପକ୍ଷରୁ ତାଙ୍କୁ ଦିଆଯାଇଛି ସୁନ୍ଦର ଉପହାର । AI ଦ୍ବାରା ପ୍ରସ୍ତୁତ ଫଟୋରେ କ୍ୟାମରା ଓ ଅନେକ ଫିଲ୍ମ ପ୍ରଡକ୍ସନ ମେସିନ ସହ ଅମିତାଭ ବଚ୍ଚନଙ୍କୁ ବ୍ୟାଖ୍ୟା କରାଯାଇଛି । 1969 ମସିହାରେ ଫିଲ୍ମ 'ସାତ ହିନ୍ଦୁସ୍ତାନୀ'ରୁ ବଲିଉଡରେ ଡେବ୍ୟୁ କରିଥିଲେ ଅମିତାଭ । ଆଉ ପରେ ହିନ୍ଦୀ ସିନେମା ଜଗତକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଉପହାର ଦେଇ ବିଗ-ବି ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ।

ଗତକାଲି( 16 ଫେବ୍ରୁଆରୀ) ରାତିରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ବିଗ ବି ନିଜର AI ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ଏହା ଏକ AI ଟେକ୍ନୋଲୋଜି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଚିତ୍ର ।'' AI ଦ୍ବାରା ପ୍ରସ୍ତୁତ ବିଗ ବିଙ୍କ ଏହି ଫଟୋରେ ସେ କ୍ୟାମରା ଓ ଅନେକ ଫିଲ୍ମ ପ୍ରଡକ୍ସନ ମେସିନ ସହ ନଜର ଆସିଛନ୍ତି । ତେବେ ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟରେ ଝିଅ ଶ୍ବେତା ବଚ୍ଚନ କମେଣ୍ଟ କରି ଲେଖିଛନ୍ତି, "ଏହି ଫଟୋ ମତେ ବହୁତ ପସନ୍ଦ ଆସିଛି ।"

ଆଜିର ଦିନରେ ବିଗ ବିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ହିନ୍ଦୀ ସିନେମାରେ ଅଭିନୟକୁ 55 ବର୍ଷ ପୂର୍ତ୍ତିକୁ ନେଇ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ନିଜର ଅପ୍ କମିଂ ଫିଲ୍ମ 'କଲକି ଏଡି 2898' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର କମଲ ହାସନ ଓ ପ୍ରଭାସଙ୍କୁ ଦେଖିବାକୁ ମିଳିବ । ଏହାବ୍ୟତୀତ ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଦିଶା ପଟାନୀ ମଧ୍ୟ ନଜର ଆସିବେ । ଆସନ୍ତା ମେ' ମାସ 9 ତାରିଖରେ ଏହା ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ।

1942 ମସିହାରେ ଜନ୍ମଗ୍ରହଣ କରିଥିଲେ ଭେଟେରାନ ଅଭିନେତା ଅମିତାବ ବଚ୍ଚନ । ତାଙ୍କର ଦମଦାର ଅଭିନୟ ଫ୍ୟାନ୍ସଙ୍କୁ ଏବେ ବି ଆକର୍ଷିତ କରି ରଖିଛି । ତାଙ୍କର ଡାଇଲଗ ଅନେକ ସମୟରେ ସିନେପ୍ରେମୀଙ୍କ ମୁହଁରେ ଗୁଞ୍ଜରିତ ହୁଏ । ସେ ଏକାଧାରରେ ଟ୍ରାଜେଡି, କମେଡି ତଥା ପାରିବାରିକ ସିନେମାରେ ନିଖୁଣ ଭାବେ ଅଭିନୟ କରିବାର ପାରଦର୍ଶିତା ହାସଲ କରିଛନ୍ତି । ଆଉ ଆଜି ତାଙ୍କର ଅଭିନୟ କ୍ୟାରିଅରକୁ ପୁରିଛି 55 ବର୍ଷ ।

ଏହା ମଧ୍ୟ ପଢନ୍ତୁ...ନୀତେଶ ତିୱାରୀଙ୍କ 'ରାମାୟଣ'ରେ ବିଗ ବିଙ୍କ ଏଣ୍ଟ୍ରି, ଦଶରଥ ଭୂମିକାରେ ଆସିବେ ନଜର !

ଏହା ମଧ୍ୟ ପଢନ୍ତୁ...ଏମିତି ପୋଷ୍ଟ ସେୟାର କଲେ ବିଗ ବି, କ୍ୟାପସନ ଦେବାକୁ ଫ୍ୟାନ୍ସକୁ କଲେ ଅପିଲ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.