ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨: ଦ ରୁଲ' ସାରା ବିଶ୍ୱରେ ଧମାକା କରୁଛି । ପ୍ରଥମ ଦିନରୁ ଫିଲ୍ମ ପାଇଁ ଲୋକଙ୍କ କ୍ରେଜ ଦେଖିବାକୁ ମିଳିଥିବା ବେଳେ ଦିନକୁ ଦିନ ଏହା ବଢିବାରେ ଲାଗିଛି । କେବଳ ଏତିକି ନୁହେଁ ଫିଲ୍ମ ବମ୍ପର ରୋଜଗାର ମଧ୍ୟ କରିଛି । ବିଶ୍ୱରେ 1000 କୋଟି ରୁ ଅଧିକ ଆୟ କରିଥିବା ବେଳେ ଭାରତରେ 700 କୋଟି ପାର୍ କରି ଅନେକ ରେକର୍ଡ ଭାଙ୍ଗିଛି । ଏହି ଚଳଚ୍ଚିତ୍ରର ସଫଳତା ଏବଂ ଲୋକଙ୍କ ବହୁତ ଭଲ ପାଇବା ନେଇ ଏବେ ପୁଷ୍ପରାଜ ଫ୍ୟାନ୍ସ ଏବଂ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମର ବକ୍ସ ଅଫିସ୍ ନମ୍ବର ଅସ୍ଥାୟୀ କିନ୍ତୁ ଦର୍ଶକଙ୍କ ଭଲପାଇବା ଚିରସ୍ଥାୟୀ ଅଟେ।
ଫ୍ୟାନ୍ସଙ୍କୁ ଶ୍ରେୟ ଦେଲେ ଅଲ୍ଲୁ ଅର୍ଜୁନ
'ପୁଷ୍ପା 2'ର ବଡ ସଫଳତା ପାଇଁ ନିର୍ମାତାମାନେ 11 ଡିସେମ୍ବରରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଅଲ୍ଲୁ ଅର୍ଜୁନ ତାଙ୍କ ଭାଷଣରେ ଆମ ଦେଶର ସୌନ୍ଦର୍ଯ୍ୟ ବିଷୟରେ କହିଥିଲେ। ସେ କହିଥିଲେ, 'ମୋତେ ବକ୍ସ ଅଫିସ୍ ନମ୍ବର ବିଷୟରେ କିଛି କହିବାକୁ ପଡିବ। ଆପଣ ଦେଖୁଥିବା ସଂଖ୍ୟା ହେଉଛି ଲୋକଙ୍କ ଭଲପାଇବା । ସଂଖ୍ୟାଗୁଡିକ ଅସ୍ଥାୟୀ, କିନ୍ତୁ ତୁମର ହୃଦୟରେ ଥିବା ପ୍ରେମ ସର୍ବଦା ରହିବ, ସେହି ଭଲପାଇବା ପାଇଁ ଧନ୍ୟବାଦ ।
''ନମ୍ୱର ଅସ୍ଥାୟୀ-ଭଲପାଇବା ଚିରସ୍ଥାୟୀ''
ଅଲ୍ଲୁ ଅର୍ଜୁନ ଆହୁରି କହିଛନ୍ତି, 'ମୁଁ ସର୍ବଦା ବିଶ୍ୱାସ କରେ ଯେ ସଂଖ୍ୟା ଭାଙ୍ଗିବାକୁ ପଡ଼ିଥାଏ ଏବଂ ହଁ, ଏହି ସ୍ଥାନରେ ରହିବା ଭଲ । ଏହି ସ୍ଥିତିକୁ ଉପଭୋଗ କରୁଛି । ବୋଧହୁଏ 2-3 ମାସ ପାଇଁ, ମୁଁ ଏହି ସ୍ଥାନରେ ରହିବାକୁ ଏବଂ ଏହି ରେକର୍ଡଗୁଡିକ ଉପଭୋଗ କରିବାକୁ ଚାହେଁ । ତଥାପି, 2-3 ମାସ ମଧ୍ୟରେ ଅର୍ଥାତ୍ ଆସନ୍ତା ଗ୍ରୀଷ୍ମ ସୁଦ୍ଧା, ମୁଁ ଆଶା କରୁଛି ଏହି ରେକର୍ଡଗୁଡିକ ଭାଙ୍ଗିଯାଉ । ତେଲୁଗୁ, ତାମିଲ କିମ୍ବା ହିନ୍ଦୀ ହେଉ, କେଉଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏଥିରେ କିଛି ଫରକ ପଡ଼େ ନାହିଁ, କିନ୍ତୁ ମୁଁ ଚାହୁଁଛି ଏହି ରେକର୍ଡଗୁଡିକ ଭାଙ୍ଗନ୍ତୁ ।
ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର 1100 କୋଟି କ୍ଲବରେ ସାମିଲ ହେବ 'ପୁଷ୍ପା 2', ପ୍ରଥମ ୱିକରେ ଆୟ କଲାଣି ଏତେ କୋଟି
କହିରଖୁଛୁ କି, ନିର୍ଦ୍ଦେଶକ ସୁକୁମାରଙ୍କ 'ପୁଷ୍ପା ୨: ଦ ରୁଲ', 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଏଥିରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିଛନ୍ତି । ପ୍ରଥମ ଭାଗର 3 ବର୍ଷ ପରେ 'ପୁଷ୍ପା ୨' ପରଦାକୁ ଆସିଥିବା ବେଳେ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ