ETV Bharat / entertainment

ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର'; ଏହି ତାରକା ଆସିବେ ନଜର

author img

By ETV Bharat Odisha Team

Published : Jan 25, 2024, 12:10 PM IST

Love And War: ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର' ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ବିକି କୌଶଲ ଏକାଠି ନଜର ଆସିବେ ।

ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର'; ଏହି ତାରକା ଆସିବେ ନଜର
ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର'; ଏହି ତାରକା ଆସିବେ ନଜର

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ରର ଅପାର ସଫଳତା ପରେ ବର୍ତ୍ତମାନ ସଂଜୟ ଲୀଲା ବଂଶାଲୀ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ନିର୍ଦ୍ଦେଶକଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର' ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ବିକି କୌଶଲ ଏକାଠି ନଜର ଆସିବେ । ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଖବରର ନିଶ୍ଚିତ କରିବା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

ବଂଶାଲୀ ପ୍ରଡକ୍ସନରେ ନିର୍ମିତ 'ଲଭ ଆଣ୍ଡ ୱାର'କୁ ନେଇ ଏକ ପୋଷ୍ଟ ଏକ୍ସରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ଫିଲ୍ମର ଟାଇଟଲ ନାଁ ସହ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ବିକି କୌଶଲ ସାଇନ କରିଥିବା ଦେଖିବାକୁ ମିଳିଛି । ଏଥିରେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ପୋଷ୍ଟ ସେୟାର କରି ନିର୍ମାତା ଲେଖିଛନ୍ତି, ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର' ଆଲିଆ ଭଟ୍ଟ, ରଣବୀର କପୁର ଏବଂ ବିକି କୌଶଲ ନଜର ଆସିବେ । ଏହି ଫିଲ୍ମ ଖ୍ରୀଷ୍ଟମାସ ଅବସରରେ ୨୦୨୫ରେ ରିଲିଜ ହେବ ।

ଏହି ଫିଲ୍ମ ସହ ସଂଜୟ ବଂଶାଲୀ, ଆଲିଆ ଏବଂ ରଣବୀରଙ୍କ ଦ୍ବିତୀୟ ଥର କାମ କରୁଥିବା ବେଳେ ବିକି କୌଶଲଙ୍କ ସହ ସେ ପ୍ରଥମ ଥର ପାଇଁ କାମ କରିଛନ୍ତି । ସଂଜୟ ବଂଶାଲୀ ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ "ସାୱାରିଆ" ସହ ରଣବୀର କପୁର ବଲିଉଡରେ ଡେବ୍ୟୁ କରିଥିଲେ । ସେହିପରି ଆଲିଆ ଭଟ୍ଟ ସଂଜୟଙ୍କ ୨୦୨୨ରେ ରିଲିଜ ହୋଇଥିବା "ଗଙ୍ଗୁବାଇ କାଠିଆୱାଡି" ସହ ପ୍ରଥମ ଥର ପାଇଁ କାମ କରିଥିଲେ । ଏହି ଫିଲ୍ମ ବ୍ଲକବ୍ଲଷ୍ଟର ହେବା ସହ ଆଲିଆ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ । ଆଲିଆ ଏବଂ ରଣବୀରଙ୍କ ସହ ବିକି ପୂର୍ବରୁ ଭିନ୍ନ ଭିନ୍ନ ଫିଲ୍ମରେ କାମ କରିସାରିଥିବା ବେଳେ କିନ୍ତୁ ଏହି ଫିଲ୍ମରେ ଏହି ୩ ତାରକା ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବେ ।

ଏହା ମଧ୍ୟ ପଢନ୍ତୁ: ଆଲିଆ-କ୍ରିତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ଆୱାର୍ଡ

କହିରଖୁଛୁ କି, ସଞ୍ଜୟ ଲୀଲା ବଂଶାଲୀ ଶାହାରୁଖ ଖାନଙ୍କ ସହ ଫିଲ୍ମ 'ଇନଶାଲ୍ଲା' କରିବାକୁ ଯାଉଛନ୍ତି । ଏହାପୂର୍ବରୁ ନିର୍ଦ୍ଦେଶକ ସଲମାନ ଖାନ ଏବଂ ଆଲିଆ ଭଟ୍ଟଙ୍କୁ କେବଳ 'ଇନଶାଲ୍ଲା' ପାଇଁ କାଷ୍ଟ କରିବାକୁ ଚିନ୍ତା କରିଥିଲେ। ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁସାରେ, ଫିଲ୍ମରେ ଶାହାରୁଖ ଖାନଙ୍କ ଏଣ୍ଟ୍ରି ନିଶ୍ଚିତ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ ତାଙ୍କର ମଲ୍ଟି ଷ୍ଟାରର ଫିଲ୍ମ 'ହିରାମଣ୍ଡି' ମଧ୍ୟ ଚଳିତ ବର୍ଷ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ନିର୍ଦ୍ଦେଶକ ଏହି ସିରିଜ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଏହି ସିରିଜକୁ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.