ETV Bharat / entertainment

ଖିଲାଡ଼ି କୁମାରଙ୍କ ଗୀତ 'ଶମ୍ଭୁ' ଟିଜର ଆଉଟ୍, ଜାଣନ୍ତୁ କେବେ ହେବ ରିଲିଜ

Shambhu Teaser: ଅଭିନେତା ଅକ୍ଷୟ କୁମାର ଫିଲ୍ମ 'ବଡ଼େ ମିୟାଁ ଛୋଟେ ମିୟାଁ' ରିଲିଜ ପୂର୍ବରୁ ଦେଇଛନ୍ତି ଫ୍ୟାନ୍ସଙ୍କୁ ଭେଟି । ଆଜି ଅଭିନେତା ତାଙ୍କର ନୂଆ ଗୀତ 'ଶମ୍ଭୁ' ର ଏକ ଝଲକ ଦେଖାଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 3, 2024, 3:43 PM IST

Shambhu Teaser
Shambhu Teaser

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନୟ ବ୍ୟତୀତ ନିଜର ଫିଟନେସ ଏବଂ ସମାୟାନୁବର୍ତ୍ତିତା ପାଇଁ ବେଶ୍ ଜଣାଶୁଣା । ବର୍ତ୍ତମାନ ଅଭିନେତା ତାଙ୍କର ଆଗାମୀ ଆକ୍ସନ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ନେଇ ଶିରୋନାମାରେ ରହିଛନ୍ତି । ଏହି ଫିଲ୍ମ ଚଳିତବର୍ଷ ଇଦରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ବଲିଉଡର ଲିଟିଲ ସୁପରହିରୋ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଖିଲାଡି କୁମାର ବଡେ ମିୟାଁ ଓ ଟାଇଗରଙ୍କୁ ଛୋଟେ ମିୟାଁ ଭୂମିକାରେ ଦେଖିବାକୁ ମିଳିବ । ତେବେ ଏହା ପୂର୍ବରୁ ଅଭିନେତା ଅକ୍ଷୟ କୁମାରଙ୍କ ଏକ ଗୀତ ' ଶମ୍ଭୁ' ରିଲିଜ ହେବାରୁ ଯାଉଛି । ଏନେଇ ଆଜି ଅଭିନେତା ଏହାର ଏକ ଝଲକ ଦେଖାଇଛନ୍ତି ।

୨୦୨୩ ମସିହାର ରିଲିଜ ହୋଇଥିବା ଫିଲ୍ମ OMG ରେ ଅଭିନେତାଙ୍କୁ ମହାଦେବଙ୍କ ରୋଲରେ ଦେଖିବାକୁ ମିଳିଥିବା ବେଳେ ପୁଣିଥରେ ତାଙ୍କୁ ଭଗବାନ ଶଙ୍କର ଭୂମିକାରେ ଦେଖିବାକୁ ମିଳିବ । ଖିଲାଡି କୁମାର ଆଗାମୀ ଗୀତ 'ଶମ୍ଭୁ'ର ଟିଜର ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ଶଙ୍କରଙ୍କ ଭଳି ତାଣ୍ଡବ କରୁଥିବା ଦେଖିବାକୁ ମିଳିଛି । ତେବେ ଅଭିନେତା ଗୀତର ଟିଜର ସେୟାର କରି ଲେଖିଛନ୍ତି , ଜୟ ମହାକାଳ, ଫେବୃଆରୀ ୫ରେ ଗୀତ ରିଲିଜ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ-ଡିପଫେକ ଜାଲରେ ଛନ୍ଦି ହେଲେ ଖିଲାଡି କୁମାର

ଏହା ମଧ୍ୟ ପଢନ୍ତୁ-'ବଡେ ମିୟାଁ ଛୋଟେ ମିୟାଁ' ନୂଆ ପୋଷ୍ଟର ଆଉଟ, କାଲି ଆସିବ ଟିଜର

ପ୍ରକାଶ ଥାଉକି, ଏହି ଗୀତକୁ ଅକ୍ଷୟ କୁମାର ସୁଧୀର ଯଦୁବଂଶୀ ଓ ବିକ୍ରମ ମନତ୍ରୋଶଙ୍କ ସହିତ ଗାଇଛନ୍ତି । ଆଉ ଏହାକୁ ଲୋକପ୍ରିୟ କୋରିଅଗ୍ରାଫର ଗଣେଶ ଆଚାର୍ଯ୍ୟ କୋରିଅଗ୍ରାଫ ଓ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଅକ୍ଷୟ କୁମାରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅକ୍ଷୟ କୁମାରଙ୍କୁ ଅଲି ଅବ୍ବାସ ଜାଫରଙ୍କ 'ବଡେ ମିୟାଁ ଛୋଟେ ମିୟାଁ'ରେ ଦେଖିବାକୁ ମିଳିବ । ଏଥିସହ ଅକ୍ଷୟ ପରବର୍ତ୍ତୀ ସମୟରେ ରୋହିତ ଶେଟ୍ଟୀଙ୍କ 'ସିଂଘମ ଏଗେନ'ରେ ନଜର ଆସିବେ । ଏହି ଫିଲ୍ମରେ ମଲ୍ଟି ଷ୍ଟାର ନଜର ଆସିବେ । ଏଥିରେ ଅଜୟ ଦେବଗନ, ରଣବୀର ସିଂ, ଦୀପିକା ପାଦୁକୋନ, କରୀନା କପୁର, ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ହାଉସଫୁଲ 5 ଫିଲ୍ମ ବର୍ତ୍ତମାନ 6 ଜୁନ୍ 2025ରେ ମୁକ୍ତିଲାଭ କରିବ । ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ହାଉସଫୁଲ୍ ୫ ନିର୍ମିତ ହେଉଥିବା ବେଳେ ତରୁଣ ମନସୁଖାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.