ETV Bharat / entertainment

ଆବୁଧାବି ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଅକ୍ଷୟ କୁମାର, ଦେଖନ୍ତୁ ଭିଡ଼ିଓ

author img

By ETV Bharat Odisha Team

Published : Feb 15, 2024, 9:42 AM IST

Akshay Kumar arrives at BAPS Temple in Abu Dhabi: ଅକ୍ଷୟ ପାରମ୍ପରିକ ଆଉଟଫିଟରେ ମନ୍ଦିର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ଆବୁଧାବିରେ ପହଞ୍ଚିଲେ ଅକ୍ଷୟ କୁମାର
ଆବୁଧାବିରେ ପହଞ୍ଚିଲେ ଅକ୍ଷୟ କୁମାର

ମୁମ୍ବାଇ: ଆବୁଧାବିରେ ନିର୍ମିତ ହୋଇଛି ଭବ୍ୟ ହିନ୍ଦୁ ମନ୍ଦିର । ଯାହାର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ମୁସଲିମ ଦେଶରେ ପ୍ରତିଷ୍ଠା ହୋଇଛି ଏହି ପାରମ୍ପରିକ ହିନ୍ଦୁ ମନ୍ଦିର । ଯାହା ପାଇଁ ସମଗ୍ର ହିନ୍ଦୁ ସମାଜ ଗର୍ବିତ । ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବା ପାଇଁ ବଲିଉଡ଼ର ସୁପରଷ୍ଟାର ଅକ୍ଷୟ କୁମାର ଆବୁଧାବି ପହଞ୍ଚିଛନ୍ତି । ଅକ୍ଷୟ ପରମ୍ପରିକ ଆଉଟଫିଟରେ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ନ୍ୟୁଜ୍ ଏଜେନ୍ସି ପକ୍ଷରୁ ଅକ୍ଷୟ କୁମାରଙ୍କ ଭିଡ଼ିଓ ସେୟାର କରାଯାଇଛି । ଯେଉଁଥିରେ ଅକ୍ଷୟ ଡ଼ିଜାଇଣ୍ଡ ହ୍ୱାଇଟ କୁର୍ତ୍ତାରେ ନଜର ଆସିଛନ୍ତି । କଡା ସୁରକ୍ଷା ମଧ୍ୟରେ ସେ ମନ୍ଦିର ପରିସର ଆଡକୁ ଯାଉଥିବା ଦେଖାଯାଇଛି । BAPS(ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା) ହିନ୍ଦୁ ମନ୍ଦିର ଉଦଘାଟନରେ ଅକ୍ଷୟ କୁମାରଙ୍କ ବ୍ୟତୀତ କମେଡି ଟିଭି ଶୋ 'ତାରକ ମେହେଟା କା ଓଲଟା ଚାଶମା'ର ଜେଠାଲାଲ (ଦିଲୀପ ଯୋଶୀ) ମଧ୍ୟ ଯୋଗ ଦେଇଛନ୍ତି । ମନ୍ଦିରର ସୁନ୍ଦରତାକୁ ଦେଖି ଦିଲୀପ କହିଛନ୍ତି, ‘‘ମନ୍ଦିରକୁ ଦେଖି ମଧ୍ୟ ବିଶ୍ବାସ କରି ହେଉନାହିଁ ଯେ ଏତେ ସୁନ୍ଦର ମନ୍ଦିର ନିର୍ମାଣ ହୋଇଛି । ଯେତେବେଳେ ପିଏମ ମୋଦି ଏହି ମନ୍ଦିରର ମୂଳଦୁଆ ପକାଇଲେ ମୁଁ ଏଠାରେ ଉପସ୍ଥିତ ଥିଲି । ଦୁବାଇ ଶାସକଙ୍କର ହୃଦୟ ବହୁତ ବଡ଼ କାରଣ ଏ ମନ୍ଦିର ପାଇଁ ସେ ଅନୁମତି ସହିତ ଜମି ଦାନ କରିଛନ୍ତି ।’’

ଏହା ମଧ୍ୟ ପଢ଼ନ୍ତୁ...ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିର, ଫଟୋରେ ଦେଖନ୍ତୁ ଝଲକ୍‌

ସୂଚନା ଅନୁଯାୟୀ, ପ୍ରାୟ 700କୋଟି ଟଙ୍କା ବ୍ୟୟରେ ଆବୁଧାବିରେ ତିଆରି ହୋଇଛି ଏହି ବିଶାଳ ହିନ୍ଦୁ ମନ୍ଦିର । ୟୁଏଇରେ 3ଟି ହିନ୍ଦୁ ମନ୍ଦିର ରହିଥିବା ବେଳେ ଏହା ସବୁଠାରୁ ବଡ ମନ୍ଦିର । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ 2019 ମସିହାରେ ଆରମ୍ଭ ହୋଇଥିବା ବେଳେ 2022 ମସିହାରେ ମନ୍ଦିର କାର୍ଯ୍ୟ ସମାପ୍ତ ହେବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ମନ୍ଦିର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଆବୁଧାବିରେ ତିଆରି ହୋଇଥିବା ଏହି ମନ୍ଦିର ମାର୍ବଲ ଏବଂ ବାଲୁକା ପଥରରେ ତିଆରି ହୋଇଛି । 2015 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ କରି ଦୁବାଇ-ଆବୁଧାବି ରାଜପଥରେ ମନ୍ଦିର ପ୍ରକଳ୍ପ ପାଇଁ 17 ଏକରରୁ ଅଧିକ ଜମି ଆବଣ୍ଟ କରିଥିଲେ । ଏହାପରେ 2018 ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.