ETV Bharat / entertainment

କମେଡି ତଡକା ସହ ଡରାଇବେ ଅକ୍ଷୟ କୁମାର, 14 ବର୍ଷ ପରେ ଏହି ନିର୍ଦ୍ଦେଶକଙ୍କ ସହ ମିଶାଇଲେ ହାତ - Akshay Kumar New film

author img

By ETV Bharat Odisha Team

Published : Apr 26, 2024, 3:57 PM IST

Akshay Kumar-Priyadarshan Collaborate: ଅଭିନେତା ଅକ୍ଷୟ କୁମାର ଗତ କିଛି ବର୍ଷ ଦିନ ହେବ ସମସ୍ତ ଫିଲ୍ମ ବକ୍ସ ଅଫିସରେ ଚାଲିପାରୁନାହିଁ । ଏହାରି ମଧ୍ୟରେ ବର୍ତ୍ତମାନ ଦର୍ଶକଙ୍କ ମନ ଜିତିବାକୁ ପୁଣି ଅଣ୍ଟା ଭିଡିଛନ୍ତି ଅକ୍ଷୟ । ବର୍ତ୍ତମାନ ସେ 'ହରର' ଫିଲ୍ମ ସହ ପରଦାକୁ ଫେରୁଥିବା ବେଳେ ଏହି ଫିଲ୍ମ ପାଇଁ ସେ ୧୪ ବର୍ଷ ପରେ ବଲିଉଡର ଜଣେ ବଡ ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଛନ୍ତି ।

'ହରର' ଫିଲ୍ମ ସହ ପରଦାକୁ ଫେରିବେ ଖିଲାଡି କୁମାର, ୧୪ ବର୍ଷ ପରେ ଏହି ନିର୍ଦ୍ଦେଶକଙ୍କ ସହ କରିବେ କାମ

ହାଇଦ୍ରାବାଦ: ବଲିଉଡ ଅଭିନେତା ଅକ୍ଷୟ କୁମାର ବକ୍ସ ଅଫିସରେ କମାଲ କରିପାରୁନାହାନ୍ତି । ଲକଡାଉନ୍ ପରଠାରୁ ତାଙ୍କର ଅନେକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, କିନ୍ତୁ ସମସ୍ତ ଫିଲ୍ମ ଫ୍ଲପ ପ୍ରମାଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ୨୦୨୪ ଶୁଭାରମ୍ଭ ମଧ୍ୟ ତାଙ୍କ ପାଇଁ ଖରାପ ରହିଥିଲା । ଅକ୍ଷୟଙ୍କ ଅଭିନୀତ 'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ନିକଟରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମଧ୍ୟ ଆଶା ଠାରୁ କମ ପ୍ରଦର୍ଶନ କରୁଛି । ତେବେ ଏପରି ଲଗାତାର ଫ୍ଲପ ଫିଲ୍ମ ମଧ୍ୟରେ ଦର୍ଶକଙ୍କ ମନ ଜିତିବାକୁ ପୁଣି ଅଣ୍ଟା ଭିଡିଛନ୍ତି ଅକ୍ଷୟ । ସୂଚନା ଅନୁସାରେ, ଅଭିନେତା ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସହ ହାତ ମିଳାଇଛନ୍ତି । ସେ ଏକ 'ହରର' ଫିଲ୍ମ ସହ ଫେରୁଥିବା ଜଣାପଡିଛି ।

ହରର ଫିଲ୍ମରେ ନଜର ଆସିବେ ଅକ୍ଷୟ

ପ୍ରିୟଦର୍ଶନ ନିଜେ ଅକ୍ଷୟ କୁମାରଙ୍କ ସହ ଏହି ନୂତନ ପ୍ରକଳ୍ପ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ନିର୍ମାତା କହିଛନ୍ତି, ''ବର୍ତ୍ତମାନ ମୁଁ ରାମ ମନ୍ଦିର ଇତିହାସ ଉପରେ ମୋର ଡକ୍ୟୁମେଣ୍ଟାରୀ-ସିରିଜ୍ ସମାପ୍ତ କରିସାରିଛି । ଏହା ପରେ ମୋର ଅକ୍ଷୟଙ୍କ କାର୍ଯ୍ୟ ଆରମ୍ଭ ହେଉଛି । ଯାହା ଏକତା କପୁରଙ୍କ ଦ୍ୱାରା ନିର୍ମିତ ହେଉଛି । ଏହା କମେଡି ସହ ଏକ ହରର ଚଳଚ୍ଚିତ୍ର ଅଟେ । ଅକ୍ଷୟଙ୍କ ସହ କାମ କରିବା ସର୍ବଦା ଆନନ୍ଦଦାୟକ ଥାଏ । ଆମର ପ୍ରଥମ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଏହି ଚଳଚ୍ଚିତ୍ର ପର୍ଯ୍ୟନ୍ତ ତାଙ୍କ ସହିତ ସବୁବେଳେ ଭଲ ରହିଆସିଛି । ଏହା ମଧ୍ୟ ଭଲ ହେବ ।''

ଅକ୍ଷୟ-ପ୍ରିୟଦର୍ଶନ ପୂର୍ବରୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି

ତେବେ ଏହିପରି ଅକ୍ଷୟ ପ୍ରିୟଦର୍ଶନଙ୍କ ୧୪ ବର୍ଷ ପରେ କାମ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଅକ୍ଷୟ କୁମାର ପ୍ରିୟଦର୍ଶନଙ୍କ ସହ 2000ରେ 'ହେରା ଫେରି' ଏବଂ 2007ରେ 'ଭୁଲ ଭୁଲେୟା' ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । କେବଳ ଏତିକି ନୁହେଁ, ହେରା ଫେରିଙ୍କ ନାମ ଆଇକନିକ ଚଳଚ୍ଚିତ୍ର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଟଲିଉଡରେ ଡେବ୍ୟୁ କରିବେ ଖିଲାଡି କୁମାର, ପ୍ରଭାସଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

'ବଡେ ମିୟାଁ ଛୋଟେ ମିୟାଁ' ବକ୍ସ ଅଫିସ କଲେକ୍ସନ

ସୂଚନା ଥାଉ କି, ଇଦ ଅବସର(ଏପ୍ରିଲ ୧୧)ରେ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଟାଇଗର ଶ୍ରଫ ନଜର ଆସିଛନ୍ତି । ଏହି ଫିଲ୍ମ ରିଲିଜର ୧୬ଦିନରେ ପହଞ୍ଚିଥିବା ବେଳେ ଘୋରଇ ବକ୍ସ ଅଫିସରେ ୬୦ କୋଟି ପାଖାପାଖି ଅର୍ଥାତ୍ ୫୮.୫୪ କୋଟି ଏବଂ ଭାରତରେ ୧୦୦କୋଟି ମଧ୍ୟ ଆୟ କରିପାରିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.