ETV Bharat / entertainment

ସବୁ ହିନ୍ଦୀ ଫିଲ୍ମର ରେକର୍ଡ ଭାଙ୍ଗିଲା 'ସିଙ୍ଘମ ଏଗେନ', ଏହି ଦେଶରେ 197 ସ୍କ୍ରିନରେ ହେବ ରିଲିଜ

ଅଜୟ ଦେବଗନଙ୍କ 'ସିଙ୍ଘମ ଏଗେନ' ରିଲିଜ ପୂର୍ବରୁ ବିଭିନ୍ନ ଦେଶରେ ଫିଲ୍ମକୁ ନେଇ କ୍ରେଜ ଦେଖିବାକୁ ମିଳିଛି । କିଛି ଦେଶରେ ଏହା 197 ସ୍କ୍ରିନରେ ହେବ ରିଲିଜ । ଜାଣନ୍ତୁ କେଉଁଠି ?

ajay devgn starrer singham again
ajay devgn starrer singham again (FILM POSTER)
author img

By ETV Bharat Entertainment Team

Published : Oct 30, 2024, 9:40 AM IST

ହାଇଦ୍ରାବାଦ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ରିଲିଜ ପୂର୍ବରୁ ଧମାକା କରିଛି । 'ସିଙ୍ଘମ ଏଗେନ' ଆଡଭାନ୍ସ ବୁକିଂ ଭାରତର କିଛି ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି, ଯେଉଁଠାରେ 'ଭୁଲ ଭୁଲେୟା 3' ଅପେକ୍ଷା ଫିଲ୍ମଟି ଅଧିକ ସ୍କ୍ରିନ ସ୍ଥାନ ପାଇଛି । 'ସିଙ୍ଘମ ଏଗେନ' ମୋଟ 56% ସ୍କ୍ରିନିଂ ପାଇବ । ତେବେ ଏପରି ସମୟରେ ଏହି ଫିଲ୍ମକୁ ନେଇ ଦେଶ ବାହାରେ ମଧ୍ୟ କ୍ରେଜ ରହିଛି । କିଛି ଦେଶରେ ଏହା 197 ସ୍କ୍ରିନରେ ରିଲିଜ ହେବାକୁ ଯାଉଛି ।

'ସିଙ୍ଘମ ଏଗେନ' 197 ଟି ପରଦାରେ ମୁକ୍ତିଲାଭ କରିବ

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ତାଙ୍କ ସୋସିଆଲ ମିଡିଆରେ 'ସିଙ୍ଘମ ଏଗେନ' ନେଇ ଏକ ଅପଡେଟ୍ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଫିଜିରେ 197 ଟି ପରଦାରେ 'ସିଙ୍ଘମ ଏଗେନ' ମୁକ୍ତିଲାଭ କରୁଛି । ଏହା ନିଜେ ଏକ ମାଇଲଷ୍ଟୋନ ଅଟେ କାରଣ ଏହିପରି କରି 'ସିଙ୍ଘମ ଏଗେନ' ପୂର୍ବ ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି । ଏହା ବ୍ୟତୀତ 'ସିଙ୍ଘମ ଏଗେନ' ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ଯାହା ସିଡନୀର ଡ୍ରାଇଭ୍ ଇନ୍ ସିନେମାରେ ପ୍ରଦର୍ଶିତ ହେବାକୁ ଯାଉଛି । ଏପରିକି କେବଳ ଅଷ୍ଟ୍ରେଲିଆରେ ଏହି ଫିଲ୍ମ 143 ସ୍କ୍ରିନରେ ରିଲିଜ ହେଉଛି ।

ଦୀୱାଲିରେ 'ଭୁଲ ଭୁଲେୟା 3' ସହ ହେବ କଡା ଟକ୍କର

'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ଗୋଟିଏ ଦିନରେ ଅର୍ଥାତ୍ ନଭେମ୍ବର 1, 2024 ରେ ମୁକ୍ତିଲାଭ କରୁଛି । ହିନ୍ଦୀ ସିନେମାର ପ୍ରସିଦ୍ଧ ଫ୍ରାଞ୍ଚାଇଜ୍ ଉଭୟ ଚଳଚ୍ଚିତ୍ର ଚଳିତ ଦିୱାଲୀ ଅବସରରେ ରିଲିଜ ହେବାକୁ ଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେବାକୁ ମିଳିବ । ଉଭୟ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଛି । 'ସିଙ୍ଘମ ଏଗେନ' ଏହା ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: 'ସିଙ୍ଘମ ଏଗେନ'କୁ ମିିଳିଲା U/A ସାର୍ଟିଫିକେଟ୍, ହଟିଲା 10 ଟି ସିନ୍

'ଭୁଲ ଭୁଲେୟା 3' ଏକ ହରର କମେଡି ଫିଲ୍ମ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ନଜର ଆସିବେ । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଦର୍ଶକଙ୍କୁ କିଏ ଆକୃଷ୍ଟ କରୁଛି ? ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.