ETV Bharat / entertainment

ଓଟିଟି ରିଲିଜ ପାଇଁ ପ୍ରସ୍ତୁତ 'ସୈତାନ', ଏହି ମାସରେ ଆସିବ ଫିଲ୍ମ - Shaitaan OTT Release

author img

By ETV Bharat Odisha Team

Published : Apr 1, 2024, 10:38 AM IST

Shaitaan OTT Release: ଆର ମାଧବନ ଏବଂ ଅଜୟ ଦେବଗନଙ୍କ ଷ୍ଟାରର ସୈତାନ ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି । ଅଧିକ ପଢନ୍ତୁ

Shaitaan OTT Release
Shaitaan OTT Release

ହାଇଦ୍ରାବାଦ: ଲୋକଙ୍କ ମନ ଜିତୁଛି ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଫିଲ୍ମ 'ସୈତାନ' । ଫିଲ୍ମଟି ମାର୍ଚ୍ଚ ୮ରେ ରିଲିଜ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ବଲିଉଡ ଅଭିନେତା ଆର ମାଧବନ ଏବଂ ଅଜୟ ଦେବଗନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିବା ବେଳେ ଦର୍ଶକଙ୍କ ମନ ଜିତୁଛି । ତେବେ ଫିଲ୍ମଟି ରିଲିଜ ହେବାର ଦୁଇ ମାସ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଦର୍ଶକ ଘରେ ବସି ଫିଲ୍ମ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା ଫିଲ୍ମଟି କେବେ ଓ କେଉଁ OTT ପ୍ଲାଟଫର୍ମରେ ରିଲିଜ ହେବ ।

ବର୍ତ୍ତମାନ ଏହି ଚଳଚ୍ଚିତ୍ର ମେ ମାସ 2024ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ସୈତାନ' ଫିଲ୍ମ ଗୁଜୁରାଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, 2023ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ହିନ୍ଦୀ ଭର୍ସନ 'ସୈତାନ' ରିଲିଜ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବାହଲ । ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳାଯାଦୁ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହାର ସିନେମାଟୋଗ୍ରାଫି ଏବଂ କାହାଣୀ ପାଇଁ ଏହାକୁ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମନ ଜିତୁଛି 'ସୈତାନ', ଦୁଇ ଦିନ ମଧ୍ୟରେ ଏତିକି କୋଟି ଆୟ

ଏହା ମଧ୍ୟ ପଢନ୍ତୁ-ସିନେମାହଲକୁ ଟାଣୁଛି ‘ସୈତାନ’, 100 କୋଟି କ୍ଲବରେ ମାରିଲା ଏଣ୍ଟ୍ରି

ଜିଓ ଷ୍ଟୁଡିଓ, ଅଜୟ ଦେବଗନ୍ ଫିଲ୍ମସ୍ ଏବଂ ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ ବ୍ୟାନରରେ ନିର୍ମିତ 'ସୈତାନ' ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ସୈତାନ ଭୂମିକାରେ ଆର ମାଧବନ ନଜର ଆସିଥିବା ବେଳେ ଅଜୟଙ୍କ ପତ୍ନୀ ଭୂମିକାରେ ଜ୍ୟୋତିକା ନଜର ଆସିଛନ୍ତି । ଫିଲ୍ମରେ ସମସ୍ତ ଚରିତ୍ର ବିଶେଷ କରି ଆର ମାଧବନଙ୍କ ଚରିତ୍ରକୁ ବେଶ ପ୍ରଶଂସା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.