ETV Bharat / entertainment

ଅଜୟ ଦେବଗନଙ୍କ 'ରେଡ 2' କୁ ମିଳିଲା ରିଲିଜ ଡେଟ୍; ଏହି ଦିନ ପରଦାକୁ ଆସିବ ଫିଲ୍ମ - RAID 2 RELEASE DATE

author img

By ETV Bharat Entertainment Team

Published : Sep 11, 2024, 5:27 PM IST

Raid 2 Release Date: ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ଅଜୟ ଦେବଗନ । ସେ 'ରେଡ' ସିକ୍ୱେଲ 'ରେଡ 2' ସହ କମବ୍ୟାକ କରିବାକୁ ଯାଉଥିବା ବେଳେ ଆଜି ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ଏଥିସହ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ଉପରୁ ମଧ୍ୟ ପରଦା ଉଠାଯାଇଛି। ତେବେ କେବେ ରିଲିଜ ହେବ ଫିଲ୍ମ ? ଜାଣନ୍ତୁ,

ଅଜୟ ଦେବଗନଙ୍କ 'ରେଡ 2' କୁ ମିଳିଲା ରିଲିଜ ଡେଟ୍; ଏହି ଦିନ ପରଦାକୁ ଆସିବ ଫିଲ୍ମ
ଅଜୟ ଦେବଗନଙ୍କ 'ରେଡ 2' କୁ ମିଳିଲା ରିଲିଜ ଡେଟ୍; ଏହି ଦିନ ପରଦାକୁ ଆସିବ ଫିଲ୍ମ (@TSeries Twitter)

ହାଇଦ୍ରାବାଦ: 'ରେଡ' ସିକ୍ୱେଲ 'ରେଡ 2' ସହ ପରଦାରେ ପୁଣି ଜଲୱା ଦେଖାଇବାକୁ ପ୍ରସ୍ତୁତ ବଲିଉଡ ଅଭିନେତା ଅଜୟ ଦେବଗନ । ନିକଟରେ ଫିଲ୍ମର ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ଏହାରି ରିଲିଜ ତାରିଖ ପ୍ରକାଶ ପାଇଛି । ରେଡ୍ 2'ର ନିର୍ମାତା ଆଜି ସେପ୍ଟେମ୍ବର 11 ରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । 'ରେଡ'ର ସିକ୍ୱେଲରେ ଅଜୟ ଦେବଗନ ଏକ ନୂଆ ଶତ୍ରୁ ସମ୍ମୁଖୀନ ହେବାକୁ ନଜର ଆସିବେ । ତେବେ ଫିଲ୍ମର ରିଲିଜ ଡେଟ୍ ସହ ନିର୍ମାତାମାନେ ଫିଲ୍ମର ଷ୍ଟାର୍ କାଷ୍ଟ ପ୍ରକାଶ କରିଛନ୍ତି ।

ଏହି ଦିନ ପରଦାକୁ ଆସିବ 'ରେଡ 2'

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ 'ରେଡ ୨' ବିଷୟରେ ଏକ ଅପଡେଟ୍ ସେୟାର କରିଛନ୍ତି । ଅଜୟ ଦେବଗନଙ୍କ ଅଭିନୀତ 'ରେଡ୍ ୨' ରିଲିଜ ତାରିଖ ଘୋଷଣା ହୋଇଛି । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ 21 ଫେବୃଆରୀ 2025 ରେ ପ୍ରେକ୍ଷାଳୟକୁ ଆସିବ । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ରିତେଶ ଦେଶମୁଖ, ବାନି କପୁର ଏବଂ ରଜତ କପୁର ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଦିଲ୍ଲୀ ଏବଂ ଲକ୍ଷ୍ନୌରେ ସୁଟିଂ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: 'ରେଡ ୨'ରେ ରୀତେଶ ଦେଶମୁଖଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର

ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ ରିତେଶ

ଏହି ଫିଲ୍ମରେ ଅଜୟ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ରୀତେଶ ଦେଶମୁଖ ଖଳନାୟକ ଭୂମିକାରେ ନଜର ଆସିବେ । ରୀତେଶ ସେହି ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିବେ ଯିଏ ଅଜୟଙ୍କୁ ଅସୁବିଧାରେ ପକାଇଛନ୍ତି ଏବଂ ଯାହାର କଳା ବ୍ୟବସାୟର ଖୁଲାସା ସମଗ୍ର ସିଷ୍ଟମକୁ ଥରାଇ ଦେଇଛି । 'ରେଡ' ପରି 'ରେଡ ୨' ମଧ୍ୟ ଆୟକର ବିଭାଗର ଚଢାଉ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ କୁମାର ଗୁପ୍ତା ଦେଇଥିବା ବେଳେ ଭୂଷଣ କୁମାର, କୁମାର ମଙ୍ଗତ ପଠକ, ଅଭିଷେକ ପଠକ ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ

'ରେଡ୍' ଫିଲ୍ମଟି ମାର୍ଚ୍ଚ 16, 2018 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଥିଲା । ଏହି ଚଳଚ୍ଚିତ୍ର ବିଶ୍ୱ ବକ୍ସ ଅଫିସରେ 154.19 କୋଟି ଟଙ୍କା ସଂଗ୍ରହ କରିଥିଲା । ୨୦୧୮ ପରେ ଦୀର୍ଘ ୬ ବର୍ଷ ପରେ ରେଡର ସିକ୍ବେଲ ନେଇ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ଅଭିନେତା । ଏହି ଫିଲ୍ମ ମଧ୍ୟ 'ରେଡ' ଭଳି ଭଳ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.