ETV Bharat / entertainment

ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍; 'ଦ ରାଜା ସାବ୍' ନୂଆ ପୋଷ୍ଟର ଆଉଟ୍, ଜନ୍ମଦିନରେ ସାମ୍ନାକୁ ଆସିବ ଖାସ୍ ଝଲକ

ଆସନ୍ତାକାଲି ପ୍ରଭାସଙ୍କ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କ ଆଗାମୀ ଫିଲ୍ମ 'ଦ ରାଜା ସାବ୍' ଖାସ୍ ଝଲକ ଦେଖିବାକୁ ମିଳିବ । ନୂଆ ପୋଷ୍ଟର ଜାରି କରି ନିର୍ମାତା ଦେଲେ ସୂଚନା ।

prabhas film the raja saab
prabhas film the raja saab (Photo: Film poster)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ଆସନ୍ତାକାଲି ଅର୍ଥାତ୍ 23 ଅକ୍ଟୋବରରେ ପ୍ରଭାସ ତାଙ୍କର 44 ତମ ଜନ୍ମଦିନ ପାଳନ କରିବେ । ବର୍ତ୍ତମାନ ଅଭିନେତାଙ୍କ ଜନ୍ମଦିନ ପୂର୍ବରୁ ନିର୍ମାତାମାନେ ତାଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଛନ୍ତି । ପ୍ରଭାସଙ୍କ ଆଗାମୀ ହରର କମେଡି ଫିଲ୍ମ 'ଦ ରାଜା ସାବ'ର ପୋଷ୍ଟର ମୁକ୍ତିଲାଭ କରିଛି । ଏହି ପୋଷ୍ଟରଟି ଫିଲ୍ମର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଏହା ସେୟାର କରି ନିର୍ମାତା ଫିଲ୍ମର ଅପଡେଟ୍ ସେୟାର କରିଛନ୍ତି । ସେ ଅଭିନେତାଙ୍କ ଜନ୍ମଦିନରେ ଫିଲ୍ମର ଖାସ୍ ଝଲକ ଦେଖାଇବେ ବୋଲି କହିଛନ୍ତି ।

ଜନ୍ମଦିନରେ ଦେଖିବାକୁ ମିଳିବ ଖାସ୍ ଝଲକ

ନିର୍ଦ୍ଦେଶକ ମାରୁତି ଏକ୍ସରେେ ପ୍ରଭାସଙ୍କ ଫିଲ୍ମ 'ଦ ରାଜା ସାବ୍' ରୁ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ ପ୍ରଭାସଙ୍କୁ ବ୍ଲୁ ଏବଂ ହଳଦିଆ ଚେକ୍ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ଭିତରେ ସେ ଏକ ଅଲିଭ୍ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ସେ ନିଜ ଲୁକକୁ ବ୍ଲାକ ଟ୍ରାଉଜର ଓ ଜୋତା ମଧ୍ୟ ପିନ୍ଧିଛନ୍ତି । ଏହି ପୋଷ୍ଟରରେ କ୍ୟାପସନରେ ଲେଖାଯାଇଛି, "ଆମେ ନିର୍ମାଣ କରିଥିବା ଏକ ଯାତ୍ରା । ଏ ଡାର୍ଲିଙ୍ଗ ରିଭିଲ ଚରିତ୍ର ଯାହାକୁ ଆମେ ଆକୃତି କରିଥିଲୁ । ସେ 23 ଅକ୍ଟୋବରରେ ଆସୁଛନ୍ତି ।''

ଟିଜର ପରେ ଦ୍ୱିତୀୟ ଝଲକ ପାଇଁ ଫ୍ୟାନ୍ସ ଉତ୍ସାହିତ

ମାରୁତିଙ୍କ ନିର୍ଦ୍ଦେଶିତ ହରର୍ ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ର 'ଦ ରାଜା ସାବ୍' ଏପ୍ରିଲ୍ 10, 2025 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଜୁଲାଇରେ ନିର୍ମାତାମାନେ 45 ସେକେଣ୍ଡର ଟିଜର ରିଲିଜ୍ କରିଥିଲେ ଯେଉଁଥିରେ ପ୍ରଭାସଙ୍କ ମୁଖ୍ୟ ଚରିତ୍ରର ଝଲକ ଦେଖାଇଥିଲେ । ଟିଜରରେ ପ୍ରଭାସ ଏକ ମୋଟରସାଇକେଲରେ ସୁଟ୍, ଚଷମା ଏବଂ ହାତରେ ଫୁଲ ପୁଷ୍ପ ପିନ୍ଧି ଆସିଥିବାର ନଜର ଆସିଥିଲେ । ଯାହା ପରେ ପ୍ରଶଂସକମାନେ ଫିଲ୍ମର ଅପଡେଟ୍ ପାଇଁ ଉତ୍ସାହିତ ଥିଲେ । ବର୍ତ୍ତମାନ ସେମାନଙ୍କର ଅପେକ୍ଷା ସମାପ୍ତ ହୋଇଛି ଏବଂ ନିର୍ମାତାମାନେ ପ୍ରଭାସଙ୍କ ଜନ୍ମଦିନରେ ଫିଲ୍ମରୁ କିଛି ବିଶେଷ ଝଲକ ଦେଖିବାକୁ ଯାଉଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'କଲ୍କି' ପରେ 'ରାଜା ସାବ' ସହ ଧମାକା କରିବେ ପ୍ରଭାସ, ନୂଆ ପୋଷ୍ଟର ସହ ଟିଜର ରିଲିଜ ଡେଟ୍ ଘୋଷଣା

'ଦ ରାଜା ସାବ୍' ଏହି ତାରକା ବି ଆସିବେ ନଜର

ମାରୁତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ସେହିପରି ଏହି ଫିଲ୍ମର ମ୍ୟୁଜିକ ଜାତୀୟ ପୁରସ୍କାର ବିଜେତା ଥମନ ଏସ ପ୍ରସ୍ତୁତ କରିବେ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ଏଥିସହ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ । ଏହି ମଜାଳିଆ ଚଳଚ୍ଚିତ୍ରରେ ପ୍ରଭାସ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ । ପ୍ରଭାସଙ୍କ ବ୍ୟତୀତ ମାଲଭିକା ମୋହନାନ ଏବଂ ନିଧି ଅଗ୍ରୱାଲ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.