ETV Bharat / entertainment

'କଲ୍କି ୨୮୯୮AD' ଟ୍ରେଲର ରିଲିଜ ପୂର୍ବରୁ ଦୀପିକାଙ୍କ ନୂଆ ପୋଷ୍ଟର ଆଉଟ୍, ପତ୍ନୀଙ୍କ ଲୁକ ଦେଖି ଫିଦା ରଣଭୀର - Deepika Padukone New Poster In Kalki 2898 AD

author img

By ETV Bharat Odisha Team

Published : Jun 9, 2024, 5:19 PM IST

Deepika Padukone New Poster In Kalki 2898 AD: 'ଫାଇଟର' ଦମଦାର ଅଭିନୟ ପରେ ବର୍ତ୍ତମାନ ଦୀପିକା ପାଦୁକୋନ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ 'କଲ୍କି 2898AD'ରେ ନଜର ଆସିବେ । ଏହି ସିନେମାରେ ପ୍ରଭାସ, ଅମିତାଭ ବଚ୍ଚନଙ୍କ ପରି ଅନେକ ତାରକା ନଜର ଆସିବେ ଏବଂ ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଏଭଳି ସମୟରେ ଟ୍ରେଲର ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଦୀପିକାଙ୍କର ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ଦେଖନ୍ତୁ ପୋଷ୍ଟର,

'କଲ୍କି ୨୮୯୮AD' ଦୀପିକାଙ୍କ ନୂଆ ପୋଷ୍ଟର ଆଉଟ୍
'କଲ୍କି ୨୮୯୮AD' ଦୀପିକାଙ୍କ ନୂଆ ପୋଷ୍ଟର ଆଉଟ୍ (deepikapadukone, Instagram)

ହାଇଦ୍ରାବାଦ: ପ୍ରଶଂସକମାନେ ଉତ୍ସାହର ସହ 2024 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'କଲ୍କି 2898AD'କୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନଙ୍କ ସମେତ ଅନେକ ତାରକା ନଜର ଆସିବେ । ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇସାରିଛି ଏବଂ ଏଥିରେ ଦେଖାଯାଇଥିବା କିଛି ତାରକାଙ୍କ ଚରିତ୍ର ମଧ୍ୟ ଖୁଲାସା ହୋଇଛି । ବର୍ତ୍ତମାନ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିରହିଛନ୍ତି । ଯାହା ଆସନ୍ତାକାଲି ରିଲିଜ ହେବ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ନିର୍ମାତା ଦୀପିକା ପାଦୁକୋନଙ୍କ ପୋଷ୍ଟର ରିଲିଜ କରି ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି ।

ଦୀପିକାଙ୍କ ନୂଆ ଲୁକ୍

ପ୍ରଭାସ 'କଲ୍କି 2898ad'ରେ ଭୈରବଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ସମୟରେ ଅମିତାଭ ବଚ୍ଚନଙ୍କୁ 'ଅଶ୍ୱତ୍ଥାମା'ର ଭୂମିକାରେ ଦେଖିବାକୁ ମିଳିବ । ତେବେ ଦୀପିକାଙ୍କ ଚରିତ୍ର ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର ଦମଦାର ଲୁକ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ବ୍ଲାକ ଆଉଫିଟରେ ଅଭିନେତ୍ରୀ ଠିଆ ହୋଇଥିବା ନଜର ଆସିଥିବା ବେଳେ କିଛି ଲୋକ ତାଙ୍କ ପଛରେ ହାତରେ ଖଣ୍ଡା ଏବଂ ବର୍ଚ୍ଛା ଧରିଥିବାର ନଜର ଆସିଛନ୍ତି ।

ରଣଭୀର କଲେ ପ୍ରଶଂସା

ଏହାକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ ଆଶା ତାଙ୍କଠାରୁ ଆରମ୍ଭ ହୁଏ । ଆସନ୍ତାକାଲି ଏହାର ଟ୍ରେଲର ଆସୁଛି । ଏବେ ତାଙ୍କ ଲୁକକୁ ଫ୍ୟାନ୍ସଙ୍କ ଠାରୁ ସେଲିବ୍ରିଟି ପସନ୍ଦ କରିଛନ୍ତି । ଦୀପିକାଙ୍କ ଏହି ପୋଷ୍ଟରେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣଭୀର ସିଂ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ବୁମ୍, ଚମତ୍କାର । ସେହିପରି ଫାଇଟରରେ ତାଙ୍କ କୋ-ଷ୍ଟାର୍, ଅକ୍ଷୟ ଓବରୋଏ ଫାୟାର ଇମୋଜି ସେୟାର କରିଛନ୍ତି ।

'କଲ୍କି 2898AD' କେବେ ହେବ ରିଲିଜ?

ଏହି ଫିଲ୍ମ ୨୭ ଜୁନରେ ମୁକ୍ତିଲାଭ କରିବାକୁ ଯାଉଛି । କଲ୍କି 2898ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଯେଉଁଥିରେ ଅନେକ ବଡ ବଡ ଷ୍ଟାର ନଜର ଆସିବେ । ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ସାଉଥ ଅଭିନେତା କମଲ ହାସନ, ଅମିତାଭ ବଚ୍ଚନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବ ।

ଏହା ମଧ୍ୟ ପଢନ୍ତୁ: ରାମୋଜୀ ଫିଲ୍ମ ସିଟିରେ 'କଲ୍କି 2898 AD' ପ୍ରି-ରିଲିଜ୍ ଇଭେଣ୍ଟ, 'ବୁଜି' ମିଷ୍ଟ୍ରିର ଖୁଲାସା କଲେ ନିର୍ମାତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.