ETV Bharat / entertainment

ମହଙ୍ଗା ମ୍ୟାରେଜ; ଅନନ୍ତ-ରାଧିକାଙ୍କ ବିବାହ ଭାରତର ସବୁଠୁ ଏକ୍ସପେନସିଭ୍ ବିବାହ କି ? - Most Expensive Weddings In India

India's Most Expensive Weddings: ଆଉ ମାତ୍ର କିଛି ଦିନର ଅପେକ୍ଷା । ବିବାହ କରିବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଅମ୍ୱାନୀ ପରିବାରର ବିବାହ ସମାରୋହରେ ଏବଂ ଅନେକ ସେଲିବ୍ରିଟିଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହା ଭାରତର ସବୁଠୁ ବଡ଼ ବିବାହ ଉତ୍ସବ ହେବ ବୋଲି କୁହାଯାଉଛି । ତେବେ ଏହି ଆର୍ଟିକିଲରେ ଜାଣନ୍ତୁ, ଭାରତର ସବୁଠାରୁ ଦାମୀ ବିବାହ ବିଷୟରେ,

author img

By ETV Bharat Odisha Team

Published : Jul 7, 2024, 5:16 PM IST

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଦେଶ ଦୁନିଆରେ ବିବାହ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ଲୋକେ ଏହାକୁ ବେଶ ସ୍ୱତନ୍ତ୍ର କରିବାକୁ ଅନେକ କିଛି କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ବ୍ୟାଙ୍କ ବାଲାନ୍ସଠାରୁ ଅଧିକ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତି ଏବଂ ବେଳେବେଳେ ଲୋକମାନେ ଏଥିପାଇଁ ଋଣ ମଧ୍ୟ ନେଇଥା’ନ୍ତି । ଏପରି ସମୟରେ ଭାରତରେ ଅନେକ ପରିବାର ଅଛନ୍ତି ଯିଏ ବିବାହରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ତାଲିକାରେ ଆଡାନୀ, ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ଅନେକ ବ୍ୟବସାୟୀ, ଏପରିକି ସେଲିବ୍ରିଟି ରହିଛନ୍ତି । ତେବେ ଭାରତର ସବୁଠାରୁ ମହଙ୍ଗା ବିବାହ କିଏ କରିଛି? ଚାଲନ୍ତୁ ଜାଣିବା,

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Instagram)

ଭାରତର ମହଙ୍ଗା ବିବାହ ମଧ୍ୟରେ ବର୍ତ୍ତମାନ ଅମ୍ୱାନୀ ପରିବାରର ବିବାହ କଥା ପ୍ରଥମରେ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ୱାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨, ୨୦୨୪ରେ ମୁମ୍ବାଇରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ହେବାକୁ ଯାଉଥିବା ବେଳେ ଏହା ଦେଶର ସବୁଠାରୁ ମହଙ୍ଗା ବିବାହ ବୋଲି ଅନୁମାନ କରାଯାଉଛି। କାରଣ ନିର୍ବନ୍ଧଙ୍କ ଠାରୁ ଆରମ୍ଭ କରି ପ୍ରି-ୱେଡିଂ ସେରମନି ଧୁମଧାମରେ ହୋଇଥିବା ବେଳେ ଅନେକ ଦେଶ ବିଦେଶର ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ସାମିଲ ହୋଇଥିଲେ ।

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Instagram)

ମାର୍ଚ୍ଚରେ ଗୁଜୁରାଟର ଜାମନଗରରେ ଅନନ୍ତ ଏବଂ ରାଧିକାଙ୍କ ପାଇଁ ତିନି ଦିନିଆ ପ୍ରି-ୱେଡିଂ ଆୟୋଜନ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧,୨୬୦ କୋଟି (ପ୍ରାୟ 150 ମିଲିୟନ୍ ଡଲାର) ଅଟେ, ଯେଉଁଥିରେ ଅନ୍ତର୍ଜାତୀୟ ସୁପରଷ୍ଟାରଙ୍କ ପ୍ରଦର୍ଶନ କରିଥିଲେ । ରିହାନା ଏବଂ ଆକୋନ୍ ଭଳି ବିଦେଶୀ ତାରକାଙ୍କ ନାଁ ଏଥିରେ ଅନ୍ତର୍ଭୁକ୍ତ । ସେହିପରି ଦ୍ୱିତୀୟ ପ୍ରି-ୱେଡିଂ ଏକ କ୍ରୁରେ ହୋଇଥିବା ବେଳେ 800 ଅତିଥି ସାମିଲ ହୋଇ ଇଟାଲୀରୁ ଦକ୍ଷିଣ ଫ୍ରାନ୍ସର ଯାତ୍ରା କରିଥିଲେ। ତେଣୁ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହରେ ମଧ୍ୟ ୧୦୦୦ କୋଟି ଟଙ୍କା ଉପରେ ଖର୍ଚ୍ଚ ହେବ ବୋଲି କୁହାଯାଉଛି । ତେବେ ଅନନ୍ତ-ରାଧିକାଙ୍କ ମହଙ୍ଗା ବିବାହ ସପ୍ତାହରେ ପୂର୍ବରୁ ଭାରତରେ ହୋଇଥିବା ଅଧିକ ବଜେଟ୍ ବିବାହ ଉତ୍ସବ ଉପରେ ନଜର ପକାନ୍ତୁ,

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Instagram)

ଭାରତର ମହଙ୍ଗା ବିବାହ:

1. ଆକାଶ ଅମ୍ୱାନୀ-ଶ୍ଲୋକା ମେହତା

ଏହି ତାଲିକାରେ ପ୍ରଥମେ ରହିଛନ୍ତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀ । ୨୦୧୯ ମସିହାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେତାଙ୍କ ସହ ବିବାହ କରିଥିଲେ । ରିପୋର୍ଟ ଅନୁସାରେ, ଏହି ବିବାହ ଉତ୍ସବରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭାରତର ସବୁଠୁ ମହଙ୍ଗା ବିବାହ ଉତ୍ସବ ହୋଇଛି । ଏହି ବିବାହ ଉତ୍ସବ ସେଣ୍ଟ ମୋରିଜ୍ ଠାରେ ଘନିଷ୍ଠ ବନ୍ଧୁ ଏବଂ ପରିବାର, ସମ୍ପର୍କୀୟଙ୍କ ଉପସ୍ଥିତିର ଧୁମଧାମରେ ପାଳନ ହୋଇଥିଲା । ବାନ୍ଦ୍ରାସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ରିସ୍ପେପନ ପାର୍ଟି କରାଯାଇଥିଲା । ଯେଉଁଥିରେ ଆମୀର ଖାନ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର ଏବଂ ତାଙ୍କ ପତ୍ନୀ ଚେରି ବ୍ଲେୟାର ଭଳି ଦେଶ ବିଦେଶର ବହୁ ବରିଷ୍ଠ ଶିଳ୍ପପତି ଏବଂ ସେଲିବ୍ରିଟି ସାମିଲ ହୋଇଥିଲେ ।

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Instagram)

2. ଇଶା ଅମ୍ୱାନୀ-ଆନନ୍ଦ ପିରାମଲ

ଏହା ପରେ ଇଶା ଅମ୍ୱାନୀଙ୍କ ବିବାହ । ଡିସେମ୍ବର ୧୨, ୨୦୧୮ରେ ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀ ବ୍ୟବସାୟୀ ଆନନ୍ଦ ପିରାମଲଙ୍କୁ ବିବାହରେ ବିବାହ କରିଥିଲେ । ରିପୋର୍ଟ ଅନୁଯାୟୀ, ଇଶା ତାଙ୍କ ବଡ ଦିନ ପାଇଁ ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ ଯାହାର ଦାମ ୯୦ କୋଟି । ଯାହା ଦୁନିଆର ସବୁଠାରୁ ମହଙ୍ଗା ଲେହେଙ୍ଗା । ଏହିପରି ମୁକେଶ ଅମ୍ବାନୀ ତାଙ୍କ ଲାଡଲୀଙ୍କ ବିବାହରେ ପ୍ରାୟ ୭୦୦ କୋଟି ଖର୍ଚ୍ଚ କରିଥିବା କୁହାଯାଉଛି । ଇଶାଙ୍କ ନିର୍ବନ୍ଧ ଠୁ ଆରମ୍ଭ କରି ବିବାହ ବିଦେଶରେ ହୋଇଥିଲା । ଇଟାଲୀରେ ନିର୍ବନ୍ଧ ଏବଂ ବିବାହ ଆଣ୍ଟିଲିଆରେ ହୋଇଥିଲା । ଏହି ବିବାହରେ ମଧ୍ୟ ସଲମାନ ଖାନ, ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶର ବହୁ ବରିଷ୍ଠ ଶିଳ୍ପପତି ଏବଂ ସେଲିବ୍ରିଟି ସାମିଲ ହୋଇଥିଲେ ।

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Instagram)

3. ସୁଶାନ୍ତୋ ରୟ ଏବଂ ସୀମାନ୍ତୋ ରୟ

ସ୍ୱର୍ଗତ ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରୟଙ୍କ ପୁଅ, ସୁଶାନ୍ତୋ ଏବଂ ସୀମାନ୍ତୋ ରୟଙ୍କ ବିବାହ ୧୦ ଫେବୃଆରୀ ୨୦୦୪ ଏବଂ ୧୪ ଫେବୃଆରୀ ୨୦୦୪ ମଧ୍ୟରେ ହୋଇଥିଲା । ରିପୋର୍ଟ ଅନୁସାରେ, ଏହି ବିବାହର ଆନୁମାନିକ ମୂଲ୍ୟ ୫୫୪ କୋଟି ଅଟେ । ଏହି ଡବଲ ବିବାହ ଲକ୍ଷ୍ନୌର ସାହାରା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏକ ସପ୍ତାହ ବ୍ୟାପୀ ଉତ୍ସବରେ 11,000 ରୁ ଅଧିକ ଅତିଥି ଯୋଗ ଦେଇଥିଲେ ।

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Getty)

4. ସ୍ରିଷ୍ଟି ମିତ୍ତଲ ଏବଂ ଗୁଲରାଜ ବେହଲ

ସେହିପରି ଇସ୍ପାତ ଟାଇକୁନ୍ ଲକ୍ଷ୍ମୀ ମିତ୍ତଲଙ୍କ ସାନଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ସ୍ରିଷ୍ଟି ମିତ୍ତଲଙ୍କ ବିବାହରେ ୫୦୦କୋଟି ଖର୍ଚ୍ଚ କରିଥିବା ଜଣାପଡିଛି । ସ୍ରିଷ୍ଟି ମିତ୍ତଲ ଲଣ୍ଡନ ସ୍ଥିତ HSBC ନିବେଶ ବ୍ୟାଙ୍କର ଗୁଲରାଜ ବେହଲଙ୍କୁ ଡିସେମ୍ବର 7, 2013 ରେ ବିବାହ କରିଥିଲେ । ୫୦୦ ଅତିଥି ଏଥିରେ ସାମିଲ ହୋଇଥିଲେ ।

ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Getty)

5. ଭନିଶା ମିତ୍ତଲ ଏବଂ ଅମିତ ଭାଟିଆ

ଶିଳ୍ପୋଉଦ୍ୟୋଗପତି ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ଭାନିଶା ମିତ୍ତଲଙ୍କ ବିବାହ ନିବେଶକ ଅମିତ ଭାଟିଆଙ୍କ ସହ ହୋଇଥିଲା । ଏହି ବିବାହ ମଧ୍ୟ ଦୁନିଆର ସବୁଠାରୁ ମହଙ୍ଗା ବିବାହ ଥିଲା । ୨୦୦୪ରେ ଭର୍ସେଲରେ ଆୟୋଜିତ ହୋଇଥିବା ଏହି ଛଅ ଦିନିଆ ଇଭେଣ୍ଟରେ ପ୍ରାୟ ୨୪୦ କୋଟି ଖର୍ଚ୍ଚ ହୋଇଥିବା ଜଣାପଡିଛି । ଉଭୟଙ୍କ ବିବାହ ରିସ୍ପେସନରେ ଶାହରୁଖ ଖାନ ଏବଂ କିଲି ମିନଗଙ୍କ ସମେତ ଅନେକ ବିଶ୍ୱ ପ୍ରସିଦ୍ଧ କଳାକାର ସାମିଲ ହୋଇଥିଲେ ।

6. ସଂଜୟ ହିନ୍ଦୁଜା ଏବଂ ଅନୁ ମହତାନୀ

ବ୍ୟବସାୟୀ ସଞ୍ଜୟ ହିନ୍ଦୁଜା ଦେଶର ଅନ୍ୟତମ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ସେ ୨୦୧୫ରେ ଉଦୟପୁରରେ ଅନୁ ମହତାନୀଙ୍କୁ ବିବାହ କରିଥିଲେ । ବିବାହର ମୁଖ୍ୟ ଆକର୍ଷଣ ଥିଲା ବିଦେଶୀ ପପ୍ ସେନ୍ସେସନ ଜେନିଫର୍ ଲୋପେଜଙ୍କ ପରଫର୍ମ । ତାଙ୍କ ପ୍ରଦର୍ଶନ ପାଇଁ ପ୍ରାୟ ୫୪ ଲକ୍ଷ ଟଙ୍କା ଚାର୍ଜ କରିଥିଲେ । ତେବେ ଏହି ବିବାହ ଉତ୍ସବରେ ମୋଟ ୧୫୦କୋଟି ଖର୍ଚ୍ଚ ହୋଇଥିବା ଜଣାପଡିଛି ।

  • କେବଳ ଏତିକି ନୁହେଁ ଏହି ତାଲିକାରେ ବଲିଉଡ ସେଲିବ୍ରିଟିଙ୍କ ନାଁ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରେ ବିରାଟ କୋହଲି, ଅନୁଷ୍କା ଶର୍ମା ଏବଂ ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ନାଁ ସାମିଲ । ତେବେ ଜାଣନ୍ତୁ, ଉଭୟ ତାରକାଙ୍କ ବିବାହରେ କେତେ ଖର୍ଚ୍ଚ ହୋଇଥିଲା ?
ଭାରତର ସବୁଠାରୁ ମହଙ୍ଗା ବିବାହ
ଭାରତର ସବୁଠାରୁ ମହଙ୍ଗା ବିବାହ (Instagram)

7. ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା

ଡିସେମ୍ବର ୧୧, ୨୦୧୭ରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ବିବାହ କରି ଦେଶକୁ ଆଶ୍ଚର୍ଯ୍ୟ କରିଥିଲେ । ଇଟାଲୀର ପରିବାର ଏବଂ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ । ଏହା ପରେ ରିସ୍ପେସନ ପାର୍ଟି କରିଥିଲେ । ଯେଉଁଥିରେ ସେଲିବ୍ରିଟି ଏବଂ କ୍ରିକେଟରଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ତେବେ ରିପୋର୍ଟ ଅନୁସାରେ, ଏମାନଙ୍କ ବିବାହରେ ପ୍ରାୟ ୧୦୦ କୋଟି ଖର୍ଚ୍ଚ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଏହି ଦିନ ପଡ଼ିବ ଅନନ୍ତ ଅମ୍ୱାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ହାତଗଣ୍ଠି, ସାମ୍ନାକୁ ଆସିଲା ବିବାହ କାର୍ଡ

8. ରଣଭୀର ସିଂ ଏବଂ ଦୀପିକା ପାଦୁକୋନ

ସେହିପରି ବଲିଉଡର ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହ ମଧ୍ୟ ମହାଙ୍ଗା ବିବାହ ତାଲିକାରେ ଅନ୍ତର୍ଭୁକ୍ତ । ୧୪ ନଭେମ୍ବର ୨୦୧୮ରେ ଇଟାଲୀର ହ୍ରଦ କୋମୋରେ ବିବାହ କରିଥିଲେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ । ଏହି ଦମ୍ପତିଙ୍କ ବିବାହରେ ପ୍ରାୟ ୭୭ କୋଟି ଖର୍ଚ୍ଚ କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.