ETV Bharat / entertainment

ଆସୁଛି 'ସ୍ତ୍ରୀ 3'; 'ସ୍ତ୍ରୀ 2'ର ଏହି ସିନ୍ ଦେଲା ହିଣ୍ଟ୍, ନିର୍ମାତା କହିଲେ-'ସରିଛି ସ୍କ୍ରିପ୍ଟିଂ, ଖୁବଶୀଘ୍ର ଫିଲ୍ମ ଉପରେ ହେବ କାମ ଆରମ୍ଭ' - Stree 3 Coming soon

author img

By ETV Bharat Odisha Team

Published : Aug 23, 2024, 10:13 AM IST

Updated : Aug 23, 2024, 10:34 AM IST

Stree 3 update: ମନ ଜିତୁଛି 'ସ୍ତ୍ରୀ 2'। ଅଗଷ୍ଟ 15ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ଭଲ ପ୍ରଦର୍ଶନ କରୁଛି । ଏପରି ସମୟରେ ଅନେକ ଫ୍ୟାନ୍ସ 'ସ୍ତ୍ରୀ 3' କୁ ନେଇ ଉତ୍ସାହିତ ରହିଛନ୍ତି । କାରଣ 'ସ୍ତ୍ରୀ 2' ଶେଷରେ ଅକ୍ଷୟ କୁମାରଙ୍କ ସହ 'ସରକଟା'ଙ୍କ ଆତ୍ମା ଯୋଡି ହେବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ ଏବଂ 'ଜନା' ଚରିତ୍ରରେ ଅଭିନୟ କରୁଥିବା ଅଭିଷେକ ବାନାର୍ଜୀ 'ସ୍ତ୍ରୀ 3' ବିଷୟରେ ଏକ ବଡ ଅପଡେଟ୍ ସେୟାର କରିଛନ୍ତି। ଅଧିକ ପଢନ୍ତୁ,

ଆସୁଛି 'ସ୍ତ୍ରୀ 3'; 'ସ୍ତ୍ରୀ 2'ର ଏହି ସିନ୍ ଦେଲା ହିଣ୍ଟ୍, ନିର୍ମାତା କହିଲେ-'ସ୍କ୍ରିପିଂ ସରିଛି, ଖୁବଶୀଘ୍ର ଫିଲ୍ମ ଉପରେ ହେବ କାମ ଆରମ୍ଭ'
ଆସୁଛି 'ସ୍ତ୍ରୀ 3'; 'ସ୍ତ୍ରୀ 2'ର ଏହି ସିନ୍ ଦେଲା ହିଣ୍ଟ୍, ନିର୍ମାତା କହିଲେ-'ସ୍କ୍ରିପିଂ ସରିଛି, ଖୁବଶୀଘ୍ର ଫିଲ୍ମ ଉପରେ ହେବ କାମ ଆରମ୍ଭ' (Movie Poster)

ହାଇଦ୍ରାବାଦ: 'ସ୍ତ୍ରୀ 2' ବର୍ତ୍ତମାନ ବକ୍ସ ଅଫିସରେ ଧମାକା ସୃଷ୍ଟି କରୁଛି। ଅଗଷ୍ଟ 15 ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଗୋଟିଏ ସପ୍ତାହ ଶେଷ ହୋଇଛି । କିଛି ଦିନ ମଧ୍ୟରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ବିଶ୍ୱରେ 400 କୋଟିରୁ ଅଧିକ ଏବଂ ଭାରତୀୟ ବକ୍ସ ଅଫିସରେ ପ୍ରାୟ 300 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏହିପରି ଫିଲ୍ମ 2024 ବର୍ଷର ଦ୍ୱିତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇପାରିଛି । ଏହାରି ମଧ୍ୟରେ ବର୍ତ୍ତମାନ 'ସ୍ତ୍ରୀ 3' କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ 'ସ୍ତ୍ରୀ 2' ଶେଷରେ ଅକ୍ଷୟ କୁମାରଙ୍କ ସହ 'ସରକଟା'ଙ୍କ ଆତ୍ମା ଯୋଡି ହେବା ଦେଖିବାକୁ ମିଳିଛି। ଯାହା ପରେ ଫ୍ୟାନ୍ସ 'ସ୍ତ୍ରୀ 3' କୁ ନେଇ ଉତ୍ସାହିତ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ ଏବଂ 'ଜନା' ଚରିତ୍ରରେ ଅଭିନୟ କରୁଥିବା ଅଭିଷେକ ବାନାର୍ଜୀ 'ସ୍ତ୍ରୀ 3'କୁ ନେଇ ଅପଡେଟ୍ ସେୟାର କରିଛନ୍ତି।

'ସ୍ତ୍ରୀ 3' ଉପରେ କାମ ଆରମ୍ଭ

ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ 'ସ୍ତ୍ରୀ 3' ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସୂଚନା ଦେଇ କହିଥିଲେ, 'ସ୍ତ୍ରୀ 3' ତିଆରି ହେଉଛି । 'ସ୍ତ୍ରୀ 3' ସ୍କ୍ରିପ୍ଟ ଲେଖା ହୋଇସାରିଛି, ତେଣୁ; ଏହାକୁ ତିଆରି କରିବାକୁ ଅଧିକ ସମୟ ଲାଗିବ ନାହିଁ । ସେହିପରି ନିକଟରେ ଏକ ସାକ୍ଷାତକାରରେ ଜନା ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଭିଷେକ ବାନାର୍ଜୀ 'ସ୍ତ୍ରୀ 3' ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ''ଫିଲ୍ମର ସ୍କ୍ରିପ୍ଟ ଲେଖା ହୋଇସାରିଛି। 'ସ୍ତ୍ରୀ 3'ମଧ୍ୟ ଏହି ଚଳଚ୍ଚିତ୍ର ପରି ହିଟ୍ ହେବ। ଫିଲ୍ମ ନିର୍ମାଣ ପାଇଁ ସମୟ ଲାଗିବ, କିନ୍ତୁ 'ସ୍ତ୍ରୀ ୨'ରେ ଯେତିକି ଲାଗିଲା ତାହା ନୁହେଁ। 'ସ୍ତ୍ରୀ 2' ପରି 'ସ୍ତ୍ରୀ 3' ତିଆରି କରିବାକୁ 6 ବର୍ଷ ଲାଗିବ ନାହିଁ। ଏଭଳି ପରିସ୍ଥିତିରେ, ମୁଁ ଏହାର ତୃତୀୟ ଭାଗରେ କାମ କରିବାକୁ ବହୁତ ଉତ୍ସାହିତ।''

'ସ୍ତ୍ରୀ 3' ରେ ଏହି ତାରକା ଆସିବେ ନଜର

ସୋସିଆଲ ମିଡିଆରେ ଚାଲିଥିବା ଖବର ଅନୁଯାୟୀ ଅକ୍ଷୟ କୁମାର 'ସ୍ତ୍ରୀ 3'ରେ ସୁପର ଭିଲେନ ଭୂମିକାରେ ଅଭିନୟ କରିପାରିବେ। ଏଥିରେ ଏକ ବଡ କାଷ୍ଟ ହେବ। ତମନ୍ନା ଭାଟିଆ, ରଶ୍ମିକା ମନ୍ଦାନା ଏବଂ ଆୟୁଷ୍ମାନ ଖୁରାନା ମଧ୍ୟ 'ସ୍ତ୍ରୀ 3'ରେ ନଜର ଆସିବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ଅପାରଶକ୍ତି ଖୁରାନା ମଧ୍ୟ 'ସ୍ତ୍ରୀ 3' ରେ ଏକ ଅପଡେଟ୍ ଦେଇ କହିଛନ୍ତି ଯେ 'ସ୍ତ୍ରୀ 2' ରିଲିଜ୍ ହେବାର ବହୁ ପୂର୍ବରୁ ଫିଲ୍ମର ଫ୍ରେମ୍ ୱାର୍କ ପ୍ରସ୍ତୁତ ହୋଇସାରିଛି, ବର୍ତ୍ତମାନ ନିର୍ମାତା ଦୀନେଶ ଭିଜନ ଏବଂ ନିର୍ଦ୍ଦେଶକଙ୍କୁ ବାକି ବିବରଣୀ ଦେବାକୁ ଅପେକ୍ଷା କରିଛୁ । ତେବେ ଏହି ଚଳଚ୍ଚିତ୍ର 2025 ରେ ମୁକ୍ତିଲାଭ କରିପାରିବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବିଶ୍ୱରେ ଚାଲିଛି 'ସ୍ତ୍ରୀ' ଯାଦୁ; ସପ୍ତାହକ ମଧ୍ୟରେ 400 କୋଟି ପାର୍ କଲା ଫିଲ୍ମ, ଭାଙ୍ଗିଲା ଏହି ଫିଲ୍ମର ରେକର୍ଡ

'ସ୍ତ୍ରୀ 2' ବକ୍ସ ଅଫିସ କଲେକ୍ସନ :-

  • ପ୍ରଥମ ଦିନ - 60.3କୋଟି ଟଙ୍କା (ପ୍ରିଭ୍ୟୁ)
  • ଦ୍ୱିତୀୟ ଦିନ- 31.4 କୋଟି ଟଙ୍କା
  • ତୃତୀୟ ଦିନ- 43.85 କୋଟି ଟଙ୍କା
  • ଚତୁର୍ଥ ଦିନ- 55.9 କୋଟି ଟଙ୍କା
  • ପଞ୍ଚମ ଦିନ- 38.1 କୋଟି ଟଙ୍କା
  • ଷଷ୍ଠ ଦିନ- 25.8 କୋଟି ଟଙ୍କା
  • ସପ୍ତମ ଦିନ- 19.5 କୋଟି
  • ଅଷ୍ଟମ ଦିନ- 16 କୋଟି

ମୋଟ ଘରୋଇ ସଂଗ୍ରହ - 290.55କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 23, 2024, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.