ETV Bharat / entertainment

BAFTA ପୁରସ୍କାରରେ ଚମକିଲେ ଦୀପିକା, ଦେଶୀ ଲୁକରେ ଜିତିଲେ ମନ

author img

By ETV Bharat Odisha Team

Published : Feb 19, 2024, 9:44 AM IST

Updated : Feb 19, 2024, 9:55 AM IST

Deepika Padukone At Bafta 2024: ୭୭ତମ BAFTA ଆୱାର୍ଡ ଶୋ' ଆୟୋଜିତ ହୋଇଛି । ଏଥିରେ ଦୀପିକା ପାଦୁକୋନ ଉପସ୍ଥାପିକା ଭାବେ ସାମିଲ ହୋଇଛନ୍ତି । ଏହି ଶୋ' ପରେ ସେ ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

BAFTA ପୁରସ୍କାରରେ ଚମକିଲେ ଦୀପିକା, ଦେଶୀ ଲୁକରେ ଜିତିଲେ ମନ
BAFTA ପୁରସ୍କାରରେ ଚମକିଲେ ଦୀପିକା, ଦେଶୀ ଲୁକରେ ଜିତିଲେ ମନ

ହାଇଦ୍ରାବାଦ: ଭାରତର ସମ୍ମାନ ବଢାଇଲେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ । ଓସ୍କାର ପରେ ପୁଣି 'ବାଫଟା' ଆୱାର୍ଡ ଶୋ'ରେ ସାମିଲ ହୋଇ ଦେଶକୁ ଗୌରବାନ୍ୱିତ କରିଛନ୍ତି ଦୀପିକା । ୧୮ ଫେବୃଆରୀ ରାତିରେ ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲରେ ୭୭ ତମ ବ୍ରିଟିଶ ଏକାଡେମୀ ଚଳଚ୍ଚିତ୍ର BAFTA ପୁରସ୍କାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୀପିକା ପାଦୁକୋନ ଉପସ୍ଥାପିକା ଭାବରେ ସାମିଲ ହୋଇଥିଲେ । ଏହି ସମୟରେ ଦୀପିକା ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିସହ 'ଦ ଜୋନ ଅଫ ଇଣ୍ଟରେଷ୍ଟ' ପାଇଁ ଅଭିନେତା ଜୋନାଥନ ଗ୍ଲେଜରଙ୍କୁ ଶ୍ରେଷ୍ଠ ଫିଲ୍ମ ନଟ ଇନ ଇଂଲିସ୍ ପୁରସ୍କାର ପ୍ରଦାନ କରିଛନ୍ତି ।

'ବାଫଟା' ଆୱାର୍ଡ ଶୋ' ରେ ଦୀପିକା ଦେଶୀ ଲୁକରେ ନଜର ଆସିଛନ୍ତି । ଏହି ସମୟରେ ଦୀପିକା ସିଲଭର ରଙ୍ଗର ଶାଢୀରେ ଖୁବ ସୁନ୍ଦର ଲୁକରେ ନଜର ଆସିଛନ୍ତି । ଦୀପିକାଙ୍କ ଏହି ଶାଢୀ ଲୋକପ୍ରିୟ ପୋଷାକ ଡିଜାଇନର ସବ୍ୟସାଚୀ ପ୍ରସ୍ତୁତ କରିଛନ୍ତି । ଦୀପିକା ଇନଷ୍ଟାଗ୍ରାମରେ ନିଜର ଲୁକର ଫଟୋ ସେୟାର କରିଛନ୍ତି ଏବଂ ଏଥିପାଇଁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ତେବେ ଦୀପିକାଙ୍କ ଏହି ଲୁକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି ।

କହିରଖୁଛୁ କି, ଗତକାଲି ଲଣ୍ଡନରେ ଏହା ଆୟୋଜିତ ହୋଇଥିବା ବେଳେ ଭାରତରେ ଏହି ଆୱାର୍ଡ ଶୋ' ଲାୟନ୍ସଗେଟ୍ ପ୍ଲେରେ ସିଧା ପ୍ରସାରଣ କରାଯାଇଛି । ତେବେ ଦୀପିକାଙ୍କ ବ୍ୟତୀତ ଏହି ଆୱାର୍ଡ ଶୋ'ରେ ଅନ୍ୟ ଉପସ୍ଥାପକ ବା ଉପସ୍ଥାପିକାଙ୍କ ତାଲିକାରେ ଇଂଲଣ୍ଡର ପୂର୍ବତନ ଫୁଟବଲ୍ ତାରକା ଡେଭିଡ ବେକହମ୍, ଗାୟିକା ଦୁଆ ଲିପା, କ୍ୟାଟ୍ ବ୍ଲାନଚେଟ୍, 'ବ୍ରିଜର୍ଟନ୍' ଫେମ ତାରକା ଏଡଜୋ ଆଣ୍ଡୋ, 'ୱୋଙ୍କା' ଓମ୍ପା ଲୁମ୍ପା ହଗ୍ ଗ୍ରାଣ୍ଟ ଏବଂ 'ଏମିଲି ଇନ୍ ପ୍ୟାରିସ୍' ଲିଲି କଲିନ୍ସ ମଧ୍ୟ ସାମିଲ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁଣି ଦେଶର ସମ୍ମାନ ବଢ଼ାଇବେ ଦୀପିକା, BAFTA ଆୱାର୍ଡରେ ଉପସ୍ଥାପିକା ଭାବେ ଆସିବେ ନଜର

ଦୀପିକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ ତାଙ୍କୁ ଜାନୁଆରୀ ୨୫ ରେ ରିଲିଜ ହୋଇଥିବା ଫିଲ୍ମ 'ଫାଇଟର'ରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ହ୍ରିତିକ ରୋଶନ ଏବଂ ଅନୀଲ କପୁରଙ୍କ ସହ ନଜର ଆସିଥିବା ବେଳେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି । ସେହିପରି ଆଗାମୀ ଦିନରେ ସେ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮AD' ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟାନୀ ଭଳି ତାରକାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଚଳିତ ବର୍ଷ ମେ ୯ରେ ରିଲିଜ ହେବ ।

Last Updated : Feb 19, 2024, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.