ETV Bharat / entertainment

ଜୀବନ ହାରିଲେ ଅଭିନେତ୍ରୀ ମଲ୍ଲିକା ରାଜପୁତ, ଘରୁ ମିଳିଲା ଝୁଲନ୍ତା ମୃତଦେହ - Vijay Lakshmi Actor and Singer

Malika Rajput Death: ଦୁନିଆକୁ ଅଲବିଦା କହିଲେ ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତ । ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ,

Etv Bharat
Etv Bharat
author img

By ETV Bharat Odisha Team

Published : Feb 13, 2024, 4:58 PM IST

ହାଇଦ୍ରାବାଦ: ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ବିୟୋଗ ହୋଇଛି । ରିପୋର୍ଟ ଅନୁସାରେ, ମଲ୍ଲିକା ନିଜ ଘରେ ଜୀବନ ହାରିଥିବା ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସୁଲତାନପୁରର ଜଣାଶୁଣା ଗାୟକ ତଥା ଅଭିନେତ୍ରୀ ବିଜୟ ଲକ୍ଷ୍ମୀ, ଯିଏ ମଲ୍ଲିକା ରାଜପୁତ ନାଁରେ ବେଶ ଜଣାଶୁଣା । ଆଜି ଅର୍ଥାତ୍ ମଙ୍ଗଳବାର ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ କୋତୱାଲି ନଗରର ସୀତାକୁଣ୍ଡ ଅଞ୍ଚଳରେ ଥିବା ତାଙ୍କ ବାସଭବନର ଏକ କୋଠରୀରୁ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାର ଖବର ପାଇ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଭିନେତ୍ରୀଙ୍କ ଦେହାନ୍ତ ଖବର ପରିବାର ସମେତ ଫ୍ୟାନ୍ସଙ୍କୁ ଚକିତ କରିଛି । ଏହି ସମୟରେ ମୃତ ଅଭିନେତ୍ରୀଙ୍କ ମା' ସୁମିତ୍ରା ସିଂ ଦୁଃଖରେ ଭାଙ୍ଗିପଡିଛନ୍ତି ଏବଂ ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ଝିଅ ବିଜୟ ଲକ୍ଷ୍ମୀ ସିଂ ଓରଫ ମଲ୍ଲିକା ରାଜପୁତ ସବୁ ଦିନ ପରି କାଲି ରାତିରେ ମଧ୍ୟ ରୁମକୁ ଯାଇ ଭିତର କବାଟ ବନ୍ଦ କରିଦେଇଥିଲେ । ସକାଳେ ଯେତେବେଳେ କବାଟ ଖୋଲି ନଥିଲା । ପରେ ସନ୍ଦେହ କରି କୌଣସି ପ୍ରକାରେ କବାଟ ଖୋଲିଥିଲେ । ସେତେବେଳେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ସେପଟେ ଘଟଣା ନେଇ ପୋଲିସ ଅଧିକାରୀ ଶ୍ରୀରାମ ପାଣ୍ଡେ କହିଛନ୍ତି ଯେ ପ୍ରାରମ୍ଭିକ ପ୍ରମାଣରୁ ଏହା କୁହାଯାଇପାରେ ଯେ, ଅଭିନେତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେହି ରିପୋର୍ଟର ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ଅଭିନେତ୍ରୀ କାହିଁକି ଏବଂ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ତାହାର କାରଣ ଜଣାପଡିନାହିଁ ।

ଏହା ମଧ୍ୟ ପଢନ୍ତୁ: ସାଉଥ ସିନେମା ଜଗତକୁ ଝଟ୍‌କା, ଜୀବନ ହାରିଲେ ମାଲାୟାଲମ ଅଭିନେତ୍ରୀ

ମଲ୍ଲିକା ରାଜପୁତଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ କଙ୍ଗନା ରାଣାୱତଙ୍କ ସହ ଫିଲ୍ମ 'ରିଭଲଭର ରାନୀ'ରେ ମଧ୍ୟ ନଜର ଆସିଥିଲେ । ତାଙ୍କୁ ଏହି ଚଳଚ୍ଚିତ୍ରରେ ଏକ କଙ୍ଗନାଙ୍କ ସହ- ଅଭିନେତ୍ରୀ ଭୂମିକାରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ଅନେକ ଟିଭି ଶୋ' ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି । କେବଳ ଏତିକି ନୁହେଁ ମଲ୍ଲିକା ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ, କିନ୍ତୁ ୨୦୧୮ରେ ଦଳ ଛାଡିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.