ETV Bharat / entertainment

ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ମି-ଠୁ’; ନିର୍ଦ୍ଦେଶକ ରଞ୍ଜିତଙ୍କ ନାଁରେ ପୁଣି ଯୌନ ଶୋଷଣ ମାମଲା; ପୂର୍ବରୁ ସମାନ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ - Man Alleges Sexual Abuse by Ranjith

author img

By ETV Bharat Odisha Team

Published : Aug 30, 2024, 1:31 PM IST

Man Alleges Sexual Abuse by Ranjith: ହେମା କମିଟି ରିପୋର୍ଟରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ସତ୍ୟତା ପ୍ରକାଶ ପାଇବା ପରେ ଅନେକ ସେଲିବ୍ରିଟିଙ୍କ ଗୁମର ଖୋଲିବାରେ ଲାଗିଛି । ଅନେକ ଭେଟେରାନ୍ ନିର୍ମାତା-ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କିଛି ଦିନ ପୂର୍ବରୁ ଜଣେ ବଙ୍ଗୀୟ ଅଭିନେତ୍ରୀ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ବର୍ତ୍ତମାନ ରଞ୍ଜିତଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି । ଜଣେ ବ୍ୟକ୍ତି ରଞ୍ଜିତଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ,

ନିର୍ଦ୍ଦେଶକ ରଞ୍ଜିତଙ୍କ ନାଁରେ ପୁଣି ମାମଲା ରୁଜୁ; ଜଣେ ବ୍ୟକ୍ତି ଆଣିଲେ ଯୌନ ଶୋଷଣ ଅଭିଯୋଗ
ନିର୍ଦ୍ଦେଶକ ରଞ୍ଜିତଙ୍କ ନାଁରେ ପୁଣି ମାମଲା ରୁଜୁ; ଜଣେ ବ୍ୟକ୍ତି ଆଣିଲେ ଯୌନ ଶୋଷଣ ଅଭିଯୋଗ (ETV Bharat Odisha)

ହାଇଦ୍ରାବାଦ: ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସତ୍ୟତା ଧିରେ ଧିରେ ସମସ୍ତଙ୍କୁ ଚକିତ କରିଛି। ହେମା କମିଟି ରିପୋର୍ଟରେ ଏହି ଖୁଲାସା ହେବା ପରେ ଅନେକ ଅଭିନେତ୍ରୀ ମାଲାୟାଲମ ସିନେମାର ପ୍ରସିଦ୍ଧ ତାରକାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରୁଛନ୍ତି । ଅନେକ ଭେଟେରାନ୍ ନିର୍ମାତା-ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଏହି ତାଲିକାରେ ମାଲାୟାଲମ ନିର୍ଦ୍ଦେଶକ ରଞ୍ଜିତଙ୍କ ନାଁ ସାମିଲ ଥିବା ବେଳେ ତାଙ୍କ ନାଁରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି । କିଛି ଦିନ ପୂର୍ବରୁ ଜଣେ ବଙ୍ଗୀୟ ଅଭିନେତ୍ରୀ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି ।

ରଞ୍ଜିତଙ୍କ ନାଁରେ ଦୁଇ ଦୁଇଟି ମାମଲା ରୁଜୁ

କିଛି ଦିନ ପୂର୍ବରୁ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ରଞ୍ଜିତଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ଇମେଲ ଜରିଆରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏପରି ସମୟରେ ବର୍ତ୍ତମାନ ରଞ୍ଜିତଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଆଉ ଜଣେ ବ୍ୟକ୍ତି । କୋଜିକୋଡେର ସାଜିର ନାମକ ବ୍ୟକ୍ତି ରଞ୍ଜିତଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ 2012 ରେ ରଣଜିତ ତାଙ୍କ ସହ ଏକ ହୋଟେଲରେ ଅସଦାଚରଣ କରିଥିଲେ ।

ରଞ୍ଜିତଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ସାଜିର କହିଛନ୍ତି,'' କୋଜିକୋଡେରେ ମାମୁତି ଷ୍ଟାରର ଚଳଚ୍ଚିତ୍ର ବାଭୁତିୟୁଡେ ନାମାଥିଲଙ୍କ ସୁଟିଂ ସମୟରେ ସେ ରଞ୍ଜିତଙ୍କୁ ଭେଟିଥିଲେ । ସେ ସୁଟିଂ ଦେଖିବା ପାଇଁ ସେଟକୁ ଯାଇ ରଞ୍ଜିତଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସେ ଅଭିନୟ ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ରଞ୍ଜିତ ତାଙ୍କ ଫୋନ ନମ୍ବର ଟିସୁ ପେପରରେ ଲେଖି ତାଙ୍କୁ ଦେଇଥିଲେ । ପରେ ବ୍ୟକ୍ତିଙ୍କୁ ଫୋନରେ ଏକ ହୋଟେଲକୁ ଡାକିଥିଲେ ରଞ୍ଜିତ ।''

ନ୍ୟୁଡ୍ ଫଟୋ ନେଇଥିଲେ ରଞ୍ଜିତ

ସାଜିର ଦାବି କରିଛନ୍ତି, ''ସେ ରଞ୍ଜିତଙ୍କ ରୁମରେ ପହଞ୍ଚିବା ମାତ୍ରେ ଫିଲ୍ମ ନିର୍ମାତା ମଦ୍ୟପାନ କରୁଥିଲେ । ସେମାନେ ଉକ୍ତ ବ୍ୟକ୍ତିଙ୍କୁ ମଦ ଯାଚିଥିଲେ ଏବଂ ପ୍ରଥମେ ସେ ମନା କରିଦେଇଥିଲେ ଏବଂ ପରେ ରଞ୍ଜିତଙ୍କ ସହ ମଦ ପିଇଥିଲେ। ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ମଦ୍ୟପାନ ପରେ ରଞ୍ଜିତ ତାଙ୍କୁ ତାଙ୍କ ପୋଷାକ ଖୋଲିବାକୁ କହିଥିଲେ। ରଞ୍ଜିତ ତାଙ୍କୁ କହିଥିଲେ ଯେ ତୁମେ ବିନା ପୋଷାକରେ କିପରି ଦେଖାଯାଉଛ ତାହା ଦେଖିବାକୁ ଚାହୁଁଛି । ଏହା ପରେ ତାଙ୍କ ନ୍ୟୁଡ ଫଟୋ ମଧ୍ୟ ନେଇଥିଲେ ରଞ୍ଜିତ ଏବେ ସେ ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ତାଙ୍କୁ ନ୍ୟୁଡ୍ ଫଟୋ ପଠାଇଥିଲେ।''

'ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଯାଉଛି'

ସୂଚନା ଅନୁସାରେ, ''ବର୍ତ୍ତମାନ ଅଭିଯୋଗକାରୀ ସାଜିରଙ୍କୁ ନିର୍ଦ୍ଦେଶକ ରଞ୍ଜିତଙ୍କ ଉପରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଚାପ ପକାଯାଉଛି । ସାଜିର ‘ଇଟିଭି ଭାରତ’ଙ୍କୁ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ ଅଜ୍ଞାତ ଜାଗାକୁ ଡାକି ଅଭିଯୋଗ ପ୍ରତ୍ୟାହାର କରିବାକୁ ତାଙ୍କୁ ଚାପ ପକାଉଛନ୍ତି । ସ୍ୱତନ୍ତ୍ର ଯାଞ୍ଚ ଟିମ ଆଗରେ ସେ ଏହି ସବୁ ବିଷୟରେ ସ୍ପଷ୍ଟୀକରଣ ଦେବେ ।''

ଏହା ମଧ୍ୟ ପଢନ୍ତୁ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ଅଭିଯୋଗ: କଳାକାର ସଂଘ ଓ ଚଳଚିତ୍ର ଏକାଡେମୀରୁ ଇସ୍ତଫା ଦେଲେ ଅଭିନେତା ସିଦ୍ଦିକି ଓ ନିର୍ଦ୍ଦେଶକ ରଞ୍ଜିତ

KCA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରଞ୍ଜିତ

ସୂଚନା ଅନୁସାରେ, ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗ ପରେ ମାଲାୟାଲମ୍ ନିର୍ଦ୍ଦେଶକ ରଞ୍ଜିତ କେରଳ ଚଳଚ୍ଚିତ୍ର ଏକାଡେମୀ(KCA)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.