ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜି ନିଜ ଫିଲ୍ମି କ୍ୟାରିଅରର ୧୪ ବର୍ଷ ପୂରଣ କରିଛନ୍ତି । ୨୦୧୦ରେ ଅଭିନେତ୍ରୀ 'ୟେ ମାୟା ଚେସାଭେ'' ଫିଲ୍ମ ସହ ଆଜିର ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତେବେ ବର୍ତ୍ତମାନ ସାମନ୍ଥା ଫିଲ୍ମ ଇଣ୍ଡଷ୍ଟ୍ରିର ନିଜ କ୍ୟାରିଅରର ୧୪ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ କିଛି ଖାସ୍ ଅନ୍ଦାଜରେ ଅଭିନେତ୍ରୀ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେପଟେ ସାଉଥ ସୁନ୍ଦରୀ ନୟନତାରା ସାମନ୍ଥା ୧୪ ବର୍ଷ ପୂର୍ତ୍ତି ନେଇ ଶୁଭକାମନା ଜଣାଇଛନ୍ତି ।
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସାମନ୍ଥା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସାମନ୍ଥାଙ୍କ କ୍ୟୁଟ ଲୁକ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, ୱାଓ! ୧୪ ବର୍ଷ ପୂରିଲା । ସେପଟେ 14YearsOf SamanthaLegacy ନାଁରେ ଏକ୍ସରେ ସାମନ୍ଥା ଆଜି ଟ୍ରେଣ୍ଡ ମଧ୍ୟ କରୁଛନ୍ତି । ଅନ୍ୟ ଏକ ପୋଷ୍ଟରେ ସାମନ୍ଥା ଏକ୍ସରେ ଟ୍ରେଣ୍ଡିଂର ସ୍କ୍ରିନସଟ ସେୟାର କରିଛନ୍ତି ।
ସେପଟେ ନୟନତାରା ସାମନ୍ଥା ୧୪ ବର୍ଷ ପୂର୍ତ୍ତି ନେଇ ଶୁଭକାମନା ଜଣାଇଛନ୍ତି । ନୟନତାରା ନିଜ ଇନଷ୍ଟାଷ୍ଟୋରୀରେ ସାମନ୍ଥାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, '୧୪ ବର୍ଷର ପୂର୍ତ୍ତି ନେଇ ଶୁଭେଚ୍ଛା ସାମନ୍ଥା । ଏହା ତୁମକୁ ଅଧିକ ଶକ୍ତି ଦେଉ ତୁମେ ଏମିତି ଆଗକୁ ଯାଅ।' ସେପଟେ ଫ୍ୟାନ୍ସ ସମେତ ଅନ୍ୟାନ୍ୟ ସେଲିବ୍ରିଟି ମଧ୍ୟ ସାମନ୍ଥାଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସାମନ୍ଥାଙ୍କ ଜୀବନକୁ ପ୍ରଭାବିତ କରିଛି ଏହି ସବୁ ଘଟଣା, କଲେ ଖୁଲାସା
କହିରଖୁଛୁ କି, ତେଲୁଗୁ ଏବଂ ତାମିଲ ସିନେମାରେ କାମ କରୁଥିବା ସାମନ୍ଥା, ୨୦୧୦ରେ ଗୌତମ ଭାସୁଦେବ ମେନନଙ୍କ ନିର୍ଦ୍ଦେଶିତ ତେଲୁଗୁ ରୋମାଣ୍ଟିକ ଡ୍ରାମା 'ୟେ ମାୟା ଚେସାଭେ' ସହ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ତାଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ ଙ୍କ ସହ ନଜର ଆସିଥିଲେ । ତା ପରେ ସେ ଇଗା, ମହାନତି, ମର୍ସାଲ, 24, ଡୋକୁଡୁ, ରଙ୍ଗସ୍ତାଲମ୍, ସୁପର ଡିଲକ୍ସ, ଓ ବେବି ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଶେଷଥର ତାଙ୍କୁ 'ଖୁସି' ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଗାମୀ ୱେବ୍ ସିରିଜ୍ ସିଟାଡେଲର ହିନ୍ଦୀ ସଂସ୍କରଣରେ ଦେଖିବାକୁ ମିଳିବ ।