ମୁମ୍ବାଇ: ବାପା ହେଲେ 'ଟୁୱେଲଥ ଫେଲ୍' ଷ୍ଟାର ବିକ୍ରାନ୍ତ ମେସୀ । ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସୀ ଏବଂ ଶୀତଲ ବର୍ତ୍ତମାନ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି । ଉଭୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ସେମାନେ ଖୁସି ବ୍ୟକ୍ତ କରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ୨୦୨୨ରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବିକ୍ରାନ୍ତ ଓ ଶୀତଲ । ତେବେ ଗତବର୍ଷ ସେପ୍ଟେମ୍ବର ମାସରେ ସେମାନେ ୨୦୨୪ରେ ପ୍ରଥମ ସନ୍ତାନ ପାଇଁ ପ୍ଲାନ କରୁଥିବା ଘୋଷଣା କରିଥିଲେ ।
ଆଜି ସେମାନଙ୍କର ସେହି ଆଶା ପୂରଣ ହୋଇଛି । ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି ବିକ୍ରାନ୍ତ ମେସୀ ଏବଂ ଶୀତଲ । ସୋସିଆଲ ମିଡିଆରେ ସେମାନେ କରିଥିବା ପୋଷ୍ଟରେ ଛୋଟ ଛୋଟ ଜୋତା, ଛୋଟ ପିଲାଙ୍କ ବୋତଲ, ଖେଳନା ଆଦିର ଫଟୋ ରଖିଛନ୍ତି । ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ଉଭୟ ବେଶ ଖୁସି ଥିବା ନେଇ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ପ୍ରଥମ ବିବାହ ବାର୍ଷିକୀ ପାଳିଲେ ସିଡ-କିଆରା, ପରସ୍ପରକୁ ଏମିତି ଜଣାଇଲେ ଶୁଭେଚ୍ଛା
ଏହା ମଧ୍ୟ ପଢନ୍ତୁ...ରୋହମନ ଶୋଲଙ୍କୁ ବିବାହ କରିବେ ସୁସ୍ମିତା! ଏମିତି କହିଲେ ଅଭିନେତ୍ରୀ
ଏହା ମଧ୍ୟ ପଢନ୍ତୁ...କୁଇନଙ୍କ ସହ ଫିଲ୍ମ କରିବେ ସନ୍ଦୀପ ରେଡ୍ଡି! ଏମିତି ଜବାବ ଦେଲେ ଅଭିନେତ୍ରୀ
ସେପଟେ ଅଭିନେତା ବିକ୍ରାନ୍ତ ମେସୀଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ନିକଟରେ ନିଜର ଫିଲ୍ମ 'ଟୁୱେଲଥ ଫେଲ୍' ପାଇଁ ସେ ଚର୍ଚ୍ଚାରେ ରହିଥିଲେ । ନିଜର ଦମଦାର ଅଭିନୟ ପାଇଁ ସେ ବେଶ ପ୍ରଶଂସା ବି ସାଉଣ୍ଟିଥିଲେ । ଯାହାକୁ ନେଇ ସେ କିଛି ଦିନ ଧରି ଖବରର ଶିରୋନାମାରେ ରହୁଥିବାବେଳେ ବର୍ତ୍ତମାନ ସେ ଫ୍ୟାନ୍ସଙ୍କୁ ପୁଣିଥରେ ଦେଇଛନ୍ତି ଖୁସି ଖବର । ବର୍ତ୍ତମାନ ତାଙ୍କର ହାତରେ ଅନେକ ପ୍ରୋଜେକ୍ଟର ଅଫର ମଧ୍ୟ ରହିଛି । 'ସେକ୍ଟର ୩୬' ଏବଂ 'ଫିର ଆଇ ହସିନ ଦିଲରୁବା' ଭଳି ଚଳଚ୍ଚିତ୍ରରେ ସେ ଆଗକୁ ନଜର ଆସିବେ ବୋଲି ଜଣାପଡିଛି । ବିକ୍ରାନ୍ତ ମେସୀ ଓ ପତ୍ନୀ ଶୀତଲଙ୍କ ପୁତ୍ର ସନ୍ତାନ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିବା ପରେ ସେମାନଙ୍କ ନିକଟକୁ ଛୁଟିଛି ଅଜସ୍ର ଶୁଭେଚ୍ଛା । ଉଭୟ ପତିପତ୍ନୀଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି ୟୁଜର୍ସ ।