ETV Bharat / business

ବଜେଟ 2024-25; ବଢିପାରେ ଆୟକର ଛାଡ ସୀମା, ମଧ୍ୟବିତ୍ତଙ୍କୁ ଖୁସି କରିବେ ଅର୍ଥମନ୍ତ୍ରୀ ! - Union Budget 2024

author img

By ETV Bharat Odisha Team

Published : Jul 21, 2024, 10:29 AM IST

Union Budget 2024-25: ଜୁଲାଇ 23ରେ 2024-25 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ସୀତାରମଣ ଆୟକରକୁ ନେଇ ବଡ଼ ଘୋଷଣା କରିପାରନ୍ତି । ମଧ୍ୟବିତ୍ତ ବର୍ଗକୁ ଖୁସି କରିବାକୁ ଆୟକର ଛାଡ଼ ସୀମା 5 ଲକ୍ଷ୍ୟକୁ ବଢାଇପାରନ୍ତି । ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଲାଗି ଆଞ୍ଜେଲ ଟ୍ୟାକ୍ସ ଛାଡ ଭଳି ପଦକ୍ଷେପ ନେଇପାରନ୍ତି । ପଢନ୍ତୁ

ବଜେଟ 2024-25; ମଧ୍ୟବିତ୍ତଙ୍କୁ ଖୁସି କରିପାରନ୍ତି ଅର୍ଥମନ୍ତ୍ରୀ, ବଢିବ ଆୟକର ଛାଡ ସୀମା !
ବଜେଟ 2024-25; ମଧ୍ୟବିତ୍ତଙ୍କୁ ଖୁସି କରିପାରନ୍ତି ଅର୍ଥମନ୍ତ୍ରୀ, ବଢିବ ଆୟକର ଛାଡ ସୀମା ! (ETV Bharat Odisha)

ହାଇଦ୍ରାବାଦ: ''ମୃତ୍ୟୁ ଓ କର ବ୍ୟତୀତ ଅନ୍ୟ କିଛି ନିଶ୍ଚିତ ନୁହେଁ''- ଏହି କଥା ବୋଧହୁଏ ଅନେକ ଭାରତୀୟ ଭାବୁଛନ୍ତି, କାରଣ ଦେଶରେ ଲଗାତାର ଦରଦାମ ବଢୁଥିବାବେଳେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ପାଇଁ ସେମାନେ ଆୟକର ଛାଡ ସୀମାରେ ପରିବର୍ତ୍ତନ ଦାବି କରୁଛନ୍ତି । ଯେହେତୁ ମୋଦି ସରକାର 3.0 ନୈରାଶ୍ୟଜନକ ଜନାଦେଶ ସହିତ ଆସିଛି, ଏଥିପାଇଁ ଅନେକ ଲୋକଙ୍କ କହିବା କଥା ଚଳିତ ବଜେଟରେ ଆୟକର ଛାଡ ସୀମା ବୃଦ୍ଧି ଗେରୁଆ ପାର୍ଟିକୁ ଆସନ୍ତା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ସୁହାଇପାରେ । ଭାରତୀୟ ଉଦ୍ୟୋଗ ଜଗତ ମଧ୍ୟ ଏହି ଆୟକର ହ୍ରାସ ସପକ୍ଷରେ ଯୁକ୍ତି ବାଢୁଛି, ଯଦ୍ବାରା ଭାରତୀୟଙ୍କ ହାତରେ ଅଧିକ ନଗଦ ରହିବ ଏବଂ ସେମାନଙ୍କ ମଧ୍ୟରେ ଉପଭୋଗ ଚାହିଦା ବଢିପାରିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23ରେ 2024-25 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଲୋକସଭା ନିର୍ବାଚନ ଝଟ୍‌କା ପରେ ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ୍ । 24 ନିର୍ବାଚନରେ ବିଜେପି ନିଜ ବଳରେ ସରକାରକୁ ନ ଆସିପାରିବା କାରଣରୁ ସାଧାରଣ ବର୍ଗକୁ ଆକୃଷ୍ଟ କରିବାକୁ ଏଥର ଲୋକାଭିମୁଖୀ ବଜେଟ ଆଣିପାରନ୍ତି । ମଧ୍ୟବିତ୍ତ ଓ ବେତନଭୋଗୀଙ୍କୁ ଖୁସି କରିବା ଭଳି ବଜେଟ ଆସିପାରେ । ଏଥିରେ ସୀତାରମଣ ଆୟକରକୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରାଯାଇପାରେ । ଏହି ପରିବର୍ତ୍ତନ କେବଳ ନୂତନ କର ବ୍ୟବସ୍ଥା ଅଧିନରେ ରିଟର୍ଣ୍ଣ ଦାଖଲକାରୀଙ୍କ ପାଇଁ ଲାଗୁ ହେବ । ବର୍ତ୍ତମାନ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରମୁକ୍ତ ରହିଛି ।

ଏହା ମଧ୍ୟ ପଢନ୍ତୁ: ବଜେଟ ୨୦୨୪-୨୫: ଏଥର ଆଞ୍ଜେଲ ଟ୍ୟାକ୍ସ ହଟାଇବେ କି ଅର୍ଥମନ୍ତ୍ରୀ ? ଆଶାବାଦୀ ଷ୍ଟାର୍ଟଅପ - Angel tax on startups

ସେହିପରି ସର୍ବାଧିକ ଆୟକର ହାରକୁ 30 ପ୍ରତିଶତରୁ 25 ପ୍ରତିଶତକୁ ହ୍ରାସ କରିବା ଲାଗି ଶିଳ୍ପ ସଂଘଗୁଡିକ ଦାବି କରୁଛନ୍ତି । ଏନେଇ ସେ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଉଛି । କରଦାତାଙ୍କୁ ପୁରୁଣା ଟିକସ ବ୍ୟବସ୍ଥାରୁ ନୂଆ ଟିକସ ବ୍ୟବସ୍ଥାକୁ ସ୍ଥାନାନ୍ତର ପାଇଁ ପ୍ରୋତ୍ସାହିତ କରିବା ଲାଗି ଟ୍ୟାକ୍ସ ଡିଡକ୍ସନ ସୀମା ମଧ୍ୟ ବୃଦ୍ଧି କରାଯାଇପାରେ । ଏହାବ୍ୟତୀତ ଦେଶରେ ଷ୍ଟାର୍ଟଅପ ଉଦୋଗୀଗୁଡିକୁ ଆଞ୍ଜେଲ ଟ୍ୟାକ୍ସ ଛାଡ କରି ବଡ ଉପହାର ଦେଇପାରନ୍ତି ସରକାର ।

ବଜେଟ 2024-25; ବଢିପାରେ ଆୟକର ଛାଡ ସୀମା, ମଧ୍ୟବିତ୍ତଙ୍କୁ ଖୁସି କରିବେ ଅର୍ଥମନ୍ତ୍ରୀ !
ବଜେଟ 2024-25; ବଢିପାରେ ଆୟକର ଛାଡ ସୀମା, ମଧ୍ୟବିତ୍ତଙ୍କୁ ଖୁସି କରିବେ ଅର୍ଥମନ୍ତ୍ରୀ ! (ETV Bharat Odisha)

ଏହାକୁ ନେଇ ଡେଲୟଟ ଇଣ୍ଡିଆର ପାର୍ଟନର ଆରତୀ ରାୱତେ କହିଛନ୍ତି ଯେ, ଦରବୃଦ୍ଧି ଯୋଗୁଁ ନିଜର ସୀମିତ ଆୟରେ ଆବଶ୍ୟକତାଗୁଡିକୁ ପୂରଣ କରିବାରେ କରଦାତାମାନେ ଚାପରେ ରହୁଛନ୍ତି । ଗତ କିଛି ବଜେଟରେ ଟିକସ ବ୍ୟବସ୍ଥାକୁ ସରଳୀକୃତ କରାଯାଇ କରଦାତାଙ୍କୁ ଟିକସ ଛାଡ ସୀମିତ କରାଯାଇଛି । ଆଜି ବି କରଦାତାଙ୍କ ଏକ ବଡ ବର୍ଗ ଯିଏକି ପୁରୁଣା ଟିକସ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି, ଗତ ଦୁଇରୁ ତିନି ବର୍ଷ ହେଲା ଟିକସ ଛାଡ଼ ଦେଖିନାହାନ୍ତି । ତେଣୁକରି ଏହିଭଳି କରଦାତାଙ୍କ ପାଇଁ ଟିକସ ଛାଡ଼ ନିଶ୍ଚିତ ରୂପେ ସେମାନଙ୍କ ଆର୍ଥିକ ବୋଝ କମ୍ କରିବ । ଚଳିତ ବର୍ଷ ସରକାର ବ୍ୟକ୍ତିଗତ କରଦାତାଙ୍କ ପାଇଁ ଆୟକର ଛାଡ ସୀମା 5 ଲକ୍ଷ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ବଜେଟ 2024-25: ଏଥର ନାରୀ କୈନ୍ଦ୍ରିକ ବଜେଟ - gender budget

ଅନ୍ୟ କିଛି ଅର୍ଥନୀତି ବିଶ୍ଲେଷକଙ୍କ କହିବା କଥା, ଟିକସ ହାର ହ୍ରାସ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ । କାରଣ ବ୍ୟକ୍ତିଗତ ଆୟକର ହ୍ରାସ ହେଲେ, ବ୍ୟୟ ଯୋଗ୍ୟ ଆୟ ବଢିବ । ଅର୍ଥାତ୍ ଖର୍ଚ୍ଚ କରିବା ଲାଗି କରଦାତାଙ୍କ ପାଖରେ ଅଧିକ ଟଙ୍କା ରହିବ ଓ ସେହି ଅନୁସାରେ ଚାହିଦା ବଢିବ । ଫଳସୂରୁପ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ପାଇବ । ତେଣୁକରି 2024-25 ବଜେଟ ଦରଦାମ୍ ବୃଦ୍ଧି ମଧ୍ୟରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ କମ୍ କରିବାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇପାରେ । ମୋଦି ସରକାର ଦରଦାମ୍ ମୁକାବିଲା, ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟି ଏବଂ ଦେଶର ଅର୍ଥନୀତିକୁ ଗତି ଦେବାଭଳି ବଜେଟ୍ ଉପସ୍ଥାପନ କରିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.