ETV Bharat / business

ହିଣ୍ଡେନବର୍ଗ ଟାର୍ଗେଟରେ ସେବି ମୁଖ୍ୟ; ଆଦାନୀ ସ୍କାମରେ ଲିଙ୍କ୍ ନେଇ ଆଣିଲା ସାଂଘାତିକ ଅଭିଯୋଗ - New Hindenburg Report

author img

By ETV Bharat Odisha Team

Published : Aug 11, 2024, 11:19 AM IST

Updated : Aug 11, 2024, 11:56 AM IST

New Hindenburg Report On Sebi Head: ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ବିରୋଧରେ ହିଣ୍ଡେନବର୍ଗର ସାଂଘାତିକ ଅଭିଯୋଗ । ଆଦାନୀ ସ୍କାଣ୍ଡାଲରେ ଜଡିତ ଅଫସୋର୍ ଫଣ୍ଡରେ ସେବି ଅଧ୍ୟକ୍ଷଙ୍କ ଅଂଶଧନ ଥିଲା ଅଭିଯୋଗ ଆଣିଲା ଆମେରିକୀୟ ରିସର୍ଚ୍ଚ ସଂସ୍ଥା । ଅଧିକ ପଢନ୍ତୁ

ହିଣ୍ଡନବର୍ଗ ଟାର୍ଗେଟରେ ସେବି ମୁଖ୍ୟ
ହିଣ୍ଡନବର୍ଗ ଟାର୍ଗେଟରେ ସେବି ମୁଖ୍ୟ (ETV Bharat Odisha)

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲର୍ ଫାର୍ମ ହିଣ୍ଡେନବର୍ଗ 'ଭାରତରେ ଖୁବଶୀଘ୍ର କିଛି ବଡ଼ ଘଟିବାକୁ ଯାଉଛି' ବୋଲି ଚେତାବନୀ ଦେଇଥିଲା । ଏବେ ଏହି ସଂସ୍ଥା ଆଦାନୀ ଗ୍ରୁପ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛି । ଏଥର ହିଣ୍ଡେନବର୍ଗ ଟାର୍ଗେଟରେ ରହିଛନ୍ତି ଭାରତୀୟ ପ୍ରତିଭୂତି ଓ ବିନିୟମ ବୋର୍ଡ (SEBI) ମୁଖ୍ୟ ମାଧବୀ ପୁରୀ ବୁଚ୍ । ଆଦାନୀ ଗ୍ରୁପ ସ୍କାଣ୍ଡାଲରେ ଜଡିତ ବିଦେଶୀ କମ୍ପାନୀ ଅଫସୋର୍ ଫାର୍ମାରେ ସେବି ମୁଖ୍ୟ ଏବଂ ତାଙ୍କର ସ୍ୱାମୀ ଧବଲ ବୁଚଙ୍କର ଅଂଶଧନ ରହିଥିବା ରିପୋର୍ଟରେ କୁହାଯାଇଛି ।

ସେବି ମୁଖ୍ୟଙ୍କ ବିରୋଧରେ ବଡ଼ ରିପୋର୍ଟ:

ଆଦାନୀ ଗ୍ରୁପ ସ୍କାମ୍ ରିପୋର୍ଟର 18 ମାସ ପରେ ହିଣ୍ଡେନବର୍ଗ ରିସର୍ଚ୍ଚ ସେବି ମୁଖ୍ୟଙ୍କ ବିରୋଧରେ ଏକ ବଡ଼ ରିପୋର୍ଟ ଆଣିଛି । ଆଦାନୀ ଗ୍ରୁପ ଷ୍ଟକ ଜାଲିଆତି ମାମଲାରେ ଏହି ଆମେରିକୀୟ ସଂସ୍ଥା ସିଧାସଳଖ ସେବି ମୁଖ୍ୟ ମାଧବୀଙ୍କୁ ଟାର୍ଗେଟ କରିଛି । ହ୍ବିସିଲ୍ ବ୍ଲୋୟରଙ୍କ ଡକ୍ୟୁମେଣ୍ଟ ଆଧାରରେ ହିଣ୍ଡେନବର୍ଗ ଅଭିଯୋଗ କରିଛି ଯେ, ସେବିର ବର୍ତ୍ତମାନର ଅଧ୍ୟକ୍ଷ ମାଧବୀ ବୁଚ୍ ଓ ତାଙ୍କର ସ୍ବାମୀଙ୍କ ଅଫସୋର୍ ଫଣ୍ଡରେ ଅଂଶଧର ରହିଥିଲା, ଯିଏକି ଆଦାନୀ ଗ୍ରୁପ ସ୍କାମ ସହିତ ଜଡିତ । ଅଫସୋର ବରମୁଡା ଓ ମରିସସ୍ ଫଣ୍ଡ ଗୌତମ ଆଦାନୀଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ନିୟନ୍ତ୍ରଣରେ ରହିଥିଲା, ଯାହାକି ବେଆଇନ ଭାବେ ଷ୍ଟକର ମୂଲ୍ୟ ବଢାଇବାରେ ବ୍ୟବହାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନିରବ ?

ଏଭଳି ଅଭିଯୋଗ ଆଣିଲା ହିଣ୍ଡେନବର୍ଗ:

ହିଣ୍ଡେନବର୍ଗ ଆହୁରି କହିଛି, ସେବି ମୁଖ୍ୟ ଓ ତାଙ୍କ ସ୍ବାମୀଙ୍କ ଅଫସୋର୍‌ ଫାର୍ମରେ ଅଂଶଧନ ରହିଥିଲା । 2015 ଜୁନରେ ମାଧବୀ ବୁଚ୍ ଓ ତାଙ୍କ ସ୍ବାମୀ ପ୍ରଥମେ ଆଇପିଇ ପ୍ଲସ ଫଣ୍ଡ 1ରେ ସିଙ୍ଗାପୁର ଠାରେ ଆକାଉଣ୍ଟ ଖୋଲିଥିଲେ । ଏହି ଫଣ୍ଡରେ ଦିଆଯାଇଥିବା ଘୋଷଣାନାମାରେ ନିବେଶର ଉତ୍ସ ଦରମା ବୋଲି ଦର୍ଶାଯାଇଥିଲା ଏବଂ ତାଙ୍କର ନେଟ୍‌ୱର୍ଥ 10 ମିଲିୟନ ଡଲାର ଆକଳନ କରାଯାଇଥିଲା । ଏହି କାରଣରୁ ଆଦାନୀ ଗ୍ରୁପ ସ୍କାଣ୍ଡଲ ତଦନ୍ତ ପାଇଁ ସେବି ଆଗ୍ରହ ପ୍ରକାଶ କରିନଥିବା ହିଣ୍ଡେନବର୍ଗ ଅଭିଯୋଗ ଆଣିଛି ।

ଅଭିଯୋଗ ଭିତ୍ତିହୀନ:

ହିଣ୍ଡେନବର୍ଗର ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସେବି ମୁଖ୍ୟ ମାଧବୀ ପୁଚ୍ । ସେ କହିଛନ୍ତି, ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି ।'' ଆମର ଆର୍ଥିକ ସ୍ଥିତି ଖୋଲା ବହି ଭଳି ବୋଲି ସେ କହିଛନ୍ତି ।

କେବେ ଆସିଥିଲା ରିପୋର୍ଟ ?

ଗତ 2023 ଜାନୁଆରୀରେ ଆଦାନୀ ଗ୍ରୁପ ଷ୍ଟକ ଜାଲିଆତି ନେଇ ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟରେ ଆଦାନୀ ଗ୍ରୁପ କମ୍ପାନୀ ଆକାଉଣ୍ଟିଂ ଓ ଷ୍ଟକ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏହି ରିପୋର୍ଟକୁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ସଂସଦରେ ମଧ୍ୟ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ସେୟାର ଦ୍ରୁତ ଭାବରେ ହ୍ରାସ ପାଇଥିଲା। ନିବେଶକମାନେ ବିପୁଳ କ୍ଷତି ସହିଥିଲେ।

Last Updated : Aug 11, 2024, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.