ETV Bharat / business

ମାସ ଆରମ୍ଭରୁ ଖୁସି ଖବର; କମିଲା ରନ୍ଧନ ଗ୍ୟାସ ଦର, ଜାଣନ୍ତୁ କେତେ ? - LPG Cylinder Price Cut

author img

By ETV Bharat Odisha Team

Published : Jul 1, 2024, 10:17 AM IST

LPG Cylinder Price Cut : କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ହ୍ରାସ ହୋଇଛି । ଦର ହ୍ରାସ ପରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର 1646 ଟଙ୍କା ହୋଇଛି । ଅଧିକ ପଢନ୍ତୁ

commercial LPG gas cylinder
commercial LPG gas cylinder (ETV BHARAT ODISHA)

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଉପୋଭକ୍ତାଙ୍କ ପାଇଁ ଖୁସି ଖବର । କମିଲା ରନ୍ଧନ ଗ୍ୟାସ ଦର । କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ 30 ଟଙ୍କା କମ୍ କରିଛନ୍ତି । ସାରା ଦେଶରେ ଆଜିଠୁ ଏହି ଦର ଲାଗୁ ହୋଇଛି । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ । ଆଜି କର୍ମସିଆଲ ସିଲିଣ୍ଡର 30 ଟଙ୍କା ଶସ୍ତା ହେବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର 1646 ଟଙ୍କା ହୋଇଛି । ପୂର୍ବରୁ 1676 ଟଙ୍କାରେ ବିକ୍ରି ହେଉଥିଲା ।

ଏହା ମଧ୍ୟ ପଢନ୍ତୁ-କମର୍ସିଆଲ ଗ୍ୟାସ ଉପଭୋକ୍ତାଙ୍କୁ ଆଶ୍ବସ୍ତି, ସିଲିଣ୍ଡର ପିଛା କମିଲା ୩୦ ଟଙ୍କା - Commercial LPG price cut

ସେହିପରି କୋଲକାତା ଓ ମୁମ୍ବାଇରେ 31 ଟଙ୍କା ହ୍ରାସ ହୋଇଥିବାରୁ 19 କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର 1756 ଓ 1598 ଟଙ୍କା ରହିଛି । ପାଟନା ଓ ବିହାରର 1915, ଗୁଜୁରାଟରେ 1665 ରହିଛି । ଶେଷ ଥର ପାଇଁ ଜୁନ୍ ମାସରେ ତୈଳ ବିପଣନ କମ୍ପାନୀ 19 କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ 70 ଟଙ୍କା ହ୍ରାସ କରିଥିଲେ। ମେ 1 ରେ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 19 ଟଙ୍କା ହ୍ରାସ କରାଯାଇଥିଲା । ଏପ୍ରିଲ 1 ରେ ସିଲିଣ୍ଡର ପିଛା 30.5 ଟଙ୍କା ହ୍ରାସ ପାଇଥିଲା। ଚଳିତ ବର୍ଷ ଚତୁର୍ଥ ଥର ପାଇଁ କମର୍ସିଆଲ ସିଲିଣ୍ଡର ଦର ହ୍ରାସ ହୋଇଛି ।

ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ହୋଟେଲ, ରେସ୍ତୋରାଁ, ଚା' ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ଶସ୍ତା ହେବା ଗ୍ରାହକମାନଙ୍କୁ ଆଶ୍ବସ୍ତି ଦେଇଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନଥିବାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଅନ୍ୟ ଛୋଟ ବଡ ସହରରେ ଏହି ଦାମ ସମାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.