ETV Bharat / business

ଅଗଷ୍ଟ ୧ରୁ HDFC ଆଣୁଛି ନୂଆ ନିୟମ; ଜାଣିନିଅନ୍ତୁ, ନଚେତ ପଡିପାରନ୍ତି ଅସୁବିଧାରେ - HDFC Bank Credit Card rules

author img

By ETV Bharat Odisha Team

Published : Jul 30, 2024, 4:07 PM IST

HDFC Bank Credit Card new rules: HDFC ସହ ଜଡିତ ଗ୍ରାହକଙ୍କ ପାଇଁ ବଡ ଖବର । ଅଗଷ୍ଟ ୧ ତାରିଖରୁ HDFC ନିଜର କ୍ରେଡିଟ କାର୍ଡ ଧାରକଙ୍କ ପାଇଁ ନୂଆ ନିୟମ ଓ ସର୍ତ୍ତ (Terms and conditions) ଆଣିବାକୁ ଯାଉଛି । ଜାଣନ୍ତୁ କଣ ସେହି ନୂଆ ନିୟମ

HDFC Bank Credit Card new rules
HDFC Bank Credit Card new rules (ETV Bharat)

ହାଇଦ୍ରାବାଦ: HDFC ଗ୍ରାହକଙ୍କ ପାଇଁ ବଡ ଖବର । ଅଗଷ୍ଟ ୧ ତାରିଖରୁ ମହଙ୍ଗା ହେବ ଏଚଡିଏଫସି କ୍ରେଡିଟ୍ କାର୍ଡ ସେବା ! ଦେଶର ସର୍ବବୃହତ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ନିଜର କ୍ରେଡିଟ କାର୍ଡ ଧାରକଙ୍କ ପାଇଁ ନୂଆ ନିୟମ ଓ ସର୍ତ୍ତ (Terms and conditions) ଆଣିବାକୁ ଯାଉଛି । ଏହି ନିୟମ ଅଗଷ୍ଟ ୧ ତାରିଖରୁ ଲାଗୁ ହେବ । ତେବେ କେଉଁ କେଉଁ କ୍ଷେତ୍ରରେ ନୂଆ ନିୟମ ଆସିବାକୁ ଯାଉଛି ଜାଣିରଖନ୍ତୁ ।

ଥାର୍ଡ ପାର୍ଟି ପେମେଣ୍ଟ ଆପରେ ଟ୍ରାଞ୍ଜାକସନ ଉପରେ ବଢିବ ରେଣ୍ଟାଲ ଟ୍ୟାକ୍ସ:

ଅଗଷ୍ଟ ୧ ତାରିଖରୁ ଏଚଡିଏଫସି ନୂଆ ନିୟମ ଆଣିବାକୁ ଯାଉଛି । ପେଟିଏମ, କ୍ରେଡ, ମୋବିକ୍ୱିକ୍ ଭଳି ଥାର୍ଡ ପାର୍ଟି ପେମେଣ୍ଟ ଆପ ମାଧ୍ୟମରେ ପେମେଣ୍ଟ ଉପରେ ଏହାର ରେଣ୍ଟାଲ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଟ୍ରାଞ୍ଜାକ୍ସନ ଟଙ୍କାରେ ୧ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଏହି ପେମେଣ୍ଟ ୩ ହଜାର ଟଙ୍କାକୁ ସୀମିତ କରାଯାଇଛି ।

HDFC Bank Credit Card new rules
HDFC Bank Credit Card new rules (X- @HDFC_Bank)

ୟୁଟିଲିଟି ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା:

ଏଚଡିଏଫସି କ୍ରେଡିଟ୍ କାର୍ଡରେ ଆପଣ ଯଦି ୫୦ ହଜାର ତଳକୁ କୌଣସି ଠଙ୍କା ନେଣଦେଣ କରୁଛନ୍ତି ତେବେ ସେଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ହେଲେ ୫୦ହଜାର ଟଙ୍କା ଉପରେ ଆପଣ ଯଦି ଟଙ୍କା ଟ୍ରାଞ୍ଜାକସନ କରୁଛନ୍ତି ତେବେ ଆପଣଙ୍କୁ ଏହାର ଏକ ପ୍ରତିଶତ ଫି ଦେବାକୁ ପଡିବ । ଏହି ଟଙ୍କା ୩୦୦୦ ମଧ୍ୟରେ ସୀମିତ ରହିବ । କିନ୍ତୁ ଆପଣ ଯଦି ବୀମା ଟଙ୍କା ପ୍ରଦାନ କରୁଛନ୍ତି ତେବେ କୌଣସି ଫି ଦେବାକୁ ପଡିବ ନାହିଁ ।

ଇନ୍ଧନ ଭରିବା ପାଇଁ ଟ୍ରାଞ୍ଜାକସନ କଲେ ଦେବାକୁ ପଡିବ ଫି:

ଅନେକ ଲୋକ ଏଚଡିଏଫସି କ୍ରେଡିଟ୍ କାର୍ଡ ବ୍ୟବହାର କରି ଗ୍ୟାସ, ପେଟ୍ରୋଲ, ଡିଜେଲ ଭରିଥାନ୍ତି । ଯଦି ଆପଣ HDFC କ୍ରେଡିଡ କାର୍ଡରେ ୧୫ହଜାର ଟଙ୍କାରୁ ଅଧିକ ଟଙ୍କାରେ ଗାଡିରେ ଇନ୍ଧନ ଭରିବେ ତେବେ ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡିବ । କିନ୍ତୁ ଏହି ଟଙ୍କାରୁ କମ ପକାଇଲେ ଆପଣଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ୧୫ହଜାର ଟଙ୍କାରୁ ଅଧିକ ଟଙ୍କା ପାଇଁ ସମ୍ପୂର୍ଣ୍ଣ ଟଙ୍କାର ୧ ପ୍ରତିଶତ ଫି ଦେବାକୁ ପଡିବ । ତେବେ ଏହାମଧ୍ୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ଅଟେ ।

ଅନ୍ତର୍ଜାତୀୟ ଟଙ୍କା କାରବାର:- ଏଚଡିଏସି କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ଟ୍ରାଞ୍ଜାକସନ ଅର୍ଥାତ ଫରେନ କରେନ୍ସି ଟ୍ରାଞ୍ଜାକସନ ଉପରେ ୩.୫ ପ୍ରତିଶତ ମାର୍କଅପ ଟ୍ୟାକ୍ସ ଦେବାକୁ ପଡିବ ।

HDFC Bank Credit Card new rules
HDFC Bank Credit Card new rules (getty images)

ଶିକ୍ଷା କ୍ଷେତ୍ରରେ ଟ୍ରାଞ୍ଜାକସନ ଉପରେ ବି ଦେବାକୁ ପଡିବ ଟ୍ୟାକ୍ସ:

ଏହି କ୍ରେଡିଟ୍ କାର୍ଡର ବ୍ୟବହାର କରି ଯଦି ଆପଣ ପେଟିଏମ ଭଳି ଥାର୍ଡ ପାର୍ଟି ଆପ ମାଧ୍ୟମରେ କୌଣସି ଶିକ୍ଷା ସମ୍ବନ୍ଧୀୟ ଟଙ୍କା ପଠାଉଛନ୍ତି ତେବେ ଆପଣଙ୍କୁ ପୂରା ଟଙ୍କାର ୧ ପ୍ରତିଶତ ଟ୍ୟାକ୍ସ ଭରିବାକୁ ପଡିବ । କିନ୍ତୁ ଅନ୍ତରାଷ୍ଟ୍ରୀୟ ଶିକ୍ଷା କ୍ଷେତ୍ରରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । କଲେଜ କିମ୍ବା ସ୍କୁଲ ଓ୍ବେବସାଇଟ ଓ ଯଦି ସେମାନଙ୍କ ପିଓଏସ ମେସିନ ମାଧ୍ୟମରେ ଟଙ୍କା ଦିଆଯାଏ ତେବେ ଏଥିପାଇଁ କୌଣସି ଫି ଦେବାକୁ ପଡିବ ନାହିଁ ।

EMI ପାଇଁ ପଡିବ ଚାର୍ଜ:- କୌଣସି ଅନଲାଇନ କିମ୍ବା ଅଫଲାଇନ ଷ୍ଟୋରରେ ଯଦି HDFC କ୍ରେଡିଟ କାର୍ଡରେ ଆପଣ ସହଜ EMI ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨୯୯ ଟଙ୍କାର ପ୍ରୋସେସିଙ୍ଗ ଟ୍ୟାକ୍ସ ଦେବାକୁ ପଡିବ ।

ଏହାମଧ୍ୟ ପଢନ୍ତୁ.. ସହଜ ହେଲା UPI ନେଣଦେଣ; ଜାଣନ୍ତୁ 5 ଟିପ୍ସ, କରନ୍ତୁ ବେଫିକର୍‌ ପେମେଣ୍ଟ - 5 Easy Tips For UPI Payment

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.