ETV Bharat / business

ବ୍ୟବସାୟରେ ଭାରତୀୟ ଡେଭଲପର୍ସଙ୍କୁ ବଡ଼ ଝଟକା, Appsକୁ ପ୍ଲେ ଷ୍ଟୋରରୁ ହଟାଇବା ପରେ ଫେରାଇଲା ଗୁଗଲ

Indian Apps: ମାର୍ଚ୍ଚ 1 ତାରଖରୁ ଗୁଗଲ ପ୍ଲେ ଷ୍ଟୋରରୁ 10ଟି ଭାରତୀୟ କମ୍ପାନୀର ଲୋକପ୍ରିୟ ଆପ୍ ହଟାଇ ଦେଇଥିଲା । କିନ୍ତୁ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଫେରାଇଛି ଗୁଗଲ । ତେବେ ଜାଣନ୍ତୁ ଡେଭଲପର୍ସଙ୍କ କେତେ ହୋଇଛି କ୍ଷତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Mar 4, 2024, 12:37 PM IST

Updated : Mar 4, 2024, 12:53 PM IST

Google Play Store
Google Play Store

ହାଇଦ୍ରାବାଦ: ଗତ ଦୁଇ ଦିନ ପୂର୍ବେ ଗୁଗଲ ଭାରତୀୟ ଆପ୍ ଡେଭଲପର୍ସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ଆପକୁ ଆଣ୍ଟ୍ରୋଏଡ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ବୟାନ ପରେ ଆପକୁ ପୁନଃ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଇଥିଲା ଗୁଗଲ । କିନ୍ତୁ ଆପ୍ ଡେଭଲପର୍ସମାନେ ଏହି ସମୟସୀମା ମଧ୍ୟରେ ଅନେକ କ୍ଷତି ସହିଥିବା ଅଭିଯୋଗ ହୋଇଛି । ତେବେ ଏହି କାରଣରୁ ସେମାନଙ୍କ ବ୍ୟବସାୟରେ 40 ପ୍ରତିଶତ କ୍ଷତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଆପ୍ ଡେଭଲପର୍ସ ।

ଗୁଗଲର ଏଭଳି ପଦକ୍ଷେପରୁ ନିନ୍ଦା କରିଛନ୍ତି ଅନୁପମ ମିତ୍ତଲ । ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପିପୁଲ୍ସ ଗ୍ରୁପ ଏବଂ ସାଦି ଡଟ କମର ପ୍ରତିଷ୍ଠାତା ତଥା ସିଇଓ ଅନୁପମ ମିତ୍ତଲ କହିଛନ୍ତି, " ଗୁଗଲ ପ୍ଲୋ ଷ୍ଟୋରରୁ ଆପକୁ ହଟାଇବା ଦ୍ବାରା ବ୍ୟବସାୟରେ 30ରୁ 40 ପ୍ରତିଶତ କ୍ଷତି ହୋଇଛି । ଭାରତର ଇଣ୍ଟରନେଟ ପାଇଁ ଏହା ଏକ ଅନ୍ଧକାର ଦିନ ବୋଲି ସେ କହିଥିଲେ । ଏହା ଦର୍ଶାଏ ଯେ, ଭାରତୀୟଙ୍କ ପ୍ରତି ତାଙ୍କର ବହୁତ କମ୍ ସମ୍ମାନ ରହିଛି । ଏହା ହେଉଛି ନୂଆ ଇଷ୍ଟ ଇଣ୍ଡିଆ କମ୍ପାନୀ, ଏହି ଶୁଳ୍କ ବନ୍ଦ କରାଯିବା ଉଚିତ । "

ଏହା ମଧ୍ୟ ପଢନ୍ତୁ:ପ୍ଲେ ଷ୍ଟୋରରୁ ହଟିଲା ଭାରତ ମାଟ୍ରିମୋନି ସହ 10 ଆପ୍

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମ୍ୟାଚ୍ ମେକିଂ ଆପ୍ ଟ୍ରୁଲି ମ୍ୟାଡଲିର(Truly Madly) ସିଇଓ ସ୍ନେହିଲ ଖାନୋର କହିଛନ୍ତି, "ଗୁଗଲର ଏହି ପଦକ୍ଷେପ ଆମ ବ୍ୟବସାୟ ଉପରେ ଅଧିକ ପ୍ରଭାବ ପକାଇଛି । ଯେଉଁଦିନ ଗୁଗଲ ପ୍ଲେ ଷ୍ଟୋରରୁ ଟ୍ରୁଲି ମ୍ୟାଡଲିକୁ ହଟାଇ ଦିଆଯାଇଥିଲା, ଆମ ବ୍ୟବସାୟରେ 20-25 ପ୍ରତିଶତ ପ୍ରଭାବିତ ହୋଇଥିଲା । ଏହା ପରେ ଶନିବାର ଦିନ ବ୍ୟବସାୟରେ ପ୍ରାୟ 40 ପ୍ରତିଶତ ହ୍ରାସ ପାଇଥିଲା । "

ଗୁଗଲ ଏକ ବ୍ଲଗ ପୋଷ୍ଟ ଜାରି କରି ମାର୍ଚ୍ଚ 1 ତାରିଖ 2024ରୁ ପ୍ରାୟ 10ଟି ଭାରତୀୟ କମ୍ପାନୀର ଲୋକପ୍ରିୟ ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା । ଏହି ଆପଗୁଡ଼ିକରେ ମାଟ୍ରିମୋନି ଆପ୍ ସହିତ ଭାରତର ଅନେକ ଲୋକପ୍ରିୟ ଆପର ନାମ ରହିଥିଲା । ଗୁଗଲ କୁକୁ ଏଫଏମ(Kuku FM), ଭାରତ ମାଟ୍ରିମୋନି( Bharat Matrimony), ସାଦି ଡଟ୍ କମ(Shaadi.com), ନୌକରି ଡଟ୍ କମ(Naukri.com), 99 ଏକର୍ସ(99 acres), ଟ୍ରୁଲି ମେଡଲି(Truly Madly), କ୍ବାକକ୍ବାକ(Quack Quack), ଷ୍ଟେଜ(Stage), ALTTକୁ ପ୍ଲେ ଷ୍ଟାରରୁ ହଟାଇ ଦେଇଥିଲ । ତେବେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସାଦି ଡଟ୍ କମ(Shaadi.com), ନୌକରି ଡଟ୍ କମ(Naukri.com), 99 ଏକର୍ସ(99 acres)କୁ ପ୍ଲେ ଷ୍ଟୋରକୁ ଫେରାଇ ଆଣିଛି କମ୍ପାନୀ ।

Last Updated : Mar 4, 2024, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.