ETV Bharat / business

ଉଡ଼ାଣ ଯୋଜନାକୁ ଗୁରୁତ୍ୱ; ବର୍ଷକରେ ନିର୍ମାଣ ହେବ 71 ନୂଆ ବିମାନ ବନ୍ଦର - ବିମାନ ବନ୍ଦର ସଂଖ୍ୟା

Budget 2024: ଅନ୍ତରୀଣ ବଜେଟରେ ଦେଶର ବେସାମରିକ ଉଡାଣ କ୍ଷେତ୍ରକୁ ଗୁରୁତ୍ୱ । ଦେଶରେ 149 ବିମାନ ବନ୍ଦର ଥିବା ବେଳେ, 2025 ସୁଦ୍ଧା ଏହି ସଂଖ୍ୟା 220କୁ ବୃଦ୍ଧି ପାଇବ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 1, 2024, 1:08 PM IST

Updated : Feb 1, 2024, 1:15 PM IST

ନୂଆଦିଲ୍ଲୀ: ସଂସଦରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନ୍ତରୀଣ ବଜେଟରେ ଦେଶର ବେସାମରିକ ଉଡ଼ାଣ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଦେଶରେ ବିମାନ ସେବା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ଦେଶରେ ବିମାନ ବନ୍ଦର ସଂଖ୍ୟା 149କୁ ବୃଦ୍ଧି ପାଇଛି। ଦେଶ ସ୍ବାଧୀନ ହେବା ପରଠାରୁ 2014 ମଧ୍ୟରେ ଦେଶରେ ମାତ୍ର 74ଟି ବିମାନ ବନ୍ଦର ଥିବା ବେଳେ, 2014ରୁ 2023 ମଧ୍ଯରେ ଶେଷ 10 ବର୍ଷରେ 75 ନୂଆ ବିମାନ ବନ୍ଦର ନିର୍ମାଣ ହୋଇଛି । ଦେଶରେ 1000 ନୂଆ ବିମାନ ଚଳାଚଳ କରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ସେହିପରି ୟାତ୍ରୀଙ୍କ ସୁବିଧା ପାଇଁ ନୂଆ 517 ଏୟାର ରୁଟ୍‌ କରାଯିବ । ଏହା ଦ୍ବାରା 1.03 କୋଟି ଯାତ୍ରୀ ସୁବିଧା ପାଇବେ । ଉଡ଼ାଣ ଯୋଜନାରେ ଏହା ଆରମ୍ଭ ହେବ ।

1947 ମସିହାରେ ଦେଶ ସ୍ବାଧୀନ ହୋଇଥିଲା । ସୂଚନା ଅନୁସାରେ, 1947ରୁ 2014 ପର୍ଯ୍ୟନ୍ତ ଦେଶରେ ମୋଟ 74ଟି ବିମାନ ବନ୍ଦର ଥିଲା। ତେବେ 2014ରୁ 2023 ମଧ୍ୟରେ 75ଟି ନୂଆ ବିମାନ ବନ୍ଦର ନିର୍ମାଣ ହୋଇଛି। ସେହିପରି 2024ରୁ 2025 ମଧ୍ୟରେ ଆଉ 71ଟି ବିମାନ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଅର୍ଥାତ 2025 ସୁଦ୍ଧା ଦେଶରେ ମୋଟ ବିମାନ ବନ୍ଦର 220ରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି 72ଟି ନୂଆ ଗ୍ରୀନ ଫିଳ୍ଡ ବିମାନ ବନ୍ଦର ପାଇଁ 85,000 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ବିଶ୍ୱଶକ୍ତି ଭାବେ ଭାରତ ଉଭା ହୋଇଛି, 2047 ସୁଦ୍ଧା ହେବ ବିକଶିତ ରାଷ୍ଟ୍ର: ସୀତାରମଣ

ପୂର୍ବାହ୍ନ 11ଟାରୁ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ଶେଷ ବଜେଟ । ବଜେଟ ଆଗତ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସେଠାରେ ବଜେଟ୍ ପ୍ରସ୍ତୁତକାରୀ ଟିମ୍ ସହ ଫଟୋ ସେସନରେ ସାମିଲ ହୋଇଥିଲେ । ପରେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏହାପରେ ସଂସଦରେ ପହଞ୍ଚି ବଜେଟ ଉପସ୍ଥାପନ କରୁଛନ୍ତି । ଏହାପୂର୍ବରୁ ସଂସଦରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ବସିଥିଲା । ଷଷ୍ଠ ଥର ପାଇଁ ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଛନ୍ତି ।ଏହା ପରେ ତାଙ୍କ ନାଁରେ ନୂଆ ରେକର୍ଡ ଯୋଡି ହୋଇଯିବ । ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ ସୀତାରମଣ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 1:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.