ETV Bharat / bharat

IPS ଅଫିସର କହି ଇନଷ୍ଟାଗ୍ରାମରେ ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ - Rape in name of IPS officer

author img

By ETV Bharat Odisha Team

Published : Jul 20, 2024, 10:53 PM IST

RAPE IN NAME OF IPS OFFICER: ନିଜକୁ IPS ଅଫିସର ପରିଚୟ ଦେଇ ଯୁବତୀଙ୍କ ସହ ବନ୍ଧୁତା । ପରେ ହୋଟେଲରେ ନେଇ ଦୁଷ୍କର୍ମ । ପଢନ୍ତୁ ପୂରା ଘଟଣା

RAPE IN NAME OF IPS OFFICER
RAPE IN NAME OF IPS OFFICER (ETV Bharat)

ଚଣ୍ଡିଗଡ଼: ସୋସିଆଲ ମିଡିଆରେ କାହା ସହ ବନ୍ଧୁତା ସ୍ଥାପନ କରିବାକୁ ହେଲେ ସାବଧାନତା ଜରୁରୀ । ଏନେଇ ଅନେକ ଥର ଆଜିର ଯୁବପିଢିଙ୍କ ସଚେତନ କରାଯିବା ପରେ ମଧ୍ୟ ଅନେକ ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିର ପ୍ରକୃତ ପରିଚୟ ଲୁଚି ରହିଥିବା ବେଳେ ଏଥିପ୍ରତି ପାଦେ ଆଗରେ ରହି ସତର୍କତା ଅବଲମ୍ବନ କରିବା ଉଚିତ । ନଚେତ ଆପଣ ଲୁଟ ଓ ଧୋକାବାଜିର ଶିକାର ହୋଇପାରନ୍ତି । ଏମିତି ଏକ ଘଟଣା ହରିୟାଣାର ଜିନ୍ଦ ଅଞ୍ଚଳରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବକ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ ଯୁବତୀଙ୍କୁ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଜିନ୍ଦ ସଦର ଥାନା ଅଞ୍ଚଳର ଏକ ଗାଁର 20 ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ସେ ପୋଲିସ ଷ୍ଟେସନରେ କରିଥିବା ଅଭିଯୋଗ ଅନୁସାରେ, ଯୁବତୀ ଜଣକ କଲେଜରେ ପାଠ ପଢୁଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ରାଜସ୍ଥାନ ହନୁମାନଗଡ଼ ଅଧିବାସୀ ଅଜୟଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ଅଭିଯୁକ୍ତ ଅଜୟ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇଥିଲା । ଧିରେ ଧିରେ ଯୁବତୀଙ୍କ ଭରସା ବଢିବା ପରେ ଯୁବକ ଜଣକ ଜିନ୍ଦ ଆସିଥିଲା ଓ ଯୁବତୀଙ୍କୁ ଭେଟିଥିଲା । ପରେ ଯୁବତୀଙ୍କ ନିଶା ଦେଇ ତାଙ୍କୁ ଏକ ହୋଟେଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା । ଖାଲି ସେତିକି ନୁହେଁ, ଅଶ୍ଳୀଳ ଭିଡିଓ କରିଥିାବ ମଧ୍ୟ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା ଇନଷ୍ଟା ପ୍ରେମ, ହନିଟ୍ରାପରେ ଫସିଲେ ପୋଲିସ ବାବୁ

ଭିଡିଓକୁ ଭାଇରାଲ କରିବା ଧମକ ଦେଇ ଫେବୃଆରୀରୁ ଜୁନ ମାସ ମଧ୍ୟରେ ସେ ଅନେକ ଥର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ଯୁବକ ଜଣକ ପୀଡ଼ିତାଙ୍କଠାରୁ 3ଲକ୍ଷ ଟଙ୍କା, ସୁନା ଚୁଡ଼ି, ମଙ୍ଗଳସୂତ୍ର ଓ ସୁନା ଲକେଟ୍‌ ଲୁଟିଥିଲା । ଏ ସମ୍ପର୍କରେ କାହାକୁ ନ କହିବାକୁ ମଧ୍ୟ ଧମକ ଦେଇଥିଲା । ବାରମ୍ବାର ଜୀବନରୁ ମାରି ଦେବାକୁ ଧମକ ଦେବା ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରି ମିଛୁଆ ଆଇପିଏସ ଅଫିସରକୁ ଗିରଫ କରିଛି ।

ଏନେଇ ଏଏସଆଇ ରୀନା ରାନୀ କହିଛନ୍ତି ଯେ ପୋଲିସ ଅଭିଯୁକ୍ତଙ୍କୁ ହନୁମାନଗଡ଼ର ୱାର୍ଡ 9ରୁ ଗିରଫ କରିଛି । ଏହାପରେ ଅଭିଯୁକ୍ତକୁ 5 ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏହାସହିତ ଅଭିଯୁକ୍ତଠାରୁ 3 ଲକ୍ଷ ଟଙ୍କା ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.