ETV Bharat / bharat

କୃଷି ଆଇନ୍‌ ପ୍ରତ୍ୟାହାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଏକ ଚାଲ ଥିଲା: ଖଡଗେ

Mallikarjun Kharge on 'Delhi Chalo protest' by farmers: 3 କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କଲେ, ହେଲେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କଲେନି । କେବଳ ପ୍ରଧାନମନ୍ତ୍ରୀଙ୍କ ଚାଲ ଥିଲା କହିଲେ ଖଡଗେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 11, 2024, 8:01 PM IST

କୃଷି ଆଇନ ପ୍ରତ୍ୟାହାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଲ ଥିଲା : ଖଡଗେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନୀ ବର୍ଷରେ ଉତ୍ତର ଭାରତରେ ପୁଣି ଦାନା ବାନ୍ଧୁଛି କୃଷକ ଆନ୍ଦୋଳନ । 13 ତାରିଖର କୃଷକ ସଂଗଠନ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପାଇଁ ଆହ୍ବାନ ଦେଇଛି । ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଜନତା ପାର୍ଟି ସରକାରକୁ ସମାଲୋଚନା କରିଛନ୍ତି । କେନ୍ଦ୍ରୀୟ କୃଷି ନିୟମ ପ୍ରତ୍ୟାହାର କରିବା ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କର ଏକ ଚାଲ ଥିଲା । ଏହା ଉଚ୍ଛେଦ କରାଯାଉଛି ବୋଲି ଘୋଷଣା ତ କରାଗଲା ମାତ୍ର, ଏପର୍ଯ୍ୟନ୍ତ ଏନେଇ ବିଜ୍ଞପ୍ତି ଜାରି କରାଗଲା ନାହିଁ । ହେଲେ ଚଳିତ ସାଧାରଣ ନିର୍ବାଚନରେ ଯଦି କଂଗ୍ରେସ ସରକାରକୁ ଆସେ, ତେବେ ଏହି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ଖଡଗେ କହିଛନ୍ତି ।

ଆଜି ଖଡଗେ ଏହି ପ୍ରସଙ୍ଗରେ ସିଧା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ଦେଶର କୃଷକ ରାସ୍ତାରେ ବସିଛନ୍ତି । ସେମାନଙ୍କ ସହ କେହି ଆଲୋଚନା କରିବାକୁ ଆଗ୍ରହୀ ନୁହନ୍ତି । କେବଳ 3 କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଦିଆଗଲା ହେଲେ ଏବେ ମଧ୍ୟ ଏନେଇ ସରକାର ବିଜ୍ଞପ୍ତି ଘୋଷଣା କଲେନି । ଏହା କେବଳ ପ୍ରଧାନମନ୍ତ୍ରୀଙ୍କର ଏକ ଚାଲ ଥିଲା । ଏହି ନିୟମ ଜାରି କରି ବିଜେପି ସରକାର ଚାଷୀଙ୍କ ଜମିକୁ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିବାର ଯୋଜନା କରିଥିଲା । କଂଗ୍ରେସ ସେତେବେଳେ ଏହା ବିରୋଧରେ ସ୍ବର ଉଠାଇଥିଲା । ଚାଷୀ ସଂଗଠନମାନଙ୍କୁ ଦଳ ସହଯୋଗ କରିଥିଲା । ଆଗକୁ ମଧ୍ୟ ଏହି ସମର୍ଥନ ଜାରି ରହିବ । ସେମାନେ ସେମାନଙ୍କ ଅଧିକାରର ଲଢେଇ ପାଇଁ ପୁଣି ଦିଲ୍ଲୀ ଆସୁଛନ୍ତି । ତେଣୁ ମୁଁ ପଞ୍ଜାବର ଚାଷୀଙ୍କୁ ଧନ୍ୟବାଦ ଦେଉଛି ବୋଲି ଖଡଗେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ଷ 2021ରେ କେନ୍ଦ୍ର ସରକାର ଜାରି କରିଥିବା 3 କୃଷି ଆଇନକୁ ନେଇ ସାରା ଦେଶରେ ବିଶେଷ ଭାବେ ଉତ୍ତର ଭାରତରେ ବ୍ୟାପକ କୃଷକ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ପଞ୍ଜାବ ଓ ହରିୟାଣାରୁ ହଜାର ହଜାର କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ପୋଲିସ ସେମାନଙ୍କୁ ଜାତୀୟ ରାଜପଥରେ ରୋକିବା ପରେ ସେମାନେ ଏକାଧିକ ସ୍ଥାନରେ ମାସାଧିକ କାଳ ଧାରଣା ଦେଇଥିଲେ । କୃଷକ ନେତା ଓ ସରକାରଙ୍କ ମଧ୍ୟରେ ଏକାଧିକ ରାଉଣ୍ଡର ବୈଠକ ମଧ୍ୟ ହୋଇଥିଲେ ସୁଦ୍ଧା ସମାଧାନର ରାସ୍ତା ବାହାରି ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ :- କାଲି ସପରିବାର ରାମଲାଲାଙ୍କ ଦର୍ଶନ କରିବେ କେଜ୍ରିଓ୍ବାଲ-ମାନ

ପରେ ଏହି ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରୁଥିବା ଘୋଷଣା କରିଥିଲା । ଏହା ସହ ଚାଷୀ ସଂଗଠନର ଦାବି ଅନୁସାରେ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରିବା ପାଇଁ ଏକ କମିଟି ଗଠନ କରି ନୂଆ ନିୟମ ପ୍ରସ୍ତୁତ କରାଯିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ପ୍ରତିଶୃତିକୁ 2 ବର୍ଷ ବିତିଥିବା ବେଳେ ଏହାର କାର୍ଯ୍ୟକାରିତା ହୋଇନଥିବା ଅଭିଯୋଗ ପୁଣି ଥରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.