ETV Bharat / bharat

'ବାସୁକୀ' ସାପର ଜୀବାଶ୍ମ ଠାବ ! 49ଫୁଟ ଲମ୍ବ, 10କ୍ୱିଣ୍ଟାଲ ଓଜନ, 47ମିଲିୟନ ବର୍ଷ ତଳେ କରୁଥିଲା ବିଚରଣ - Vasuki Indicus snake

author img

By ETV Bharat Odisha Team

Published : Apr 20, 2024, 5:04 PM IST

Vasuki Indicus fossil: କୋଟି କୋଟି ବର୍ଷ ତଳେ ପୃଥିବୀରେ ବିଚରଣ କରୁଥିଲେ 49 ଫୁଟ ଲମ୍ବର ସାପ । ଗୁଜରାଟ କଚ୍ଛରୁ ବିଶ୍ୱର ସବୁଠୁ ବଡ ସାପର ଅବଶେଷ ଉଦ୍ଧାର । ହିନ୍ଦୁ ପୁରାଣ ବର୍ଣ୍ଣିତ ବାସୁକୀ ନାଗ ସହ ରହିଛି ସାମଞ୍ଜସ୍ୟ ! ଏହି ସାପର ଜୀବାଶ୍ମ କୋଟି କୋଟି ବର୍ଷ ତଳର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ । ଅଧିକ ପଢନ୍ତୁ

Vasuki Indicus fossil
Vasuki Indicus fossil
Vasuki Indicus fossil
Vasuki Indicus fossil

ଅହମ୍ମଦାବାଦ: 'ବାସୁକୀ' ସାପର ଜୀବାଶ୍ମ ଠାବ ! କୋଟି କୋଟି ବର୍ଷ ପୂର୍ବେ ପୃଥିବୀରେ ବିଶାଳକାୟ ସାପ ଅର୍ଥାତ ପାଖାପାଖି 50 ଫୁଟ ଲମ୍ବର ସାପ ବିଚରଣ କରୁଥିବା ଜଣାପଡିଛି ।ଗୁଜରାଟର କଚ୍ଛରୁ ଏହି ବିରାଟକାୟ ସାପର ଅବେଶେଷ ଉଦ୍ଧାର ହୋଇଛି । ବୈଜ୍ଞାନିକମାନେ ଏହାର ନାମ 'ବାସୁକୀ ଇଣ୍ଡିକସ୍' ବୋଲି ନାମକରଣ କରିଛନ୍ତି । ତେବେ ହିନ୍ଦୁ ପୁରାଣରେ ଏଭଳି ବିଶାଳକାୟ ସାପ ରହିଥିବା ନେଇ ବର୍ଣ୍ଣିତ ରହିଛି । ନାଗମାନଙ୍କ ରାଜା 'ବାସୁକୀ ନାଗ' ବିରାଟକାୟ ହୋଇଥିବା ନେଇ ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି ।

Vasuki Indicus fossil
Vasuki Indicus fossil

ଗୁଜରାଟର କଚ୍ଛ ଜିଲ୍ଲାର ପାନ୍ଧ୍ରୋରେ ଲିଗନାଇଟ୍ ଖଣିରେ ଏହି ପୃଥିବୀର ସର୍ବବୃହତ ସାପର ଜୀବାଶ୍ମ ଉଦ୍ଧାର ହୋଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି, ରୁରକି (IITR) ର ଏକ ସାଇଣ୍ଟିଫିକ ରିପୋର୍ଟ ଜର୍ଣ୍ଣାଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ଅଧ୍ୟୟନର ମୁଖ୍ୟ ଲେଖକ ଦେବଜିତ ଦତ୍ତ ଏହି ସମ୍ବନ୍ଧରେ ନିଜର ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟରେ ପୃଥିବୀର ସବୁଠୁ ବଡ ସାପର ଅବଶେଷ ଠାବ ହୋଇଥିବା ନେଇ ଦାବି କରାଯାଇଛି ।

Vasuki Indicus fossil
Vasuki Indicus fossil

କଚ୍ଛରୁ ଉଦ୍ଧାର ସାପର ଜୀବାଶ୍ମର ଅଧ୍ୟୟନରୁ ଜଣାପଡିଛି ଯେ, ଏହି ସାପର ଲମ୍ବ ପାଖାପାଖି 49 ଫୁଟ ଅର୍ଥାତ 15ମିଟର ହୋଇଥିବ । ଆଉମଧ୍ୟ ଏହା 47 ମିଲିୟନ ବର୍ଷ ତଳର ହୋଇଥିବା ନେଇ ଦାବି କରାଯାଉଛି । ସାପର ମେରୁଦଣ୍ଡର ମାତ୍ର 27 ପ୍ରତିଶତ ଏବେସୁଦ୍ଧା ମାଟି ତଳୁ ଉଦ୍ଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହାର ନାମକରଣ 'ବାସୁକୀ ଇଣ୍ଡିକସ୍' ରଖାଯାଇଛି । ରୁରକୀ ଆଇଆଇଟିର 2ଜଣ ବିଶେଷଜ୍ଞ ଦେବଜିତ ଦତ୍ତ ଓ ସୁନିଲ ବାଜପେୟୀଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞାନ ପତ୍ରିକା 'ସାଇଟିଫିକ ରିପୋର୍ଟ୍ସ' ରେ ଏନେଇ ତଥ୍ୟ ଜାରି କରାଯାଇଛି ।

Vasuki Indicus fossil
Vasuki Indicus fossil

27ଟି ମେରୁଦଣ୍ଡ ଜୀବାଶ୍ମ ଉଦ୍ଧାର: ବୈଜ୍ଞାନିକମାନଙ୍କ କହିବାନୁଯାୟୀ, 2005ରେ ସେହି ଖଣିରୁ 27ଟି ମେରୁଦଣ୍ଡ ଜୀବାଶ୍ମ ଉଦ୍ଧାର ହୋଇଥିଲା । ଏହି ମେରୁଦଣ୍ଡଗୁଡିକର ପରୀକ୍ଷା ପରେ ଜଣାପଡିଛି ଯେ, ଏହି ଜୀବାଶ୍ମ ପୁରାଣରେ ବର୍ଣ୍ଣିତ ବାସୁକୀ ନାଗ ଭଳି ଅଟେ । ଯାହା ପାଖାପାଖି 47 ମିଲିୟନ ବର୍ଷ ପୂର୍ବରୁ ପୃଥିବୀରେ ବିଚରଣ କରୁଥିଲା ।

ଏହାମଧ୍ୟ ପଢନ୍ତୁ.. ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବି କଲା ସ୍ନେକ ହେଲ୍ପଲାଇନ

49 ଫୁଟ ଲମ୍ବ ଓ 1000 କେଜି ଓଜନର ସାପ: ଏହି ଜୀବାଶ୍ମକୁ ନେଇ ଅଧ୍ୟୟନ ବେଳେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଜୀବାଶ୍ମ ଅବଶେଷକୁ ଅଧ୍ୟୟନ କଲା ପରେ ଏହି ସାପର ଲମ୍ବ 49 ଫୁଟ ହୋଇଥିବା ବେଳେ ଓଜନ 1000 କେଜି ହୋଇଥିବା ଅନୁମାନ କରାଯାଉଛି । ଏହି ସାପ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆଦ୍ରତାପୂର୍ଣ୍ଣ ମାଟିରେ ରହୁଥିବା ନେଇ ଅନୁମାନ କରାଯାଉଛି । ଅତି ବିଶାଳକାୟ ହୋଇଥିବା କାରଣରୁ ଏହା ଧୀରେ ଧୀରେ ଗତି କରୁଥାଇପାରେ । ଏହାମଧ୍ୟ ଅନୁମାନ କରାଯାଉଛି ଯେ, ବାସୁକୀ ବିଷଧର ନଥିଲା । ବର୍ତ୍ତମାନର ଅଜଗର ଓ ଆନାକୋଣ୍ଡା ସାପ ଭଳି ସେ ଶିକାର କରୁଥିବା ନେଇ ଅନୁମାନ କରାଯାଉଛି । ତେବେ ଏହି ସାପର ଖପୁରୀର ଜୀବାଶ୍ମ ଏବେସୁଦ୍ଧା ମିଳିପାରିନାହିଁ । ଅନ୍ୟପଟେ ଏହି ସାପ ନିଜ ମାଂସପେଶୀକୁ କିଭଳି ଉପଯୋଗ କରୁଥିଲା ଏବଂ କଣ ଖାଉଥିଲା, ସେ ସବୁ ବିଷୟରେ ଏବେସୁଦ୍ଧା କୌଣସି ତଥ୍ୟ ମିଳିପାରିନଥିବା କୁହାଯାଇଛି ।

2009ରେ କଲମ୍ବିଆର ଏକ କୋଇଲା ଖଣିରୁ ମଧ୍ୟ ଉଦ୍ଧାର ହୋଇଥିଲା ବିରାଟ ସାପ ଜୀବାଶ୍ମ: ସୂଚନାଯୋଗ୍ୟ, 2009ରେ ଉତ୍ତର କଲମ୍ବିଆର ଏକ କୋଇଲା ଖଣିରୁ ମଧ୍ୟ ଏହି ପ୍ରକାର ସାପର ଜୀବାଶ୍ମ ଉଦ୍ଧାର ହୋଇଥିଲା । ଯାହାର ଲମ୍ବ 42 ଫୁଟ ଅର୍ଥାତ 13ମିଟର ହୋଇଥିବା ବେଳେ ଏହା 60 ମିଲିୟନ ବର୍ଷ ତଳର ହୋଇଥିବା ଅନୁମାନ କରାଯାଇଛି । ତେବେ ଏହା ଟାଇଟନୋବୋଆ ସାପର ଅବଶେଷ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.