ETV Bharat / bharat

ବିବାହ ପରେ ସ୍ତ୍ରୀକୁ କହିଲେ ସ୍ୱାମୀ, 'ମୁଁ ସମଲିଙ୍ଗୀ, ମୋତେ ଛାଡପତ୍ର ଦେଇଦିଅ'

author img

By ETV Bharat Odisha Team

Published : Feb 12, 2024, 2:13 PM IST

Gay husband: ବିବାହ ପରେ ସ୍ତ୍ରୀକୁ ସତ କହିଲେ ସ୍ୱାମୀ । "ମୁଁ ସମଲିଙ୍ଗୀ ଅଟେ । ମୋର ପରିବାର ଲୋକଙ୍କ ଚାପରେ ଆସି ମୁଁ ବିବାହ କରିଛି ।" ଥାନାରେ ପହଞ୍ଚିଲେ ସ୍ତ୍ରୀ । ଅଧିକ ପଢନ୍ତୁ

Gay husband
ସମଲିଙ୍ଗୀ ସ୍ୱାମୀ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜ୍ୟ ଫତେହପୁର ଜିଲ୍ଲାର କୋତବାଲି ଅଞ୍ଚଳର ଏକ ଦମ୍ପତିଙ୍କ ମଧ୍ୟରେ କଳହର ଏକ ଭିନ୍ନ କାରଣ ସାମ୍ନାକୁ ଆସିଛି । ସ୍ୱାମୀ ଜଣଙ୍କ ସମଲିଙ୍ଗୀ ହୋଇଥିବା ବେଳେ ତାଙ୍କୁ ଜବରଦସ୍ତ ଘର ଲୋକେ ବିବାହ କରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ୟପଟେ ମହିଳା ଜଣକ ଏନେଇ ନିଜ ଶ୍ୱଶୂର ଘର ଲୋକଙ୍କୁ ପଚାରିବାକୁ ତାଙ୍କୁ ଗାଳିଗୁଳଜ କରିବା ସହ ମାରପିଟ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଫତେହପୁର ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଫତେହପୁର ଜିଲ୍ଲା କୋତବାଲି ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବିବାହ 2021 ମସିହା ମେ 29ରେ ହୋଇଥିଲା । ବିବାହ ପରେ ସ୍ୱାମୀ ତାଙ୍କ ସହ କଥାବାର୍ତ୍ତା ଓ ମିଳାମିଶା କରୁନଥିଲେ । ଏପରିକି ତାଙ୍କ ଶ୍ୱଶୂର ଘର ଲୋକେ ମଧ୍ୟ ତାଙ୍କ ସହ କଥା ହେଉନଥିଲେ । ଏଭଳି କିଛି ଦିନ ବିତିଗଲା ପରେ ଏନେଇ ବାପ ଘରେ ଜଣାଇଥିଲେ ମହିଳା ଜଣକ । ବାପ ଘର ଲୋକେ ଏହାପରେ ଶ୍ୱଶୂର ଘର ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଖୁବଶୀଘ୍ର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ ହୋଇଯିବ ବୋଲି ଆଶ୍ୱାସନା ଦେଇଥିଲେ ମହିଳାଙ୍କ ଶ୍ୱଶୂର ଘର ଲୋକେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଆହୁରି ନିର୍ଯାତନା ବଢି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ସ୍ତ୍ରୀକୁ ଛାଡପତ୍ର ଦେଇ ବନ୍ଧୁକୁ ବରମାଳା ପିନ୍ଧାଇଲା ଯୁବକ, ପରିବାର ବି ରାଜି

ହେଲେ କିଛି ଦିନ ପରେ ସମଲିଙ୍ଗୀ ହୋଇଥିବା ନେଇ ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କୁ କାନ୍ଦି କାନ୍ଦି କହିଥିଲେ । 'ମୋତେ ପୁଅମାନେ ପସନ୍ଦ, ଝିଅମାନେ ମୋର ପସନ୍ଦ ନୁହଁନ୍ତି । ଘର ଲୋକ ଜୋର ଜବରଦସ୍ତି ମୋର ବିବାହ କରାଇ ଦେଇଛନ୍ତି । ସେମାନଙ୍କ ଚାପରେ ଆସି ମୁଁ ବିବାହ କରିଛି ।' ମୋତେ ଛାଡପତ୍ର ଦେଇ ଦିଅ ବୋଲି ସ୍ୱାମୀ କହିଥିବା ନେଇ ମହିଳା ଜଣକ କହିଛନ୍ତି ।

ଏ ବାବଦରେ ଯେତେବେଳେ ସେ ତାଙ୍କ ଶ୍ୱଶୂର ଘରକୁ ପ୍ରଶ୍ନ କରିଥିଲେ ସେତେବେଳେ ଶ୍ୱଶୂର ଘର ଲୋକଙ୍କ ନିର୍ଯାତନା ଦେଇଥିଲେ । ତାଙ୍କୁ ପୁଣି ଗାଳିଗୁଳଜ କରିବା ସହ ମାରପିଟ କରିଥିଲେ । ଏହାପରେ 2022 ମସିହା ଡିସେମ୍ବର ମାସରେ ବିବାହିତା ଜଣକ ନିଜ ଭାଇଙ୍କୁ ଡାକି ତାଙ୍କ ଘରକୁ ପଳାଇଯାଇଥିଲେ । ଅନ୍ୟପଟେ ଧୋକା ଓ ଜୋର ଜବରଦସ୍ତି କରାଯାଇଥିବା ଏହି ବିବାହ ବିରୋଧରେ ମହିଳା ଜଣକ ସ୍ୱର ଉଠାଇବା ସହ ଶ୍ୱଶୂର ଘର ଲୋକଙ୍କ ନାଁରେ ଏନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଜଣକ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.