ETV Bharat / bharat

କାଳ ହେଲା ପିକନିକ୍‌: ଜଳପ୍ରପାତରେ ଭାସିଗଲେ ମା’ ସହ 4 ଛୁଆ, କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ - Lonavala dam tragedy

author img

By ETV Bharat Odisha Team

Published : Jul 1, 2024, 12:43 PM IST

Woman and four children drowned in a waterfall: ଜଳପ୍ରପାତରେ ବିପଦପୂର୍ଣ୍ଣ ପରିଭ୍ରମଣ ହେଲା କାଳ । ହଠାତ ମାଡି ଆସିଲା ବନ୍ୟାଜଳ । ଭାସିଗଲା ପରିବାର । କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ । ଅଧିକ ପଢନ୍ତୁ

କାଳ ହେଲା ପିକନିକ: ଜଳପ୍ରପାତରେ ଭାସିଗଲେ ମା’ ସହ 4 ଛୁଆ, ଉଦ୍ଧାର ଅପରେସନ ଜାରି
କାଳ ହେଲା ପିକନିକ: ଜଳପ୍ରପାତରେ ଭାସିଗଲେ ମା’ ସହ 4 ଛୁଆ, ଉଦ୍ଧାର ଅପରେସନ ଜାରି (ETV Bharat Odisha)

ମୁମ୍ବାଇ: ମୌସୁମି ବର୍ଷାର ଆନନ୍ଦ ଉଠାଇବା ପାଇଁ ଜଳପ୍ରପାତ ପରିଭ୍ରମଣରେ ଯାଇଥିଲା ପରିବାର । ଏକ ଶୁଖିଲା ଜଳପ୍ରପାତରେ ବୁଲୁଥିବା ବେଳେ ହଠାତ ମାଡି ଆସିଲା ବନ୍ୟା ଜଳ ପ୍ରବାହ । ଜଳପ୍ରପାତ ମଝିରେ ଏକ ବଡ ପଥର ଖଣ୍ଡ ମଧ୍ୟରେ ଫସି ରହି ହାତ ଧରାଧରି ହୋଇ ଚିତ୍କାର କରୁଥିଲେ ମା‘ ଓ 4 ଛୁଆ । ଅନ୍ୟ ସହ ପର୍ଯ୍ୟଟକମାନେ ମଧ୍ୟ ପ୍ରକୃତିର କୋପ ଆଗରେ ଅସହାୟ ହୋଇପଡିଥିଲା । ଜଳପ୍ରପାତର ସ୍ରୋତ ଖର ହେବା ସହ 5ଜଣ ନିମିଷକେ ଭାସିଗଲେ । ଏପରି ଏକ ହୃଦୟବିଦାରକ ଘଟଣା ମହାରାଷ୍ଟ୍ରର ଲୋନାଓ୍ବାଲର ଭୁଶି ଡ୍ୟାମରେ ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଛି । ଗତକାଲି ଠାରୁ ଜାରି ରହିଥିବା ଉଦ୍ଧାର ଅପରେସନରେ ଏପର୍ଯ୍ୟନ୍ତ 3 ମୃତଦେହ ଉଦ୍ଧାର କରାଯାଇ ସାରିଛି । ଏବେ ମଧ୍ୟ ଅବଶିଷ୍ଟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର ଅପରେସନ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇରୁ ପ୍ରାୟ 80 କି.ମି ଦୂରରେ ଥିବା ଏହି ଭୁଶି ଡ୍ୟାମ ନିକଟବର୍ତ୍ତୀ ହିଲଷ୍ଟେସନକୁ ମୁମ୍ବାଇରୁ ଏକ ପରିବାର ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ଜଳପ୍ରପାତ ଶୁଖିଲା ଥିଲା । ଉପର ମୁଣ୍ଡରେ ବର୍ଷା କାରଣରୁ ହଠାତ ଜଳ ପ୍ରପାତ ଫୁଲି ଉଠିଥିଲା । ବନ୍ୟାଜଳ ମାଡି ଆସିବା ଫଳରେ ଏହି ପରିବାର ଜଳପ୍ରପାତ ମଝିରେ ଫସି ରହିଥିଲା । ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଭାସି ଯାଇଥିଲେ । ମହିଳାଙ୍କ ସମେତ 4ଜଣ ସନ୍ତାନ ସେହି ମୌସୁମି ପ୍ରଭାବରେ ନିଖୋଜ ପରିବାର ମୁମ୍ବାଇର ବୋଲି ଜଣାପଡିଛି । ମୃତ ଓ ନିଖୋଜଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନଥିଲେ ସୁଦ୍ଧା ସେମାନେ ମୁମ୍ବାଇରୁ ଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR - New criminal laws

ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଗତକାଲି ଅପରାହ୍ନଠାରୁ ଆରମ୍ଭ ହୋଇଥିବା ଅପରେସନକୁ ଗତକାଲି ସଂଧ୍ୟାରେ ସ୍ଥଗିତ ରଖାଯାଇଥିଲା । ଆଜି ସକାଳୁ ଜଳପ୍ରପାତର ତଳମୁଣ୍ଡରେ ଥିବା ଜଳପ୍ରପାତରେ ଭାରତୀୟ ନୌସେନା ଟିମ୍‌ ଅପରେସନ ଆରମ୍ଭ କରିଛି । ଏବେ ସୁଦ୍ଧା 3ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । ଏବେ ସେହି ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଛି ପ୍ରଶାସନ । ଏହି ବିଚଳିତ କରିବା ପରି ଲୋମଟାଙ୍କୁରା ଘଟଣାର ପୁରା ଦୃଶ୍ୟ ମୋବାଇଲ କ୍ୟାମେରାରେ ରେକର୍ଡ ହୋଇଛି । ଯାହାକୁ ଖବରରେ ପ୍ରସାରିତ ମଧ୍ୟ କରିବା ସମ୍ଭବପର ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.