ETV Bharat / bharat

ସ୍ବାମୀ ସାଜିଲା ସୈତାନ; ସ୍ତ୍ରୀ ଓ 3 ଛୁଆଙ୍କୁ ହାଣି ନିର୍ମମ ହତ୍ୟା - MOTIHARI CRIME

Motihari Crime: ବିହାରର ମୋତିହାରୀର ପହାଡପୁର ଥାନା କ୍ଷେତ୍ରର ବାବରିଆ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ଏବଂ 3 ଛୁଆକୁ ଦା'ରେ ହାଣି ହତ୍ୟା କଲା ପିଶାଚ ସ୍ବାମୀ । ଅଧିକ ପଢନ୍ତୁ

Motihari Crime
Motihari Crime
author img

By ETV Bharat Odisha Team

Published : Mar 29, 2024, 9:44 AM IST

Updated : Mar 29, 2024, 10:26 AM IST

ପାଟନା: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ସାଜିଲା ସୈତାନ । ଛାରଖାର ହୋଇଗଲା ପୁରା ପରିବାର । ଯେଉଁ ହାତରେ ସୁନାର ସଂସାର ଗଢିଥିଲା ସେହି ହାତରେ ପରିବାରକୁ ସତ୍ତା ଲିଭେଇଲା ବାପା । ଦା'ରେ ସ୍ତ୍ରୀ ସହ 3 ଛୁଆଙ୍କୁ କାଟି ନୃଶଂସ ଭାବେ ହତ୍ୟା କଲା । ଏଭଳି ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି ବିହାରରୁ । ହତ୍ୟାକାଣ୍ଡ ଘଟାଇ ସ୍ବାମୀ ଫେରାର ହୋଇଯାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂରା ପରିବାରକୁ ନିର୍ଦ୍ଦୟ ଏବଂ ନିର୍ମମ ଭାବେ ହତ୍ୟା କରିଥିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ପାରିବାରିକ କଳହ ରହିଥିବା ସନ୍ଦେହ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !

ମୋତିହାରିର ପହାଡ଼ପୁର ଥାନା କ୍ଷେତ୍ରର ବାବରିଆ ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଖବର ପାଇ ଡିସିପି ରଞ୍ଜନ କୁମାରଙ୍କ ସମେତ ଅନ୍ୟ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଫୋରେନସିକ ଟିମ୍‌କୁ ମଧ୍ୟ ଘଟଣାସ୍ଥଳରୁ ଡକାଯାଇଥିବା ସୂଚନା ରହିଛି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପାରିବାରିକ କଳହ ହିଁ ମୂଳ କାଣର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ପୋଲିସ ।

ମୃତ୍ୟୁ ହୋଇଥିବା 3 ଛୁଆଙ୍କର ବୟସ 10ରୁ 15 ବର୍ଷ ହେବା ନେଇ ସୂଚନା ରହିଛି । ରାତିରେ ଶୋଇଥିବା ବେଳେ ରାକ୍ଷାସ ସ୍ବାମୀ ସ୍ତ୍ରୀ ସହ 3 ଛୁଆକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାପରେ ସେ ଘର ଛାଡି ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପତ୍ନୀକୁ ମଧ୍ୟ ହତ୍ୟା କରି ଜେଲ ଯାଇଥିଲା ଅଭିଯୁକ୍ତ । ସେତେବେଳେ ସାରିଆର ବାସିନ୍ଦା ରହିଥିବା ଅଭିଯୁକ୍ତ । ପ୍ରଥମ ପତ୍ନୀଙ୍କ ହତ୍ୟା ମାମଲାରେ ଜେଲରୁ ମୁକୁଳିବା ପରେ ସେ ସାରିଆ ଗାଁ ଛାଡିଥିଲା । ଏହା ପରେ ସେ ଜମି କିଣି ବାବରିଆରେ ଏକ ଘର ନିର୍ମାଣ କରି ଦ୍ବିତୀୟ ବିବାହ କରିଥିଲା । ତେବେ ଦ୍ବିତୀୟ ସ୍ତ୍ରୀକୁ ମଧ୍ୟ ହତ୍ୟା କରି ଫେରାର ହୋଇଯାଇଥିବା କୁହାଯାଇଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2024, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.