ETV Bharat / bharat

ଭାରତୀୟ ରେଲୱେର କମାଲ; ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବି ଦୌଡ଼ିଲା ଟ୍ରେନ - INDIAN RAILWAYS

author img

By ETV Bharat Odisha Team

Published : Jul 21, 2024, 6:22 PM IST

Indian Railways: ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବି ସାରା ଭାରତରେ ଦୌଡ଼ିଲା ଟ୍ରେନ । ତେବେ ବିଶ୍ବର ବିମାନ ସେବାଠୁ ଆରମ୍ଭ କରି ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ରେଳବାଇ ଉପରେ ଏହାର ପ୍ରଭାବ କାହିଁକି ପଡ଼ିଲା ନାହିଁ ? ପଢନ୍ତୁ ପୂରା ଖବର

INDIAN RAILWAYS
INDIAN RAILWAYS (ETV Bharat)

ନୂଆଦିଲ୍ଲୀ: ନିକଟରେ ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା ଯୋଗୁଁ ବିଶ୍ବବ୍ୟାପୀ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିଲା । ଦୀର୍ଘ ସମୟ ଲାଗି ଟେକ୍ନିକାଲ କାମ ବାଧାପ୍ରାପ୍ତ ହୋଇଥିଲା । ବିଶେଷ କରି ବିଶ୍ବରେ ବିମାନ ସେବା ଠାରୁ ନେଇ ବ୍ୟାଙ୍କିଙ୍ଗ, ହସ୍ପିଟାଲ, ଏୟାରପୋର୍ଟ, ଟେଲିକମ୍, ମିଡିଆ, ସେୟାର ବଜାର ଆଦି ଠପ୍‌ ହୋଇଥିଲା । କିନ୍ତୁ ଭାରତୀୟ ରେଳବାଇ ଉପରେ ଏହାର କୌଣସି ପ୍ରକାର ପ୍ରଭାବ ପଡ଼ିନଥିଲା । ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବି ଦୌଡ଼ିଥିଲା ଟ୍ରେନ ।

ଶୁକ୍ରବାର ଏକ ବଡ଼ ଧରଣର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ହଠାତ ମାଇକ୍ରୋସଫ୍ଟ ସର୍ଭର ଡାଉନ ହୋଇଯାଇଥିଲା । ଫଳରେ ସାରା ବିଶ୍ବରେ ଭାଗଦୌଡରେ ବ୍ରେକ ଲାଗିଥିଲା । ବିମାନ ବନ୍ଦରରେ ଘଣ୍ଟା ଘଣ୍ଟା ଯାତ୍ରୀ ଅପେକ୍ଷା କରି ରହିଥିଲେ । ଫ୍ଲାଇଟ ବୁକିଂ ଓ ଚେକ୍-ଇନ ଭଳି ସେବାରେ ସମସ୍ୟା ଉପୁଜିଥିଲା । ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଅଫିସରେ ଲ୍ୟାପଟପ୍‌, କମ୍ପ୍ୟୁଟର ମଧ୍ୟ ଚାଲିନଥିଲା । କମ୍ୟୁନିକେସନ ସର୍ଭିସ ମିଡିଆ ସେକ୍ଟର ବି ପ୍ରଭାବିତ ହୋଇଥିଲା । ଏହା ବିଶ୍ବର ସବୁଠୁ ଆଇଟି ସମସ୍ୟା ଥିଲା । ଏହା ସତ୍ତ୍ବେ ଭାରତୀୟ ରେଳବାଇ ଉପରେ କୌଣସି ପ୍ରଭାବ ପଡ଼ିନଥିଲା ।

କାହିଁକି ଉପୁଜିଲା ଏପରି ସମସ୍ୟା ?

ମାଇକ୍ରୋସଫ୍ଟ ଏକ କ୍ଲାଉଡ କମ୍ପ୍ୟୁଟିଂ ପ୍ଲାଟଫର୍ମ । ଏହା ଆପଣଙ୍କ ଗ୍ୟାଜେଟ୍‌ର ଆପ୍ଲିକେସନକୁ ତିଆରି କରେ ଓ ଏହାର ପରିଚାଳନା କରିଥାଏ । ଜୁଲାଇ 19 ତାରିଖରେ ଆଣ୍ଟି-ଭାଇରସ 'କ୍ରାଉଡଷ୍ଟ୍ରାଇକ' ଅପଡେଟ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା । ଏଥିଲାଗି ମାଇକ୍ରୋସଫ୍ଟ ୱିଣ୍ଡୋଜର ୟୁଜରମାନଙ୍କ ଡେସ୍କଟପ ଓ ଲ୍ୟାପଟପ୍‌ ସ୍କ୍ରିନ ବ୍ଲୁ ରଙ୍ଗର ହୋଇଥିଲା । ଖାଲି ସେତିକି ନୁହେଁ, କମ୍ପ୍ୟୁଟର ଓ ଲ୍ୟାପଟପ୍‌ ବାରମ୍ବାର ରିଷ୍ଟାର୍ଟ ଓ ସଟଡାଉନ ହୋଇଯାଇଥିଲା । କହି ରଖୁଛୁ କି, କ୍ରାଉଡଷ୍ଟ୍ରାଇକ ସାଇବର ସୁରକ୍ଷା ପ୍ରଦାନକାରୀ ଏକ ପ୍ଲାଟଫର୍ମ । ଏହାର ଅପଡେଟ ସମୟରେ ଏକ ବଗ୍‌ ଆସିବା ଯୋଗୁଁ ଏଭଲି ସମସ୍ୟା ଦେଖାଦେଇଥିଲା ।

କାହିଁକି ଭାରତୀୟ ରେଳବାଇ ଉପରେ ପ୍ରଭାବ ପଡିଲାନି ?

ଏହି ଆଇଟି ସମସ୍ୟାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଥିଲା । ଦେଶର ଅନେକ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା । ଏଣୁ ବିମାନ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଭାରତରେ ଟ୍ରେନ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ପ୍ରତିଦିନ ପରି ଟ୍ରେନ ଯଥା ସମୟରେ ଚଳାଚଳ କରିଥିଲା । ଏ ସମ୍ପର୍କରେ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ଯେ 1999 ମସିହାରେ ରେଳ ସୂଚନା ପ୍ରଣାଳୀ କେନ୍ଦ୍ର (CRIS) ପାସେଞ୍ଜର ରିଜର୍ଭେସନ ସିଷ୍ଟମ ସହିତ ବିକଶିତ କରାଯାଇଥିଲା । ଏହି କାରଣରୁ ମାଇକ୍ରୋସଫ୍ଟ ସର୍ଭର ଡାଉନର ପ୍ରଭାବ ରେଳ ସୁବିଧା ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା ।

CRIS କଣ ?

ରେଳ ସୂଚନା ପ୍ରଣାଳୀ କେନ୍ଦ୍ର ହେଉଛି ଭାରତୀୟ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସଂଗଠନ । ଏହା ଆଇଟି ପ୍ରଫେସନାଲ ଏବଂ ଅଭିଜ୍ଞ ରେଳ କର୍ମଚାରୀଙ୍କ ଏକ ନିଆରା ମିଶ୍ରଣ । ଏହା ରେଳବାଇର ଜଟିଳ ଆଇଟି ବ୍ୟବସ୍ଥାକୁ ସଫଳତାର ସହିତ ପରିଚାଳନା କରିବାରେ ସକ୍ଷମ ହୋଇଥାଏ ।

ଏହା ବି ପଢନ୍ତୁ- ମାଇକ୍ରୋସଫ୍ଟ ଝଟ୍‌କାରେ ବିଶ୍ବ ଠପ୍‌: ଉଡିପାରୁନି ବିମାନ, ଚାଲୁପାରୁନି ଟିଭି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.