ETV Bharat / bharat

ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି 'ଶ୍ବେତପତ୍ର': ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 10, 2024, 11:26 AM IST

ET Now Global Business Summit: 2014 ପୂର୍ବରୁ ରହିଥିବା ନୀତି ଦେଶକୁ ପ୍ରକୃତରେ ଦାରିଦ୍ର୍ୟ ପଥକୁ ନେଇ ଆସିଥିଲା ବୋଲି ET NOW ଗ୍ଲୋବାଲ ବିଜିନେସ ସମିଟ 2024କୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ET Now Global Business Summit
ET Now Global Business Summit

ନୂଆଦିଲ୍ଲୀ: ବେଜିପିର ଶ୍ବେତପତ୍ରକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସକୁ ଟାର୍ଗେଟ କରି ୟୁପିଏ ଦେଶକୁ ବର୍ବାଦ କରିଦେଇଥିଲା ବୋଲି କହିଥିଲେ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ବେତପତ୍ରକୁ ନେଇ ବୟାନ ଦେଇଛନ୍ତି । ୟୁପିଏ ସରକାର ସମୟରେ ଆର୍ଥିକ ଅବ୍ୟବସ୍ଥା ନେଇ ଶ୍ବେତପତ୍ରରେ ସବିଶେଷ ତଥ୍ୟ ରହିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ୟୁପିଏ ସରକାରଙ୍କ ସମୟରେ ଘୋଟାଲା ଏବଂ ନୀତିଭ୍ରଷ୍ଟ ଯୋଗୁଁ ସମଗ୍ର ବିଶ୍ବରେ ନିବେଶକମାନେ ନିରାଶ ହୋଇଛନ୍ତି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ କହିଛନ୍ତି ।

ET NOW ଗ୍ଲୋବାଲ ବିଜିନେସ ସମିଟ 2024କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "2014 ପୂର୍ବରୁ 10 ବର୍ଷରେ ରହିଥିବା ନୀତି ଦେଶକୁ ପ୍ରକୃତରେ ଦାରିଦ୍ର୍ୟ ପଥକୁ ନେଇ ଆସିଥିଲା । ଏନେଇ ସାଂସଦର ବଜେଟ ଅଧିବେଶନରେ ହ୍ବାଇଟ ପେପର ଜାରି କରାଯାଇଛି । ୟୁପିଏ ସରକାରଙ୍କ ସମୟରେ ଘୋଟାଲା ଏବଂ ନୀତିଭ୍ରଷ୍ଟ ଯୋଗୁଁ ସମଗ୍ର ବିଶ୍ବରେ ନିବେଶକମାନେ ନିରାଶ ହୋଇଛନ୍ତି । ବର୍ତ୍ତମାନ ଭାରତର ଅର୍ଥନୀତି ସୁଦୃଢ ବା ଶୀର୍ଷରେ ରହିଛ । ଏନେଇ ସରକାରଙ୍କ ପକ୍ଷରୁ ହ୍ବାଇଟ ପେପର ଆକାରରେ ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଛି ।"

ସମୟସୀମା ମଧ୍ୟରେ ପ୍ରକଳ୍ପରୁ ଶେଷ କରିବା ସରକାରଙ୍କ ପାଇଁ ଏକ ନୂଆ ପରିଚୟ ପାଲଟିଛି । ସିଷ୍ଟମରେ ସ୍ବଚ୍ଛତା ଏବଂ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେତୁ ଦେଶରେ ଖନନ ମଧ୍ୟ ବୃଦ୍ଧି ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ବ୍ୟୁଜିନେସ ଇଭେଣ୍ଟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସମୟସୀମା ମଧ୍ୟରେ ପ୍ରକଳ୍ପରୁ ଶେଷ କରିବା ଆମ ସରକାରର ନୂଆ ପରିଚୟ । ପୂର୍ବରୁ କାର୍ଯ୍ୟରେ ବିଳମ୍ବ ହେତୁ ପ୍ରକଳ୍ପ ଖର୍ଚ୍ଚ ବୃଦ୍ଧି ପାଉଥିଲା । ଇଷ୍ଟର୍ନ ଡେଡିକେଟ୍ ଫ୍ରେଇଡ କୋରିଡର ପ୍ରୋଜେକ୍ଟ 2008ରେ ଲଞ୍ଚ କରାଯାଇଥିଲା । 16500କୋଟି ଟଙ୍କାର ବଜେଟ ଆକଳନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଗତବର୍ଷ ଶେଷ ହୋଇଛି । ଏହି ବଜେଟ 16,500 କୋଟିରୁ 50,000 କୋଟିକୁ ବୃଦ୍ଧି ପାଇଥିଲା । ଆସାମର ବୋଗିବିଲ ବ୍ରିଜ କାର୍ଯ୍ୟ 1998 ମସିହାରେ ଆରମ୍ଭ କରାଯାଇଥିଲା । 1100କୋଟି ଟଙ୍କାର ପ୍ରକଳ୍ପ ବଜେଟ ରହିଥିବା ବେଳେ ଏହା 2018 ମସିହାରେ ଶେଷ ହେବା ବେଳକୁ ବଜେଟ ବୃଦ୍ଧି ପାଇ 5000 କୋଟି ଟଙ୍କା ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ଶ୍ବେତପତ୍ର ଆଲୋଚନାରେ କଂଗ୍ରେସ ଉପରେ ବର୍ଷିଲେ ସୀତାରମଣ, 'ଦେଶକୁ ନଷ୍ଟ କରି ଦେଇଥିଲା UPA'

ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(DBT) କାର୍ଯ୍ୟକାରୀ ହେବା ଦ୍ବାରା ସରକାର 3.25 ଲକ୍ଷ କୋଟି ଟଙ୍କା ଟଙ୍କା ସଞ୍ଚୟ କରିଛନ୍ତି । ବିଶ୍ବ ଆଜି ଭାରତ ଉପରେ ବିଶ୍ବାସ କରୁଛି । ଗତ 10 ବର୍ଷ ମଧ୍ୟରେ ଭାରତର ଆର୍ଥିକ ବ୍ୟବସ୍ଥା କିଭିଳ ପରିବର୍ତ୍ତନ ହୋଇପାରିଛି ସେନେଇ ବିଶେଷଜ୍ଞ ଟିମ ଆଲୋଚନା କରୁଛନ୍ତି । ନୂଆ ଭାରତ ଦ୍ରୁତ ଗତିରେ କାର୍ଯ୍ୟ କରିବ ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.