ETV Bharat / bharat

ଜାପାନରେ ପ୍ରଦର୍ଶିତ ହେବ ଭାରତୀୟ ଶିଶୁ ବୈଜ୍ଞାନିକଙ୍କ ଧାନ କଟା ମେସିନ

author img

By ETV Bharat Odisha Team

Published : Feb 3, 2024, 6:33 PM IST

Child scientist to go to Japan: ଗରିବ ପରିବାରରେ ଜନ୍ମ, ହେଲେ ପ୍ରତିଭା ଆଜି ପହଞ୍ଚାଇଛି ସୁଦୂର ଜାପାନରେ । ଧାନ କଟା ମେସିନ ତିଆରି କରି ଚର୍ଚ୍ଚାରେ ଉତ୍ତରାଖଣ୍ଡର ଅଷ୍ଟମ ଶ୍ରେଣୀ ଛାତ୍ର କିଶନ । ଅଧିକ ପଢନ୍ତୁ

Inventor Student Kishan
Inventor Student Kishan

ଡେରାଡୁନ: କଥାରେ ଅଛି ଯଦି ଦୃଢ ଇଚ୍ଛାଶକ୍ତି, ମନୋବଳ ରହିଥାଏ ତେବେ ଲକ୍ଷ୍ୟ ହାସଲ ନିଶ୍ଚିତ । ଯାହାକୁ ପ୍ରମାଣ କରିଛନ୍ତି ଉତ୍ତରାଖଣ୍ଡ ଗରିବ ପରିବାରରେ ଜନ୍ମ ଶିଶୁ ବୈଜ୍ଞାନିକ କିଶନ । ସେ ଏକ ଧାନ କଟା ମେସିନ ତିଆରି କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । କିଶନ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଏଭଳି ଅତ୍ୟାଧୁନିକ ମେସିନ ନିର୍ମାଣ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା । ଆଗାମୀ ଦିନରେ ତାଙ୍କ ଦ୍ବାରା ଉଦ୍ଭାବିତ ଏହି ମେସିନଟି ଜାପାନରେ ପ୍ରଦର୍ଶିତ ହେବାକୁ ଯାଉଛି ।

ଉତ୍ତରାଖଣ୍ଡ ଗଢୱାଲ ଜିଲ୍ଲାର ଶ୍ରୀକୋଟ ଗଢସାରୀ ଗାଁର ମନୋଜ କୁମାର ପୁଅ ହେଉଛନ୍ତି କିଶନ । ଯିଏକି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଆଗକୁ ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖିଛନ୍ତି । ଦାରିଦ୍ରତା ତାଙ୍କ ସ୍ୱପ୍ନରେ ବାଧା ସାଜିପାରିନି । ଏବେଠୁ ସେ ଅତ୍ୟାଧୁନିକ ମେସିନ ଉଦ୍ଭାବନ କରୁଛନ୍ତି । ଶିଶୁ ବୈଜ୍ଞାନିକ କିଶନଙ୍କ କହିବା କଥା, ମାଆଙ୍କୁ କ୍ଷେତରେ ଧାନ କାଟିବା ଦେଖିବା ପରେ ସେ ଏକ ମେସିନ ତିଆରି କରିବା ଲାଗି ଚିନ୍ତା କରିଥିଲେ । ମେସିନ ତିଆରି କରିବା ପରେ ଧାନ କାଟିବା ସହଜ ହୋଇଥିଲା । ଏହି ମେସିନରେ କଟର ସାଙ୍ଗକୁ ଅନ୍ୟ ଉପକରଣ ମଧ୍ୟ ବ୍ୟବହୃତ ହୋଇଛି ।

ଏହି ମେସିନର ଖାସ କଥା ହେଉଛି, ଏହା ଧାନ ଓ ଘାସକୁ ଅଲଗା କରି କାଟିଥାଏ । ଏହାବାଦ କ୍ଷେତରେ କାମ କରିବା ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣକୁ ରକ୍ଷା ପାଇବା ଲାଗି ଏଥିରେ ଏକ ଛତା ମଧ୍ୟ ସଂଯୋଗ କରାଯାଇଛି । ଏହି ଅତ୍ୟାଧୁନିକ ମେସିନଟି ତିଆରି କରିବା ଲାଗି ସେ ଗୁରୁ ଆଶିଷ ରାୱତଙ୍କ ସହାୟତା ନେଇଥିଲେ । ୨୦୨୩ ଇନ୍ସପାଏର ଆୱାର୍ଡ ପ୍ରତିଯୋଗିତାରେ କିଶନଙ୍କ ଏହି ପ୍ରକଳ୍ପକୁ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ସ୍ଥାନ ମିଳିଥିଲା । ଏପରିକି ଜାତୀୟ ସ୍ତରରେ ମଧ୍ୟ ତାଙ୍କର ଏହି ମେସିନକୁ ଚୟନ କରାଯାଇଛି । ଆସନ୍ତା ମେ ମାସରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରଦର୍ଶନୀରେ କିଶନଙ୍କ ଏହି ମେସିନଟି ପ୍ରଦର୍ଶିତ ହେବ ।

ଏହା ବି ପଢନ୍ତୁ- ଶିଶୁ ବୈଜ୍ଞାନିକ ଆଣିଲେ ସମସ୍ୟା ସମାଧାନର ସୂତ୍ର

ଏନେଇ ଘୋଷଣା ହେବା ପରେ କିଶନ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏହି ପ୍ରକଳ୍ପ ସହିତ ଜାପାନ ଯିବେ କିଶନ । ମେସିନ ତିଆରିରେ ସହଯୋଗ କରିଥିବା ଶିକ୍ଷକ ଆଶିଷ ମଧ୍ୟ କିଶନଙ୍କ ଲାଗି ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, " ଏହି ମେସିନ ତିଆରି କରିବା ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ୧ ବର୍ଷ ମଧ୍ୟରେ ୫ରୁ ୬ଥର ମଡେଲର ପରିବର୍ତ୍ତନ କରାଯାଇଥିଲା । ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଯଦି ଏହି ମେସିନଟି ଭାରତୀୟ ବଜାରରେ ସ୍ଥାନ ପାଏ ତେବେ ଆମ ଚାଷୀ ଭାଇଭଉଣୀ ଉପକୃତ ହେବେ । ଏହା ହାତ ଚାଳିତ ମେସିନ ହୋଇଥିବାରୁ ଏଥିଲାଗି ଅନ୍ୟ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ ।"

ଏହି ମେସିନର ତିଆରି କରିବା ଲାଗି ବହୁ ଖର୍ଚ୍ଚ ହୋଇଥିଲା । ତେବେ ଭାରତୀୟ ବଜାରରେ ଏହାର ଦାମ ୪୦୦୦ରୁ ୫ ହଜାର ଧାର୍ଯ୍ୟ କରାଯାଇପାରେ । ବଜାରରେ ଏବେ ଧାନ କାଟିବା ଲାଗି ମିଳୁଥିବା ସ୍ୱୟଂଚାଳିତ ମେସିନର ଦାମ ପ୍ରାୟ ୬୦ ହଜାର ରହିଛି । ଫଳରେ ଏହି ମେସିନ ଦ୍ୱାରା ଜଣେ ଗରିବ ଚାଷୀ ଉପକୃତ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.