ETV Bharat / bharat

ଜନତାଙ୍କୁ ଭିଶାଲଙ୍କ ଅପିଲ; ନୋଟା ବଟନ୍ ଦବାନ୍ତୁନି, ବୁଝିବିଚାରି ଦିଅନ୍ତୁ ଭୋଟ୍ - Vishal Dadlani On NOTA

author img

By ETV Bharat Odisha Team

Published : Apr 19, 2024, 11:50 AM IST

Vishal Dadlani On NOTA: ଲୋକସଭା ନିର୍ବାଚନ ପାଇଁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ଆଜି ଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ସଙ୍ଗୀତ ନିର୍ଦ୍ଦେଶକ ଭିଶାଲ ଦଦଲାନି ଲୋକଙ୍କୁ ଭୋଟ ପ୍ରକ୍ରିୟାରେ ସାମିଲ ହେବା ସହ ବୁଝି ବିଚାରି ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ।

ଲୋକଙ୍କୁ ଭିଶାଲଙ୍କ ଅପିଲ; ନୋଟା ବଟନ୍ କରନ୍ତୁନି ବ୍ୟବହାର, ବୁଝିବିଚାରି ଦିଅନ୍ତୁ ଭୋଟ୍

ହାଇଦ୍ରାବାଦ: ଆଜି 19 ଏପ୍ରିଲ (ଶୁକ୍ରବାର) ରେ ଲୋକସଭା ନିର୍ବାଚନ ୨୦୨୪ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଆଜି ଦେଶର ୨୧ ଟି ରାଜ୍ୟର ୧୦୨ଟି ଆସନରେ ନିର୍ବାଚନ ଭୋଟିଂ ଅନୁଷ୍ଠିତ ହୋଇଥିବା ବେଳେ ଲୋକମାନେ ୧୮ତମ ଲୋକସଭା ପାଇଁ ଭୋଟ୍ ଦେଉଛନ୍ତି । ଏହି ସମୟରେ ଲୋକସଭା ନିର୍ବାଚନ ପାଇଁ ସଚେତନ କରାଇଛନ୍ତି ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଭିଶାଲ ଦାଦଲାନି । ଏଥିସହ ଲୋକଙ୍କୁ ବୁଝି ବିଚାରି ଭୋଟ୍ ଦେବାକୁ ନିବେଦନ କରିଛନ୍ତି ଭିଶାଲ ଏବଂ ଅନେକ ନୋଟା (NOTA, None Of The Above) ବଟନ୍ ଅଧିକ ବ୍ୟବହାର କରୁଥିବା ବେଳେ ଏହାକୁ ନ ବ୍ୟବାହର କରିବାକୁ କହିଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ, ସଙ୍ଗୀତ ନିର୍ଦ୍ଦେଶକ କହୁଛନ୍ତି, ''ବନ୍ଧୁଗଣ, ସାଧାରଣ ନିର୍ବାଚନରେ ​​୨୦୨୪ରେ ଭୋଟ୍ ଦେବାର ସମୟ ଆସିଛି ଏବଂ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ଭୋଟ୍ ଦେବାର ଅଧିକାର ବ୍ୟବହାର କରିବେ ଏବଂ NOTA (None Of The Above) ର ବିକଳ୍ପକୁ ବ୍ୟାବହାର କରନ୍ତୁ ନାହିଁ । ଭାବିଚିନ୍ତି ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରି ଭୋଟ ଦିଅନ୍ତୁ ।''

ଏହାପୂର୍ବରୁ ବିଶାଲ ଏପ୍ରିଲ ୧୪ ରେ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ,''ଯେଉଁ ଦିନ ଧର୍ମ, ଜାତି, ପ୍ରଦେଶ, ଭାଷା ଉପରେ ଆଧାରିତ ଭେଦଭାବରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିବ ଏବଂ ପ୍ରତ୍ୟେକ ନାଗରିକ ସମାନ ହେବ ଏବଂ ପ୍ରଥମ ଭାରତୀୟ ହେବେ, ସେହି ଦିନ ଭାରତ ପ୍ରକୃତରେ ପ୍ରଗତି ପଥରେ ରହିବ । ଏହା ପର୍ଯ୍ୟନ୍ତ… ବାବା ସାହେବ ଯାହା କହିଛନ୍ତି ତାହା ଏଠାରେ ଲେଖିଛନ୍ତି: ଶିକ୍ଷିତ ହୁଅ, ସଂଗଠିତ ରୁହ ଏବଂ ସଂଗ୍ରାମ କର ।''

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ ୨୦୨୪: ତାମିଲନାଡ଼ୁ ପାଇଁ ଭୋଟ ଦେଲେ ସାଉଥ ସେଲିବ୍ରିଟି, ଲୋକଙ୍କୁ କଲେ ଅପିଲ୍

ସୂଚନା ଥାଉ କି, ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟ 6ଟାରେ ଶେଷ ହେବ । 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ । ଆଜି 1625 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଏହା ମଧ୍ୟ ପଢନ୍ତୁ: ଇଭିଏମ ମେସିନରେ ରହିଥାଏ NOTA ବଟନ୍, ଜାଣନ୍ତୁ ଏହାର ଇତିହାସ ଓ କେଉଁ କେଉଁ ଦେଶରେ ଏହା ପ୍ରଚଳିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.