ETV Bharat / bharat

କଂଗ୍ରେସ ବଡ ନେତାଙ୍କ ବିସ୍ଫୋରକ ବୟାନ; ' ଭାରତରେ ହୋଇପାରେ ବାଂଲାଦେଶ ଭଳି ହିଂସା’ , ଗ୍ରାଣ୍ଡ ଓଲ୍ଡ ପାର୍ଟି ଉପରେ ବର୍ଷିଲା ବିଜେପି - violent protests like bangladesh

author img

By ETV Bharat Odisha Team

Published : Aug 7, 2024, 1:17 PM IST

Updated : Aug 7, 2024, 2:10 PM IST

violent protests like Bangladesh possible in India warns congress leader Salman Khurshid: ତେବେ ଆଜି ନିଜ ବୟାନ ଉପରେ କଂଗ୍ରେସ ନେତା ସଲମାନ ଖୁରସିଦ କହିଛନ୍ତି କି, "ମୁଁ ଯାହା କୁହେଁ ଜନସାଧାରଣରେ କୁହେ, କୌଣସି କଥା ଗୁପ୍ତରେ ନୁହେଁ ।" ଅଧିକ ପଢନ୍ତୁ

congress leader salman khurshid
congress leader salman khurshid (ETV Bharat Odisha)

ନୂଆଦିଲ୍ଲୀ: ଭାରତକୁ ଶକ୍ତ ଚେତାବନୀ ଦେଇଛନ୍ତି କଂଗ୍ରେସ ବଡ ନେତା । ତେବେ ଏହି ଓ୍ବାର୍ଣ୍ଣିଂ ଦେଶର କୌଣସି ଆଭ୍ୟନ୍ତରୀଣ ସମସ୍ୟାକୁ ନେଇ ନୁହେଁ, ବରଂ ପଡୋଶୀ ଦେଶ ବାଂଲାଦେଶର ଅଶାନ୍ତ ପରିସ୍ଥିତି ବା ହିଂସାତ୍ମକ ଆନ୍ଦୋଳନକୁ ନେଇ । ଆଉ ଏହାପରେ ତାଙ୍କ ବିସ୍ଫୋରକ ବୟାନକୁ ନେଇ ବ୍ୟାପକ ବିରୋଧ ହେବା ଆରମ୍ଭ ହୋଇଛି । ଏହି ସମ୍ବେଦନନଶୀଳ ବୟାନକୁ ନେଇ କଂଗ୍ରେସ ପୁରୁଣା କାର୍ଡ ଖେଳିଛି । ଏହା ତାଙ୍କ ବ୍ୟକ୍ତିଗତ ବାୟାନ ବୋଲି କଂଗ୍ରେସ ଦଳ କହିଛି । ସେପଟେ ବିଜେପି କିନ୍ତୁ କଂଗ୍ରେସକୁ ଘେରିଛି । ଏହି ବୟାନ ପରେ କରଛଡା ନଦେଇ ଦଳର ଆଭିମୁଖ୍ୟ କଣ ବୋଲି ସ୍ପଷ୍ଟ କରିବାକୁ ବିଜେପି ନେତା ଆହ୍ବାନ ଦେଇଛନ୍ତି ।

କଂଗ୍ରେସ ବଡ ନେତା ସଲମାନ ଖୁରସିଦ ବାଂଲାଦେଶ ହିଂସାରେ ପ୍ରତିକ୍ରିୟା ଦେବାକୁ ଯାଇ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କହିଛନ୍ତି, ଭାରତରେ ସମ୍ଭବ ବାଂଲାଦେଶ ଭଳି ହିଂସାତ୍ମକ ଆନ୍ଦୋଳନ । ଦେଶ ଆଗକୁ ଏଭଳି ହିଂସା ଦେଖିପାରେ । ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ଶାହିନବାଗ ଆନ୍ଦୋଳନ କଥା ଉଠାଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ଆଗକୁ ଏଭଳି ଆନ୍ଦୋଳନ ଭାରତରେ ହୋଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମଙ୍ଗଳବାର ସେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ମତାମତ ରଖି କହିଥିଲେ କି, ଭାରତରେ ସରକାର ବିରୋଧି ଆନ୍ଦୋଳନ ଆଗକୁ ଏଭଳି ଭୟଙ୍କର ରୂପ ନେଇପାରେ । ଯଦିଓ ଏହା ଦେଖାଯାଉଛି କି, ଦେଶରେ କୌଣସି ଘଟଣାରେ ଗ୍ରାଉଣ୍ଡରେ ଶାନ୍ତି ଶୃଙ୍ଖଳା ବଜାୟ ରହିଛି । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଭଳି କହିବା ସହିତ କହିଥିଲେ କି, ବର୍ତ୍ତମାନ କାଶ୍ମୀରରେ ସବୁକୁଛି ବା ସ୍ଥିତି ସ୍ବଭାବିକ ଲାଗିଥାଇପାରେ, ଏପରିକି ଭାରତର ସବୁ ସ୍ଥାନର ସ୍ଥିତି ସ୍ବଭାବିକ ଲାଗିପାରେ, କିନ୍ତୁ ଆଗକୁ ଏଭଳ ଘଟଣା ଘଟିବା ଅସମ୍ଭବ ନୁହେଁ ।

"ଯାହା ବାଂଲାଦେଶରେ ଘଟୁଛି ତାହା ଭାରତରେ ଆଗକୁ ଘଟିପାରେ, ଭାରତରେ ଏଭଳି ଘଟଣା ଘଟୁନି କାରଣ ଭାରତ ଏକ ବୃହତ ଦେଶ । କିନ୍ତୁ ବାଂଲାଦେଶରେ ଏଭଳି କାହିଁକି ଘଟିଲା ଚିନ୍ତା କରିବା ସହିତ ଭାରତରେ ମଧ୍ୟ ଏଭଳି ଆଗକୁ ନଘଟିବାକୁ ଏଡାଇ ଦିଆ ଯାଇପାରିବନି," କହିଛନ୍ତି ସଲମାନ ଖୁରସିଦ ।

ସେ ପୁଣି କହିଥିଲେ, ସିଏଏ-ଏନଆରସି ପ୍ରତିବାଦ ଶାହିନବାଗରେ ପାଖାପାଖି 100 ଦିନ ଧରି ଚାଲିଥିଲା । ଏପରିକି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଏଭଳି ଘଟଣା ଘଟିଥିଲା । ତେବେ ଏହି ଆନ୍ଦୋଳନ ବିଫଳ ହୋଇଥିଲା କାରଣ ଆନ୍ଦୋଳନରେ ସାମିଲ ନେତା ସବୁ ଜିଲରେ ପଶିଥିଲେ ।

ବିଜେପି ପ୍ରତିକ୍ରିୟା-

ବିଜେପି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଖୁରସିଦଙ୍କ ବୟାନ ଉପରେ କହିଛନ୍ତି, "ଏକ ପୁସ୍ତକ ଉନ୍ମୋଚନ ସମୟରେ ସେ ଏହା କହିଛନ୍ତି, ଭାରତରେ ହିଂସାତ୍ମକ ଆନ୍ଦୋଳନ ଏବଂ ପ୍ରତିବାଦ ଘଟିପାରେ । ଏପରିକି ବାଂଲାଦେଶରେ ଯାହା ଘଟିଛି ଭାରତରେ ମଧ୍ୟ ଘଟିପାରେ ବୋଲି ସେ କହିଛନ୍ତି । ସେହି ସ୍ଥାନରେ ଖୁରସିଦ ବୟାନ ଦେବା ସମୟରେ ଶଶି ଥରୁର ମଧ୍ୟ ଉପସ୍ଥିତ ଥିଲେ । ଏପରିକି ରାହୁଲ ଗାନ୍ଧୀ ବିଦେଶ ଭ୍ରମଣରେ ଯିବା ସମୟରେ ଗୁପ୍ତରେ ବିଭିନ୍ନ ଲୋକଙ୍କ ସହିତ ଭାରତ ବିରୋଧରେ ଆଲୋଚନା କରିଥାନ୍ତି, ତେଣୁ ବର୍ତ୍ତମାନ ତାଙ୍କ ଉଦ୍ଦେଶ୍ୟ କଣ ତାହା ସାମ୍ନାକୁ ଆସୁଛି ।"

ଏହି ଘଟଣାରେ ମଧ୍ୟ ବିଜେପି ନେତା ଶେହେଜାଦ ପୁନାଓ୍ବାଲାଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, "କଂଗ୍ରେସ ଦଳ କହିଛି ବାଂଲାଦେଶ ପ୍ରସଙ୍ଗରେ ସରକାରଙ୍କ ସହିତ ଦଳ ରହିଛି । ଏହା ସହିତ ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ ମଧ୍ୟ କଂଗ୍ରେସ ଦଳ କହିଛି । କିନ୍ତୁ ଖୁରସିଦ ଦେଶବାସୀଙ୍କୁ ଉତ୍ତେଜିତ କରୁଛନ୍ତି । ଏହା କଂଗ୍ରେସ ଦଳର ରାଷ୍ଟ୍ରନୀତି ଉପରେ ରାଜନୀତି ବୋଲି ପୁନାଓ୍ବାଲା କହିଛନ୍ତି ।"

କଂଗ୍ରେସ ନେତାଙ୍କ ବୟାନ-

ଦଳୀୟ ନେତାଙ୍କ ବୟାନ ନେଇ ଜଣେ ବରିଷ୍ଠ ନେତା କହିଛନ୍ତି କି, "ଏହା ତାଙ୍କ ବ୍ୟକ୍ତିଗତ ମତ । ତେବେ କଂଗ୍ରେସ ସଭାପତି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବରୁ କହିଛନ୍ତି କି, ବାଂଲାଦେଶ ଘଟଣା ଭାରତ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ଏହି ଘଟଣାରେ ବୟାନ ସମୟରେ ସତର୍କତା ଜରୁରୀ ।"

ଏହା ବି ପଢନ୍ତୁ- କିଏ ଏହି ମହମ୍ମଦ ୟୁନୁସ୍ ? ହସିନା ଯିବା ପରେ ବାଂଲାଦେଶରେ ଚଳାଇବେ ଅନ୍ତରୀଣ ସରକାର - Interim goverment in Bangladesh

ତେବେ ବାଂଲାଦେଶରେ ବର୍ତ୍ତମାନ ହିଂସାତ୍ମକ ଆନ୍ଦୋଳନ ପାଇଁ ହିଂସା ବଢିବାରେ ଲାଗିଛି । ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ସରକାର ଭାଙ୍ଗିଯାଇଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାୟନ କରିଛନ୍ତି । ଗତ 5 ତାରିଖରେ ଦେଶ ଛାଡିବା ସହିତ ଇସ୍ତଫା ଦେଇଥିଲେ ହସିନା । ତେବେ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଏଭଳି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହି ନିଆଁ ଧମିବାର ନାଁ ଧରୁନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2024, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.