ETV Bharat / bharat

ୟୁପି ଟ୍ରେନ ଦୁର୍ଘଟଣା: 2 ମୃତ, ସହାୟତା ରାଶି ଘୋଷଣା କଲେ ଯୋଗୀ - UP Train Accident - UP TRAIN ACCIDENT

UP Train Accident: ଉତ୍ତରପ୍ରଦେଶ ଗୋଣ୍ଡାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଚଣ୍ଡିଗଡ଼ର ଡିବ୍ରୁଗଡ଼ ଯାଉଥିବାବେଳେ ଟ୍ରେନ ଲାଇନଚ୍ୟୁତ ହୋଇଛି । ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସରକାର ।

UP Train Accident
UP Train Accident (ETV Bharat)
author img

By ETV Bharat Odisha Team

Published : Jul 18, 2024, 3:57 PM IST

Updated : Jul 18, 2024, 8:41 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋଣ୍ଡାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଚଣ୍ଡିଗଡ଼ରୁ ଡିବ୍ରୁଗଡ଼ ଯାଉଥିଲା ଟ୍ରେନ । ଏହି ସମୟରେ ଗୋଣ୍ଡା ନିକଟରେ 10 ରୁ 12ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଏଥିରେ 2ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁତରଙ୍କୁ ଚିକିତ୍ସା ସହାୟତା ବାବଦକୁ ୨ଲକ୍ଷ ୫୦ହଜାର ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି । "ପ୍ରଭୁ ଶ୍ରୀରାମ ଆହତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ" ବୋଲି ନିଜ X ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଜରୁରୀ ବୈଠକ ଡାକିଥିଲେ । ଦୁର୍ଘଟଣା ପରେ ରେଳବାଇ ନମ୍ବର ହେଲ୍ପ ଲାଇନ ନମ୍ବର (୮୯୫୭୪୦୦୯୬୫) ଜାରି କରିଛି ।

ଟ୍ରାକରୁ ଖସିଲା ଟ୍ରେନ (ETV Bharat)

କେତେବେଳେ ହେଲା ଦୁର୍ଘଟଣା ?

ମିଳିଥିବା ସୂଚନା ଅନୁସାରେ, ୧୫୯୦୪ ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନସୁଦ୍ଧା ୪ଜଣଙ୍କ ଜୀବନ ଯାଇଥିବାବେଳେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ପୂର୍ବାହ୍ନ ୧୧ଟା ୩୦ମିନିଟ ସମୟରେ ଟ୍ରେନଟି ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲା । ପାଖାପାଖି ୨ଟା ୩୭ ମିନିଟ ବେଳେ ଉତ୍ତରପ୍ରଦେଶର ଗୋଣ୍ଡା ନିକଟରେ ଏହା ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ପ୍ରାୟ ୧୦ରୁ ୧୨ ବଗି ଟ୍ରାକରୁ ଖସି ପଡ଼ିଥିବାବେଳେ 2 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଜୀବନ ବଞ୍ଚାଇ କିଛି ଯାତ୍ରୀ ବାହାରକୁ ବାହାରିଥିବାବେଳେ ଅନେକ ଯାତ୍ରୀ ଟ୍ରେନ ଭିତରେ ଫସି ରହିଛନ୍ତି । ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । SDRF ଯୁଦ୍ଧକାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଛନ୍ତି ।

ଏହା ବି ପଢନ୍ତୁ...ଟ୍ରେନରେ ଧକ୍କାରେ ୨ ମୃତ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗ ଜୀବନ - TWO YOUTH DIED BY TRAIN ACCIDENT

ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ: ଉଦ୍ଧାରକାରୀ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ରେସ୍କ୍ୟୁ ଅପରେସନ ଜୋରଦାର କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏଥିରେ ଆସାମର ଅନେକ ଯାତ୍ରୀ ରହିଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ରେଳଯାତ୍ରୀଙ୍କ ସହାୟତା ପାଇଁ ହେଲପ ଲାଇନ (ଲକ୍ଷ୍ନୌ- 8957409292, ଗୋଣ୍ଡା- 8957400965) ନମ୍ବର ଜାରି କରିଛି ରେଳବାଇ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଜାରି ରହିଛି ।

Last Updated : Jul 18, 2024, 8:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.