ETV Bharat / bharat

Hathras Tragedy : କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ପୋଲିସ ଚାକିରିରୁ କିପରି ହେଲେ ଧର୍ମଗୁରୁ - who is Bhole Baba

author img

By ETV Bharat Odisha Team

Published : Jul 3, 2024, 12:11 PM IST

Updated : Jul 3, 2024, 1:56 PM IST

UP Hathras Stampede: ଧାର୍ମିକ କାର୍ଯ୍ୟକ୍ରମ ନେଇଗଲା ଶତାଧିକ ନୀରିହ ଲୋକଙ୍କ ଜୀବନ । ଫେରାର ମାରିଲେ ଆତ୍ମଘୋଷିତ ବାବା । ସାମ୍ନାକୁ ଆସୁଛି ବାବାଙ୍କ ସମ୍ପର୍କରେ ରୋଚକ ତଥ୍ୟ । ପୋଲିସ ବିଭାଗରୁ ଚାକିରି ପରେ ନିଜକୁ ଘୋଷଣା କରିଥିଲେ ଧର୍ମଗୁରୁ । ଅଧିକ ପଢନ୍ତୁ

ଚାଲିଗଲା ଶତାଧିକ ଜୀବନ, କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ଘଟଣା ପରେ ମାରିଲେ ଫେରାର
ଚାଲିଗଲା ଶତାଧିକ ଜୀବନ, କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ଘଟଣା ପରେ ମାରିଲେ ଫେରାର (ETV Bharat Odisha)

ହାଇଦ୍ରାବାଦ: ଆତ୍ମଘୋଷିତ ଭଗବାନଙ୍କ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ନେଇଗଲା ଶତାଧିକ ସାଧାରଣ ଲୋକଙ୍କ ଜୀବନ । ଗତକାଲି (ମଙ୍ଗଳବାର) ଉତ୍ତର ପ୍ରଦେଶ ହାଥରସରେ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ମାତ୍ରାଧିକ ଲୋକଙ୍କ ଅଂଶଗ୍ରହଣ ଓ ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ପ୍ରାୟ 122 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି । ମାତ୍ର ଦେଶକୁ ସ୍ତବ୍ଦ କରିଦେଇଥିବା ଏହି ଅଘଟଣର କାର୍ପଟାଦର ତଥା ମାଷ୍ଟରମାଇଣ୍ଡ ଆତ୍ମଘୋଷିତ ଭଗବାନଙ୍କର ଗତକାଲି ଠାରୁ ପତ୍ତା ମିଳୁନି ।

ତେବେ କିଏ ଏହି ଭୋଲେ ବାବା, କାହିଁକି ଏତେ ଲୋକପ୍ରିୟ ଏହି ଆତ୍ମଘୋଷିତ ଭଗବାନ ବୋଲାଉଥିବା ବ୍ୟକ୍ତି । ଏତେ ବଡ ଆୟୋଜନ ଓ ଜନାସମାଗମ ହେଉଥିବା ନେଇ କେମିତି ପ୍ରଶାସନର ନଜର ନଥିଲା । ଅଘଟଣ ପରେ ଏହି ଭୋଲେ ବାବା ଗଲେ କୁଆଡେ । କେଉଁଠି ଆତ୍ମଗୋପନ କରିଛନ୍ତି ଏହି ତଥାକଥିତ ଧର୍ମଗୁରୁ । ଏମିତି ପ୍ରଶ୍ନ ଏବେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ବେଳେ ଉତ୍ତର ପ୍ରଦେଶ ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ପଦାରେ ପକାଇଛି । ୟୁପି ପୋଲିସର ଏକାଧିକ ଟିମ୍‌ ଚମ୍ପଟ ମାରିଥିବା ଭୋଲେ ବାବାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ହସ୍ପିଟାଲରେ ଗୁରୁତର
ହସ୍ପିଟାଲରେ ଗୁରୁତର (ETV Bharat Odisha)

କିଏ ଏହି ଭୋଲେ ବାବା:-

ଘଟଣାର ମୁଖ୍ୟ ଅଭିଯୁକ୍ତ ଭୋଲେ ବାବାଙ୍କର ପୁରା ନାମ ହେଉଛି ନାରାୟଣ ସକାର ହରି । ସେ ଉତ୍ତର ପ୍ରଦେଶର କାଶଗଞ୍ଜର ବାସିନ୍ଦା । ତେବେ ନିଜକୁ ଆତ୍ମଘୋଷିତ ଧର୍ମଗୁରୁରେ ପରିଣତ କରିଥିବା ହଜାର ହଜାର ଲୋକଙ୍କ ଭାବାବେଗ ସହ ଖେଳିଥିବା ଏହି ବ୍ୟକ୍ତି ପ୍ରଥମରୁ କୌଣସି ଆଧ୍ୟାତ୍ମିକ ପୃଷ୍ଠଭୂମି କିମ୍ବା ମଠ ମନ୍ଦିର, ଆଶ୍ରମ ସହ ଜଡିତ ନଥିଲେ । ପ୍ରଥମେ ନିଜ ପରିବାର ସଦସ୍ୟଙ୍କ ପରି କୃଷିକାର୍ଯ୍ୟ କରିବା ଓ ପରେ ପୋଲିସରେ ଭର୍ତ୍ତି ହୋଇଥିଲେ । ଉତ୍ତର ପ୍ରଦେଶ ଗୁଇନ୍ଦା ବିଭାଗରେ ବିଭିନ୍ନ ପଦ ପଦବୀରେ କିଛି ବର୍ଷ କାମ କରିଥିଲେ । ପ୍ରାୟ 17 ବର୍ଷର ପୋଲିସ କ୍ୟାରିୟରରେ ପରେ ଏପରି ଏକ ଅଭିନବ ବ୍ୟାପାର ଆରମ୍ଭ କରିଥିଲେ । ନିଜକୁ ଆତ୍ମଘୋଷିତ ଧର୍ମଗୁରୁ ଭାବେ ପରିଚୟ ଦେଇ ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ଲାଗିଲେ ।

ହାଥରସ ଅଘଟଣ ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ
ହାଥରସ ଅଘଟଣ ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ (ETV Bharat Odisha)

କିଛି ବର୍ଷ ହେଲାଣି ସେ ନିୟମିତ ସତସଙ୍ଗ ଆୟୋଜନ କରିଆସୁଥିଲେ । ନିଜ ନିକଟରେ ଐଶ୍ବରୀୟ ଶକ୍ତି ଥିବା ମଧ୍ୟ ସେ କହୁଥିବା ଓ ତାଙ୍କ ଅନୁଗାମୀମାନେ ବିଶ୍ବାସ କରୁଥିବା କୁହାଯାଏ । ଧିରେ ଧିରେ ତାଙ୍କ ଅନୁଗାମୀ ଓ ସମର୍ଥକଙ୍କ ସଂଖ୍ୟା ବଢିବା ସହ ଆୟୋଜନର ଆକାର ମଧ୍ୟ ବଢିବାରେ ଲାଗିଥିଲା । ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏହି ଆତ୍ମଘୋଷିତ ଧର୍ମଗୁରୁଙ୍କ ସଂସ୍ପର୍ଷରେ ଆସିଥିଲେ । ଗତକାଲି ହାଥରସରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ମାତ୍ରାଧିକ ଲୋକଙ୍କର ଭିଡ ହୋଇଥିଲା । ଦଳାଚକଟାରେ ଏବେ ପର୍ଯ୍ୟନ୍ତ ପ୍ରାୟ 120ରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦଳାଚକଟାରେ ଶତାଧିକ ଲୋକଙ୍କ ମୃତ୍ୟୁ
ଦଳାଚକଟାରେ ଶତାଧିକ ଲୋକଙ୍କ ମୃତ୍ୟୁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଉତ୍ତର ପ୍ରଦେଶ ହାଥରସରେ ସତ୍‌ସଙ୍ଗ ସମୟରେ ଦଳାଚକଟା; 116 ଶ୍ରଦ୍ଧାଳୁ ମୃତ, ଅନେକ ଆହତ, ଘଟଣାସ୍ଥଳରେ ପହଞ୍ଚିଲା ଫରେନସିକ୍ ଟିମ୍ - Stampede During Satsang in Hathras

ହେଲେ ଘଟଣା ପରେ ଏହି ଆତ୍ମଘୋଷିତ ଧର୍ମଗୁରୁ କେଉଁଆଡେ ଫେରାର ହୋଇଗଲେ । ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଲୋକଙ୍କ ଆକ୍ରୋଷରୁ ବର୍ତ୍ତିବା ପାଇଁ ସେ ଫେରାର ହୋଇଯାଇଛନ୍ତି । ହାଥରସ ପରି ଛୋଟ ସହରରୁ ମାତ୍ର କେଇ ଘଣ୍ଟା ମଧ୍ୟରେ ସେ କୁଆଡେ ଫେରାର ହେଲେ ନା ତାଙ୍କୁ ଏଥିରେ କେହି ସହଯୋଗ କରିଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଲାଣି । ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଏକାଧିକ ଟିମ କରି ବିଭିନ୍ନ ସମ୍ଭାବ୍ୟ ଠିକଣାରେ ଚଢାଉ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2024, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.