ETV Bharat / bharat

ଟାଇଟାନିକ ଦେଖିବାକୁ ପୁଣି ଦୁଃସାହାସ, ସମୁଦ୍ରକୁ ଯିବ ଟ୍ରାଇଟନ - plans to take sub to Titanic site

Plans to take sub to Titanic site: ଟାଇଟନିକ ଅବଶେଷ ଦେଖିବାକୁ ଯିବ ଆଉ ଏକ ବୁଡାଜାହାଜ । କିଏ ଏହି ଦୁଃସାହାସିକ ବ୍ୟକ୍ତି ଜାଣନ୍ତୁ

author img

By ETV Bharat Odisha Team

Published : May 29, 2024, 8:27 PM IST

plans to take sub to Titanic site
plans to take sub to Titanic site (ETV Bharat Odisha)

ହାଇଦ୍ରାବାଦ: ଟାଇଟାନିକ ଜାହାଜର କାହଣୀ ଆଜି ବି ରହସ୍ୟ ଘେରରେ । ଗତ ୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ଟାଇଟାନିକ ଜାହାଜ ଆଣ୍ଟଲାଟିକ ମହାସାଗରର ଗଭୀର ଜଳରାଶିରେ ଲୀନ ହୋଇଯାଇଥିଲା । ଏଥିରେ ପ୍ରାୟ 1500 ସଂଖ୍ୟକ ପର୍ଯ୍ୟଟକ ଥିବା ନେଇ କୁହାଯାଉଥିବା ବେଳେ କାହାରି ପତ୍ତା ମିଳିନଥିଲା । ତେବେ କିଛି ବର୍ଷ ପୂର୍ବରୁ ଏହାର ଭଗ୍ନାବଶେଷକୁ ବିଶେଷଜ୍ଞମାନେ ଠାବ କରିଥିବା ବେଳେ କୁହାଯାଏ ଏହାର ଭଗ୍ନାବଶେଷ ଅଥଳ ଜଳରାଶି ମଧ୍ୟରେ ଏବେ ବି ରହିଛି ।

ତେବେ ଏହା ଦେଖିବା ପାଇଁ ଗତ ବର୍ଷ କିଛି ଜଣ ଯାଇଥିବା ବେଳେ 5 ଜଣ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା । ଦୁର୍ଘଟଣାର 11 ମାସ ପରେ ଆଉ ଜଣେ ଆମେରିକୀୟ ଆରବପତି ଲ୍ୟାରି କର୍ଣ୍ଣର ଟ୍ରାଇଟ୍ରନ ପୁଣି ଥରେ ଦୁଃସାହାସ ଦେଖାଇବାକୁ ଯାଉଛନ୍ତି । ବୁଡାଜାହାଜର ସହ ପ୍ରତିଷ୍ଠାତା ପ୍ୟାଟ୍ରିକ ଲାହେଙ୍କ ସହ ଟାଇଟନିକ ଜାହାଜ ଦେଖିବାକୁ ଯିବେ ବୋଲି ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, କର୍ଣ୍ଣର ଟ୍ରାଇଟନ 4000/2 ନାମରେ ଏକ ସବମର୍ସିବଲ ଭେସଲ ଡିଜାଇନ କରିଛନ୍ତି । ଏହା ସମୁଦ୍ରର 4ହଜାର ମିଟର ଗଭୀରତା ପର୍ଯ୍ୟନ୍ତ ଯିବାର କ୍ଷମତା ରହିଥିବା ବେଳେ ଏହାର ମୂଲ୍ୟ 166 କୋଟି ଟଙ୍କା ରହିଛି । ତେବେ ଏହି ଯାତ୍ରା କେବେ ଆରମ୍ଭ ହେବ ସେନେଇ କୌଣସି ସୂଚନା ମିଳିନଥିବା ବେଳେ ବର୍ତ୍ତମାନ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗତ ବର୍ଷ ଜୁନ 18 ତାରିଖରେ ଜାହାଜର ଧ୍ୱଂସାବଶେଷ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୁଡ଼ାଜାହାଜ (Submersible) ନିଖୋଜ ହୋଇଯାଇଥିଲା । ଅକ୍ସିଜେନ ଅଭାବରୁ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Submersible missing: ଆଉ ଏକ ଟାଇଟାନିକ ଏପିସୋଡ୍, ନିଖୋଜ ବୁଡାଜହାଜରେ ଅକ୍ସିଜେନ ଶେଷ !

ତେବେ ଏକ ସାକ୍ଷାତକାରରେ କର୍ଣ୍ଣର କହିଛନ୍ତି, "ସମୁଦ୍ର କେତେ ଶକ୍ତିଶାଳୀ ଏବଂ କେତେ ସୁନ୍ଦର ତାହା ମୁଁ ଦେଖିବାକୁ ଚାହେଁ । ମୁଁ ଦେଖିବା ପରେ ତାହା ଦୁନିଆକୁ ଦେଖାଇବାକୁ ଚାହେଁ ।" ଅନ୍ୟପଟେ ଟ୍ରାଇଟନ ସହ ପ୍ରତିଷ୍ଠାତା ପାଟ୍ରିକ କହିଛନ୍ତି, "ଗତବର୍ଷ ଓସେନ ଗେଟର ଟାଇଟନ ଜାହାଜ ବୁଡାଜାହାଜ ବୁଡିବା ପରେ କର୍ଣ୍ଣର ଆଉ ଏକ ବୁଡା ଜାହାଜ ତିଆରି କରିବା ପାଇଁ କହିଥିଲେ । ଏହା କୌଣସି ଶକ୍ତି ନୁହେଁ ବରଂ ଟାଇଟନ ବୁଡାଜାହାଜରେ ତ୍ରୁଟି ରହିଥିଲା ବୋଲି ପ୍ରମାଣିତ କରିବାକୁ ହେବ ।" ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଥିବା ଏହି ଯାତ୍ରା ଆଉ ଏକ ଏପିସୋଡ ତିଆରି କରିବ ନା ସଫଳତା ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.